ନୁଆରୁପରେ ଶୋଭାପାଇବ ନନ୍ଦନକାନନ ବସଷ୍ଟାଣ୍ଡ

ବଣିକସଂଘ-ନନ୍ଦନକାନନ କର୍ତୁପକ୍ଷ ହେଲା ବୈଠକ

0 206

ବାରଙ୍ଗ,୯/୧୨(ଏସଏସନିୟୁଜ)ବଦଳିବ ନନ୍ଦନକାନନ ବସଷ୍ଟାଣ୍ଡର ରୁପ ।ନୁଆ ଚେହେରାରେ ଶୋଭାପାଇବ ।ଉନ୍ନତମାନର ସେବା ମିଳିବ ।ଉନ୍ନତମାନର ବସଷ୍ଟାଣ୍ଡରେ ଥାଇଥାନ ହେବେ ବ୍ୟବସାୟୀ ।ପର୍ଯ୍ୟଟକ,ବ୍ୟବସାୟୀ ଓ ଚାଳକମାନଙ୍କ ସୁବିଧାକୁ ବିଶେଷଭାବେ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଏଥିପାଇଁ ବୁଧବାର ଅପରାହ୍ନରେ ନନ୍ଦନକାନନ କର୍ତୁପକ୍ଷଙ୍କ ଆହ୍‌ାନକ୍ରମେ ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘର କମକର୍ତାମାନଙ୍କୁ ନେଇ ଏକ ବୈଠକ କନ୍‌ଫେରନ୍ସ ହଲରେ ହୋଇଯାଇଛି ।ଏଥିରେ ମୁଖ୍ୟତ ଉନ୍ନତମାନର ବସଷ୍ଟାଣ୍ଡକୁ ନେଇ ହୋଇଥିବା ମାଷ୍ଟରପ୍ଲାନ, ବ୍ୟବସାୟୀ ମାନଙ୍କର ଥଇଥାନ ଉପରେ ଆଲୋଚନା ହୋଇଛି ।

 

ତେବେ ଭାରତବର୍ଷରେ କୈାଣସି ଚିଡିଆଖାନାରେ ଏପରି ବ୍ୟବସ୍ଥା ନଥିବାବେଳେ ପ୍ରଥମକରି ନନ୍ଦନକାନନ କର୍ତୁପକ୍ଷ ଆରମ୍ଭ କରିଛନ୍ତି ଏହି ନୁଆ ପ୍ରୟାସ ।ଉନ୍ନତମାନର ନୁଆଶୈଳିରେ ଶୋଭାବଢାଇବ ବସଷ୍ଟାଣ୍ଡ ।ଦୀର୍ଘଦିନଧରି ବସଷ୍ଟାଣ୍ଡ ଓ ତାପାଖରେ ଛୋଟବଡ ଦୋକାନ କରି ଗୁଜରାଣ ମେଂଟାଉଥିବା ବ୍ୟବସାୟୀମାନେ ବସଷ୍ଟାଣ୍ଡରେ ହେବାକୁ ଥିବା ମେର୍କେଟକମ୍ପେ୍ଲସରେ ଦୋକାନ କରିପାରିବେ ଓ ପ୍ରାଥମିକତାଭିତିରେ ସେମାନଙ୍କୁ ଏହି ନୁଆ କରିହେବାକୁଥିବା ଦୋକାନଘରକୁ ଦିଆଯିବ ।ନୁଆ ବସଷ୍ଟାଣ୍ଡରେ ଗୋଟିଏ ପାଶ୍ୱର୍ରେ ପ୍ରବେଶ ଓ ପ୍ରସ୍ଥାନ ରହିବ ।ବଙ୍ଗୀୟ,ପୁରୀ ଓ ଲୋକାଲ ବସ ରହିବାପାଇଁ ତିନିଭାଗରେ ବିଭକ୍ତ କରାଯାଇ ସେମାନଙ୍କ ପାଇଁ ଜାଗା ସଂରକ୍ଷଣ କରାଯାଇଛି ।ବସ ଓ ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ଚତୁଃପାଶ୍ୱର୍କୁ ପ୍ରାଚୀରଦ୍ୱାରା ଆବଦ୍ଧ କରାଯିବ ।ଯାତ୍ରୀମାନଙ୍କରବସିବାପାଇଁ ଜାଗା,ପରିଶ୍ରାଗାର,ପାନୀୟଜଳ ,ଚାଳକମାନଙ୍କପାଇଁ ବିଶ୍ରାମଗାର,ଦୋକାନୀମାନଙ୍କର ଗାଡିରଖିବାସ୍ଥାନ,ଡଷ୍ଟବିନ୍ ଆଦିର ବ୍ୟବସ୍ଥା ହୋଇଛି ।ମାର୍କେଟକମ୍ପେ୍ଲସରେ ହେବାକୁଥିବା ଦୋକାନ ଆଗରେ ଯାତ୍ରୀମାନେ ବସିଖାଇବାର ବ୍ୟବସ୍ଥା ହୋଇଛି ।ଏହାସହ ସାମୟିକଭାବେ ବିଶ୍ରାମନେବାପାଇଁ ଛୋଟଛୋଟ ଲନଗାର୍ଡେନ ର ପରିକଳ୍ପନା ମଧ୍ୟ କରାଯାଇଛି ।ନୁଆ ବସଷ୍ଟାଣ୍ଡରେ ଗାଡିଲାଗିଲେ ଯାତ୍ରୀମାନେ ନନ୍ଦନକାନନ -ବାରଙ୍ଗ ମୁଖ୍ୟରାସ୍ତାକୁ ନଯାଇ ହେବାକୁଥିବା ଅଣ୍ଡରପାସରେ ସିଧାସଳଖଭାବେ ଟିକେଟ କାଉଂଟର ପାଖରେ ପହଁଚିବାର ବ୍ୟବସ୍ଥା କରାଯାଇଛି ।ଏହି ଅଣ୍ଡରପାସରେ ୪ଟି ଦୋକାନ କରାଯାଇସେଠାରେ ସୁଖିଲା ଖାଦ୍ୟବିକ୍ରି କରାଯାଇପାରିବାର ବ୍ୟବସ୍ଥା ହୋଇଛି ।

ନବକଳେବର ହେବାକୁଥିବା ନନ୍ଦନକାନନ ବସଷ୍ଟାଣ୍ଡର ମାଷ୍ଟରପ୍ଲାନକୁନେଇ ରହିଥିବା ସୁବିଧା ଓ ବ୍ୟବସ୍ଥା ବିଷୟରେ ବଣିକସଂଘର ଉପସ୍ଥିତଥିବା କର୍ମକର୍ତାମାନଙ୍କୁ ଭୁବନେଶ୍ୱର ଆଚଂଳିକ ବନସରଂକ୍ଷକ ତଥା ନନ୍ଦନକାନନପୁର୍ବତନ ନିର୍ଦ୍ଦେଶକ ମନୋଜମହାପାତ୍ର ବୁଝାଇବା ସହ କର୍ମକର୍ତାମାନଙ୍କର ବିଭିର୍ଣ ପ୍ରଶ୍ନର ଉତର ରଖିଥିଲେ ।ଏହାଦ୍ୱାରା ଯାତ୍ରୀମାନଙ୍କର ସୁରକ୍ଷା,ଉନ୍ନତମାନର ସେବା ସହ ବଣିକସଂଘର ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବାର ଏହା ହେଉଛି ପରିକଳ୍ପନା ବୋଲି କହିଥିଲେ ।ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘ ସଭାପତି ସନ୍ତୋଷକୁମାରରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ବୈଠକରେ ଯୋଗଦେଇଥିଲେ ।ଏହି ବୈଠକରେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର, ଉପ-ନିର୍ଦ୍ଦେଶକ ସଞିତକୁମାରଙ୍କ ସମେତ ,ଆରଆଣ୍ଡବି ଓ ନନ୍ଦନକାନନ ପଦାଧିକାରୀମାନେ ଉପସ୍ଥିତଥିଲେ ।ଶେଷରେ ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ନନ୍ଦନକାନନ କର୍ତୁପକ୍ଷଙ୍କ ପକ୍ଷରୁ କରାଯାଉଥିବା ଉଦ୍ୟମ ଓ ଭୁବନେଶ୍ୱରଉତରବିଧାୟକ ଶୁସାନ୍ତରାଉତଙ୍କ ପ୍ରଚେଷ୍ଟା କୁ ବଣିକସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.