ଆଜିର ଅନୁଚିନ୍ତା

ତାରିଖ : ୧୦.୧୨.୨୦୨୧,ଶୁକ୍ରବାର

0 286

➡️ଜନ୍ମ ଆଉ ମୃତ୍ୟୁ ମଧ୍ୟରେ ଜୀବନ ହେଉଛି ଏକ ଛୋଟ ବ୍ୟବଧାନ , ତେଣୁ ଏହି ବ୍ୟବଧାନ ମଧ୍ୟରେ ଖୁସି ହେବା , ଅନ୍ୟମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବା , ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା !!”
➡️ବିଶ୍ବାସ ନ ହେଲେ ବି ସତ ଯିଏ ପ୍ରତ୍ୟେକ ପରିସ୍ଥିତିରେ ସତ କୁହେ , ଅନ୍ୟର ଖୁସି ଚାହେଁ ସର୍ବଦା ଅନ୍ୟ ର ସୁଖ ଚିନ୍ତା କରେ ତାକୁ ସର୍ବଦା କଟୁକଥା ଶୁଣିବାକୁ ମିଳେ ଆଉ ଏକୁଟିଆ ମଧ୍ୟ ରହିବାକୁ ପଡେ !!”
➡️ପଛରେ ବଦନାମ କରି ସାମ୍ନାରେ ଆସି ଆନ୍ତରିକତା ଦେଖାଇବା ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ , କାହିଁକିନା ଏମାନେ ଶତୃ ଠାରୁ ବି ଅତ୍ୟନ୍ତ ଭୟଙ୍କର ହୋଇଥାନ୍ତି !!
➡️ପ୍ରତ୍ୟକଙ୍କ ଜୀବନରେ ଏହା ଶୁଣିବାକୁ ମିଳେ ଯେ ” ବ୍ୟସ୍ତ ହୁଅ ନାହିଁ ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ ” , କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ ବରଂ ସମୟ ଆସିବା ପୂର୍ବରୁ ଆମେ ନିଜକୁ ଠିକ୍ କରିବା ଉଚିତ୍ . କାହିଁକିନା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦିନେ ନା ଦିନେ ଭଲ ସମୟ ଆସିଥାଏ ସତ ମାତ୍ର ଆମେ ଠିକ୍ ହେବା ପର୍ଯ୍ୟନ୍ତ ସେ ସମୟ ରହେ ନାହିଁ !!”
📝ପରିବର୍ତ୍ତନ ଶିଳ ଏ ତ ଦୁନିଆଁ ବର୍ଷା ଯେଣେ ଛତା ତେଣେ ନୂତନତ୍ବ ମଧ୍ୟେ ପୁରାତନ ହାରେ ନାହିଁ ଭୁଲ୍ ଠିକ୍ ମାନେ ।
📝ଟଙ୍କା ପଇସାର ସ୍ବାର୍ଥରେ ଗଢାଯାଇଥିବା ସମ୍ପର୍କ ବେଶି ଦିନ ରୁହେନାହିଁ, ସ୍ନେହ ମମତାର ଭଲ ପାଇବା ଦେଇ ଗଢା ଯାଇଥିବା ସମ୍ପର୍କ ଯେତେ ଝଡ ତୋଫାନ୍ ଆସିଲେ ବି କେବେ ଭାଙ୍ଗି ପାରେନାହିଁ,,,,,,।
📝ପୃଥିବୀରେ ସବୁଠାରୁ ନିଷ୍ଠୁର ସେହି ଲୋକ, ଯିଏ ନିଜ ଆବଶ୍ୟକତା ପାଇଁ କାହାକୁ ବ୍ଯବହାର କରେ ।ଆଉ ପୁରଣ ହୋଇଗଲେ ତାକୁ ଦୂରେଇ ଦିଏ ।
📝ଛୋଟ ଛୋଟ କଥାକୁ ହୃଦୟରେ ଧରି ରଖିଲେ ଉତ୍ତମ Relation ମଧ୍ୟ ଦିନେ ନା ଦିନେ ଦୁର୍ବଳ ହୋଇଯାଏ ।

ଆଜିର ନୀତିବାଣୀ
➡️ନିଜକୁ ଘୃଣା କରିବା ହେଉଛି ସବୁଠାରୁ ବଡ ଦୁର୍ବଳତା !!
➡️ତ୍ରୁଟି ଆଧାରରେ କାହାକୁ ବିଚାର କରାଯିବା ଉଚିତ୍ ନୁହେଁ | ଜଣେ ବ୍ୟକ୍ତିର ଗୁଣ କେବଳ ତାଙ୍କର ଅଟେ !!
➡️ଯଦି ଆମେ ଆତ୍ମବିଶ୍ୱାସ ବିଷୟରେ ଜାଣିଥାନ୍ତେ ଏବଂ ଏହାକୁ କାର୍ଯ୍ୟରେ ଲଗାଇଥା’ନ୍ତେ, ବର୍ତ୍ତମାନ ଆମେ ଯେଉଁ ଦୁଖଃ ଓ ଯନ୍ତ୍ରଣା ଭୋଗୁଛୁ ତାହା ଏତେ ବଡ଼ ହୋଇନଥାନ୍ତା !!
➡️”ଦୁର୍ବଳମାନେ ଅବସ୍ଥା ଦ୍ୱାରା ଶାସିତ ହୁଅନ୍ତି | ଶକ୍ତିମାନେ ସେମାନଙ୍କ ସପକ୍ଷରେ ପରିସ୍ଥିତି ପରିବର୍ତ୍ତନ କରନ୍ତି !!
➡️”ଜୀବନ” ହେଉଛି ଏକ ଅନୁଭୂତି | ଅଭିଜ୍ଞତା ହେଉଛି “ଶିକ୍ଷକ” !!
ଆଜିର ସୁବିଚାର
➡️”ଯଦି କାହାକୁ କିଛି ଦବାର ଅଛି ତ ତାକୁ ନିଜର ମୂଲ୍ୟବାନ ସମୟ ଦିଅନ୍ତୁ । କାରଣ ମଣିଷ ସବୁ କିଛି ଫେରାଇ ପାରେ , ହେଲେ ଆପଣ ଦେଇଥିବା ଭଲପାଇବା ଓ ମୂଲ୍ୟବାନ ସମୟ ଫେରାଇ ପାରେନା !!
➡️”କାହା ସହ ଯୁକ୍ତି ତର୍କ କରନ୍ତୁ ନାହିଁ ବାସ୍ ଏତିକି କୁହନ୍ତୁ ତୁମେ ଠିକ୍ ମୁଁ ଭୁଲ କଥା ଶେଷ !!
➡️”ରାଗିଯାଇ କାହାକୁ କୋଠାର କଥା କୁହନ୍ତୁ ନାହିଁ ରାଗ ତ କ୍ଷଣକ ପାଇଁ କିନ୍ତୁ ଆପଣ କହିଥିବା କଥାଟି କାହା ହୃଦୟକୁ ଆଘାତ ଦିଏ … ସବୁଦିନ ପାଇଁ .. !!
➡️”ଯେଉଁ ମଣିଷ ସତ୍ୟକୁ ଭଲ ପାଏ , ସତ୍ୟର ପଥରେ ଚାଲିଥାଏ ସେହି ମନୁଷ୍ୟକୁ ଈଶ୍ବର ସର୍ବାଧିକ ପରୀକ୍ଷା ନେଇଥାନ୍ତି ….. ଦୁଃଖ କଷ୍ଟ ଦେଇଥାନ୍ତି କିନ୍ତୁ ପ୍ରତିଟି ପରିସ୍ଥିତିରେ ମଣିଷ ସାଥୀରେ ଛାଇ ଭଳି ଈଶ୍ବର ରହିଥାନ୍ତି ଓ ତା’ର ପ୍ରତିଟି ଦୁଃଖ ସୁଖରେ ସାଥ୍ ଦେଇଥାନ୍ତି … 🙏🏾ଜୟ ମା ସନ୍ତୋଷୀ🙏🏾 ଶୁଭ ସକାଳ,ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏🏾ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏🏾

Leave A Reply

Your email address will not be published.