ଆଜିର ଅନୁଚିନ୍ତା

ତାରିଖ : ୨୩/୦୭/୨୦୨୧,ଶୁକ୍ରବାର

0 238

ଭଗବାନଙ୍କର ନାମ ଶ୍ରବଣ ଓ କୀର୍ତ୍ତନ, ତାଙ୍କର ସ୍ମରଣ,ପୂଜା, ଦର୍ଶନ ଏବଂ ତାଙ୍କ ପାଦପଦ୍ମରେ ଆତ୍ମ ସମର୍ପଣ ସବୁକିଛି ମଙ୍ଗଳକାରକ ଅଟେ। ଏସବୁ ଭକ୍ତିମାର୍ଗ ମଧ୍ୟରୁ ତାଙ୍କୁ ଯେ କୌଣସି ମାଧ୍ୟମରେ ଭକ୍ତି କଲେ ପ୍ରାଣୀର ସମସ୍ତ ପ୍ରକାର କଳ୍ମଷ ନଷ୍ଟ ହୋଇ ଯାଇଥାଏ ଏବଂ ତା’ର ମନ ପବିତ୍ର ଓ ନିର୍ମଳ ‌ହୋଇଥାଏ। ପବିତ୍ର ଓ ନିର୍ମଳ ହୃଦୟ ନେଇ ପ୍ରଭୁଙ୍କ ଚରଣ କମଳରେ ମନୋନିବେଶ କଲେ ସେହି ପତିତପାବନ ଶରଣ ରକ୍ଷଣକାରୀ ଭଗବାନ ପ୍ରାଣୀର ସକଳ ପାପ ଓ ତାପ ହରଣ କରି ତାକୁ ଭକ୍ତି ଓ ମୁକ୍ତି ପ୍ରଦାନ କରିଥାନ୍ତି। ତେଣୁ ଏହି ଭବ ସାଗରକୁ ପାରିହେବା ପାଇଁ ସେହି ମଙ୍ଗଳମୟ ପ୍ରଭୁ ହିଁ ଏକମାତ୍ର ଭରସା।
ମହାମୁନି ଶୁକଦେବ କହିଲେ, ହେ ମହାରାଜା ପରୀକ୍ଷିତ!ଯାହାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ କଲେ, ଯାହାଙ୍କର ରୂପ ନୟନରେ ଦର୍ଶନ କଲେ, ଯାହାଙ୍କର ପଦ୍ମପାଦରେ ପ୍ରଣିପାତ କଲେ, ଯାହାଙ୍କୁ ସ୍ମରଣ,ପୂଜା ଏବଂ ସବୁକିଛି ସମର୍ପଣ କଲେ ପ୍ରାଣୀମାନଙ୍କର ସମସ୍ତ ପ୍ରକାର କଳ୍ମଷ ନାଶ ହୋଇଯାଏ ସେହି ପରମ କାରୁଣିକ ଭଗବାନ ସର୍ବ ମଙ୍ଗଳମୟ ଅଟନ୍ତି। ସେହି ଶରଣ ରକ୍ଷଣକାରୀ ପ୍ରଭୁଙ୍କ ଚରଣ କମଳରେ ମୁଁ ପ୍ରଣାମ କରୁଅଛି।
ଆଜିର ଅନୁଚିନ୍ତା
💔”ତୁମେ ତୁମର ଅତୀତକୁ ଯାଇ ଆରମ୍ଭ ହୋଇଥିବା ଭୁଲକୁ ସୁଧାରି ପାରିବନି ସତ ; କିନ୍ତୁ ବର୍ତ୍ତମାନରେ ଥାଇ ଭବିଷ୍ୟତର ଶେଷକୁ ସଜାଡ଼ି ପାରିବ !
💔” ନୀରବତା ର ଅର୍ଥ ହେଉଛି ନିଜ ପରିବାରରୁ ମିଳିଥିବା ” ସଂସ୍କାର ” . କିନ୍ତୁ କିଛି ଲୋକ ହସନ୍ତି ଆଉ ଏହାକୁ ଦୁର୍ବଳତା ବୋଲି ଭାବନ୍ତି କାହିଁକିନା ପ୍ରକୃତରେ ସଂସ୍କାର କଣ ତାହା ସେମାନଙ୍କୁ ହିଁ ଜଣା ନ ଥାଏ !
💔”କିଛି ଭୁଲ ମଣିଷକୁ ବହୁତ କିଛି ଶିଖେଇ ଦିଏ , କିଛି ଅଭିମାନ ମଣିଷକୁ ପର କରିଦିଏ କିଛି କଷ୍ଟ ମଣିଷକୁ ପଥର କରିଦିଏ ଆଉ କିଛି ବାସ୍ତବତା ମଣିଷକୁ ବହୁତ ବଦଳେଇ ଦିଏ !
💔”ସବୁବେଳେ ମନେରଖ ତୁମର ବର୍ତମାନ ର ଅବସ୍ଥା ତୁମର ଶେଷ ଅବସ୍ଥା ନୁହେଁ ଜୀବନ ର ବହୁତ ଭଲ ଦିନ ଏବେବି ବାକି ଅଛି ତେଣୁ କ୍ଷଣିକ ଦୁଃଖରେ ବିଚଳିତ ନହୋଇ ନିର୍ଭୟରେ ସାମ୍ନା କର !
💔”ସ୍ୱାର୍ଥପର ମଣିଷ କାହା ଦୁଃଖରେ ଭାଗ ନିଅନ୍ତି ନାହିଁ ସେମାନେ ସବୁବେଳେ ଅନ୍ୟର ସୁଖରେ ଭାଗ ନେବାକୁ ଅପେକ୍ଷା କରିଥାନ୍ତି
💔”ତ୍ୟାଗ ଭିତରେ ଯେଉଁ ପବିତ୍ର ଆନନ୍ଦ ରହିଛି , ତାହା ଭୋଗ ମଧ୍ୟରୁ କେବେ ମିଳିପାରିବ ନାହିଁ !
💔”ସମ୍ପର୍କ ଏମିତି ଏକ ଶବ୍ଦ ଯାହାକୁ ତୁଲାଇବା ତ ଦୂରର କଥା , ବୁଝିବା ପାଇଁ ବି ଲୋକଙ୍କ ପାଖରେ ସମୟ ନାହିଁ !
ଆଜିର ସୁବିଚାର
🔔”ଫୁଲ ଟିଏ ଫୁଟିଲେ ମହୁମାଛି ଯେମିତି ସନ୍ଧାନ କରି ଚାଲିଆସେ,ସେହିପରି ଆମେ ଯେତେବେଳେ ପ୍ରସିଦ୍ଧ ହେବା, କଠିନ ପରିଶ୍ରମ କରିବା ଲୋକ ଆମର ଗୁଣଗାନ କରିବେ !
🔔”ଅଳିଆ କାଚ ଉପରେ ଯେମିତି ସୂର୍ଯ୍ଯ ଙ୍କ ଆଲୋକ ପଡେ ନାହିଁ ସେହିପରି ଖରାପ ଲୋକ ଙ୍କ ଉପରେ ଈଶ୍ବର ଙ୍କ କୃପା ରହେ ନାହିଁ” !
🔔”ଯେତେ ବେଳେ ପବନ ବହେ ପଂଖା ବନ୍ଦ କରିଦେଲେ ଚଳିବ କିନ୍ତୁ ଈଶ୍ବର ଙ୍କ କୃପା ମିଳିଲେ ଈଶ୍ବର ଙ୍କୁ ଭକ୍ତି କରିବା ଛାଡିବା ଅନୁଚିତ” !
🔔”ଯେ ପର୍ଯ୍ୟନ୍ତ ମଣିଷ ଚିନ୍ତାରେ ଉଦ୍ବିଗ୍ନ ରହିଥିବ ଇଚ୍ଛା ଏବଂ ବାସନାର ଭୂତ ତାକୁ ଉଠବସ୍ କରୁଥିବ ସେ ପର୍ଯ୍ୟନ୍ତ ବୁଦ୍ଧିର ଚମତ୍କାରିତା ପ୍ରକାଶ ହେବନାହିଁ !
🔔”ଯେ ପର୍ଯ୍ୟନ୍ତ ନିରକ୍ଷରତା ଦୂର ନହୋଇଛି ସେ ପର୍ଯ୍ୟନ୍ତ ଚୋରି, ଜୁଆ, ମଦ, ବ୍ୟଭିଚାର ବନ୍ଦ ହେବ ନାହିଁ !
🔔”ଯେ କମ୍ କହେ ସେ ଅନେକ ବୁଝେ ।ଯେ କୌଣସି କାମ ଭଲ ହେଉ ବା ମନ୍ଦ, କରିବା ଆଗରୁ ଅନେକଥର ଚିନ୍ତା କର !
🔔”ଯେ ନିଜ ବ୍ୟତୀତ ଅନ୍ୟ କିଛି ଦେଖେ ନାହିଁ, ଶୁଣେ ନାହିଁ, ଜାଣେ ନାହିଁ, ସେ ଅନନ୍ତ !
ଜୟ ମା ସନ୍ତୋଷୀ,ଶୁଭ ସକାଳ,ଆଜି ଶୁକ୍ରବାର ପୂର୍ଣ୍ଣିମାର ଚନ୍ଦ୍ରପୁଜା,ନୀଳାଦ୍ରିବିଜେ ଓ ଶରଣ ଆରମ୍ଭ,ମା ସନ୍ତୋଷୀ ମାଙ୍କ ନିକଟରେ କୋଟି କୋଟି ପ୍ରଣାମ,ମାସନ୍ତୋଷୀ ମା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ଏତିକି ମିନତୀ!ଜୟ ଶ୍ରୀକୃଷ୍ଣ!

Leave A Reply

Your email address will not be published.