ଆଜିର ଅନୁଚିନ୍ତା

ତାରିଖ - ୦୭:୦୧:୨୦୨୧ ( ଗୁରୁବାର )

0 590

➡️ସନ୍ଦେହ ଗୋଟିଏ ମଣିଷର ସଂସାର ନଷ୍ଟ କରିଦିଏ
ଭଲପାଇବା ଜଣେ ଅପରିଚିତକୁ ଅତି ନିଜର କରିଦିଏ ।
➡️ଯଦି ମଣିଷ କିଛି ଭୁଲ୍ କରୁଛି ତାକୁ ଗାଳି କରିବା ପରିବର୍ତ୍ତେ ତାକୁ ବୁଝାଅ ।ଗାଳି କଲେ ମଣିଷ ଅଭିମାନ କରିବ ଓ ଚିଡିଚିଡା ହବ, ବୁଝାଇଲେ ମଣିଷ କିଛି ଶିଖିବାକୁ ପାଇବ ।
➡️ସୁନ୍ଦର ଲୋକମାନେ ସବୁବେଳେ ଭଲ ହୋଇ ନ ଥାଆନ୍ତି ।କିନ୍ତୁ ଭଲ ଲୋକମାନେ ସବୁବେଳେ ସୁନ୍ଦର ହୋଇଥାଆନ୍ତି
➡️ମନୋବଳ ଦୃଢ ଥିଲେ ବିଫଳତା କେବେ ସ୍ପର୍ଶ କରିପାରେ ନାହିଁ ।
➡️ବିଶ୍ବାସ କରିବା ପରେ ଅବିଶ୍ବାସ କରାଯାଏ କିନ୍ତୁ ଅବିଶ୍ବାସ କରିଥିବା ଲୋକଟିକୁ ଆଉ କୌଣସି ପ୍ରକାର ବିଶ୍ବାସ କରି ହୁଏନାହିଁ ।
➡️ବାପା ମୂର୍ଖ ହୁଅନ୍ତୁ ବା ଶିକ୍ଷିତ,କିନ୍ତୁ ସେ ଏମିତି ଜଣେ Engineer….।
ଯିଏ ନିଜ ସନ୍ତାନକୁ ସବୁବେଳେ ସଠିକ୍ ଓ ସୁନ୍ଦର ଆକାର ଦେଇ ଗଢ଼ିବାକୁ ଚେଷ୍ଟିତ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ମା ମହାଲକ୍ଷ୍ମୀ!

Leave A Reply

Your email address will not be published.