ଆଜିର ଅନୁଚିନ୍ତା

ତାରିଖ - ୨୨:୦୭:୨୦୨୧,ଗୁରୁବାର

0 225

🌺ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ ।
🌺ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ ।
🌺ଭବିଷ୍ୟତ କେବଳ ସେହିମାନଙ୍କର, ଯେଉଁମାନେ ସୁନ୍ଦର ସ୍ୱପ୍ନ ଦେଖିବାରେ ବିଶ୍ୱାସ କରନ୍ତି ।
🌺ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ହେଉଛି, ଚିହ୍ନା ମଣିଷର ଅଚିହ୍ନା ରୂପ ।
🌺Cigarette, ଗୁଟଖା, Alcohol ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ । ଏହା କେବଳ ଆମର Body ପ୍ରତି ବିପଦ ନୁହେଁ, ଆମ ପରିବାର, ସମାଜର ମଧ୍ୟ ବହୁତ Loss କରିଥାଏ ।
➡️”ବେଳେବେଳେ ମନ କହିଥାଏ ଯେ ମୁଁ ଲୋକମାନଙ୍କୁ ସେପରି ବ୍ୟବହାର କରିବି ଯେମିତି ସେମାନେ କରନ୍ତି, କିନ୍ତୁ ତା’ପରେ ହୃଦୟ କହେ ଯେ ଯଦି ଆମେ ମଧ୍ୟ ସେମାନଙ୍କ ପରି ହୋଇଥାଉ, ତେବେ ସେମାନଙ୍କ ଏବଂ ଆମ ମଧ୍ୟରେ ପାର୍ଥକ୍ୟ କ’ଣ ରହିବ !
➡️”ଜରୁରୀ ନୁହେଁ ଯେଉଁଙ୍କର ଟଙ୍କା ଅଛି ସେ ଧନୀ, କିଛି ଲୋକ ମଧ୍ୟ ହୃଦୟରୁ ମଧ୍ୟ ଧନୀ ହୋଇଥାନ୍ତି !
➡️”କହିବା ପୂର୍ବରୁ ଚିନ୍ତା କରିବା ଜରୁରୀ କାରଣ କଥିତ ଶବ୍ଦଗୁଡିକ କେବଳ କ୍ଷମା କରାଯାଇପାରେ କିନ୍ତୁ ଭୁଲା ଯାଇପାରିବ ନାହିଁ !!”
➡️”ଯଦି ଜୀବନରେ ତୁମକୁ ଅଟକାଇବାକୁ କେହି ଅଛନ୍ତି, ତେବେ ତାଙ୍କୁ ଅନୁଗ୍ରହ କର |କାରଣ ଯେଉଁ ବଗିଚାରେ ମାଳି ନଥାଏ ସେହି ବଗିଚା ଖୁବଶୀଘ୍ର ଉଜୁଡ଼ି ଯାଇଥାଏ !
➡️”ଆମେ ଦୀପକୁ ଫୁଙ୍କି ଲିଭାଇ ପାରିବା, କିନ୍ତୁ ଅଗର ବତୀ କୁ ନୁହେଁ, କାରଣ ଯିଏ ସୁଗନ୍ଧିତ ତାକୁ କିଏ ଲିଭାଇ ପାରିବ… ଏବଂ ଯିଏ ଜଳିଥାଏ ସେ ନିଜେ ଲିଭିଯାଏ !
➡️”ତୁମ ବିଷୟରେ ତିନୋଟି ଜିନିଷ ଜାଣିଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କର, ହସ ପଛରେ ଯନ୍ତ୍ରଣା, କ୍ରୋଧ ପଛରେ ଥିବା ପ୍ରେମ ଏବଂ ତୁମର ନୀରବତାର କାରଣ !
➡️”କ୍ରୋଧ ବର୍ଷା ପରି ହେବା ଉଚିତ, ଯାହା ବର୍ଷା ବନ୍ଦ ତ କ୍ରୋଧ ମଧ୍ୟ ଶେଷ .! ପ୍ରେମ ପବନ ପରି ହେବା ଉଚିତ, ଚୁପ୍ ରହେ କିନ୍ତୁ ସର୍ବଦା ଆଖ ପାଖରେ ରୁହେ . !
-ଆଜିର ଅମରବାଣୀ-
🌻ଉତ୍ତମ ଛାତ୍ର କୌଣସି ବାହ୍ୟିକ କାର୍ଯ୍ୟରେ ଗୁରୁଙ୍କୁ ଲକ୍ଷ୍ୟ କରେ ନାହିଁ । ସେ ଗୁରୁଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ପାଳନ କରେ ।
🌻ପତଙ୍ଗ ଥରେ ଆଲୋକ ଦେଖିଲେ ପୁଣି ଅନ୍ଧାରକୁ ଯାଏ ନାହିଁ । ଜନ୍ଦା ଗୁଡ଼ରେ ପ୍ରାଣ ଦିଏ କିନ୍ତୁ ଗୁଡ଼ ଛାଡିଯାଏ ନାହିଁ । ସେପରି ଭକ୍ତ ଥରେ ଈଶ୍ୱର ଦର୍ଶନ ରସ ଚାଖିନେଲା ପରେ ସେଥିପାଇଁ ପ୍ରାଣ ଦେଇପାରେ କିନ୍ତୁ ଫେରିଯାଏ ନାହିଁ ।
🌻ସଂସାରରେ ରହି ଯେ ସାଧନା କରିପାରେ ସେ କେବଳ ବୀର ପୁରୁଷ ।
🌻ସଂସାରରେ ରହି କାମ କର , କିନ୍ତୁ ମନେରଖ ସାସାରିକ ଲକ୍ଷ୍ୟରୁ ମନ ଯେପରି ଟଳି ନଯାଏ ।
🌻କୂଳଟା ସ୍ତ୍ରୀ , ମାତା , ପିତା , ତଥା କୁଟୁମ୍ବ ସଙ୍ଗରେ ରହି ସଂସାରର ସବୁ କାମ କରେ , କିନ୍ତୁ ତା’ର ପିତା ମନ ସର୍ବଦା ନାଗର ପାଖରେ ଲାଖି ରହିଥାଏ । ହେ ସଂସାରୀ ଜୀବ ! ତୁମେ ମଧ୍ୟ ମନକୁ ଭଗବାନଙ୍କ ଠାରେ ରଖି ମାତା , ପିତା ତଥା କୁଟୁମ୍ବର କାର୍ଯ୍ୟ କର
🌻ଈଶ୍ୱର ଦର୍ଶନାଭିଳାସୀ ଠାରେ ନାମରେ ବିଶ୍ୱାସ ତଥା ସତ୍ୟାସତ୍ୟ ବିଚାର କହିବା ଉଚିତ ।
🌻ମନକୁ ସ୍ୱାଧିନ ଛାଡିଦେଲେ ସେ ନାନା ପ୍ରକାର ସଂକଳ୍ପ ବିକଳ୍ପରେ ବୁଡ଼ିରହେ କିନ୍ତୁ ବିଚାର ଅଙ୍କୁଶରେ ଆଘାତ କଲେ ସେ ସ୍ଥିର ହୋଇଯାଏ ।
🌻ହରିନାମ ଶ୍ରବଣର ପବିତ୍ର ପ୍ରେମରେ ଯା’ର ଆଖିରୁ ଲୁହ ଝରେ , ସେ ପ୍ରକୃତ ନାମ ପ୍ରେମୀ ।
ମା ମହାଲକ୍ଷ୍ମୀ ନମଃ ,ଶୁଭ ସକାଳ, ଆଜି ଗୁରୁବାର ଶ୍ରୀଜୀଉଙ୍କର ଅଧରପଣା ଓ ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ । ଜୟ ଜଗନ୍ନାଥ ,ଶୁଭ ଗୁରୁବାର।

Leave A Reply

Your email address will not be published.