ଆଜିର ଅନୁଚିନ୍ତା

ତାରିଖ - ୦୩:୦୮:୨୦୨୧,ମଙ୍ଗଳବାର

0 203

🔔ଦୁନିଆର ସବୁଠୁ ବଡ଼ ସତ୍ୟ ଲୋକମାନେ ତୁମ ବିଷୟରେ ଭଲ ଶୁଣିଲେ..
ତୁମକୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ଆଉ, ତୁମ ବିଷୟରେ ଖରାପ ଶୁଣିଲେ.. ତୁରନ୍ତ ବିଶ୍ୱାସ କରି ଯାଆନ୍ତି।
🔔କର୍ମର ଗଣିତ ବହୁତ ସିଧା ଏବଂ ସରଳ ଭଲ କରିଲେ ଭଲ ଫଳ ମିଳିବ ” ଏବଂ “ଖରାପ କରିଲେ ଖରାପ ଫଳ ମିଳିବ ।
🔔କେବେ ନିଜ ହାତର ରେଖା ଉପରେ ଭରଷା କରି ଭାଗ୍ୟକୁ ଦୋଷ ଦେବେ ନାହିଁ, କାରଣ…ଭାଗ୍ୟ ତ ତାଙ୍କର ବି ଥାଏ ଯାହାର ହାତ ନଥାଏ ।
🔔କେହି ଭାଗ୍ୟ ନେଇ ଜନ୍ମ ହୁଅନ୍ତି ନାହିଁ, ନିଜ ଭାଗ୍ୟ ନିଜେହିଁ ତିଆରି କରିବାକୁ ପଡ଼େ, ହେଲେ ଲୋକ କିଛି କରିବେନି କି ଚେଷ୍ଟା ବି ଟିକେ କରିବେନି ଆଉ ଶେଷରେ କହିବେ ସବୁତ ମୋ ଭାଗ୍ୟର ଦୋଷ ।
🔔ହ୍ୱାଟ୍ସ୍ଆପ୍ ହେଉ କି ଦୈନନ୍ଦିନ ଜୀବନଏଠି ତ ଲୋକମାନେ ସବୁବେଳେ,ନିଜର Status କୁ ହିଁ ଦେଖନ୍ତି ।
💔ନିଜ ଉପାର୍ଜିତ ଧନ, ନିଜ ଜୀବନର ମୂଲ୍ୟବାନ୍ ସମୟ ଏବଂ ଅନ୍ୟ ଉପରେ ନିଜର ବିଶ୍ଵାସ ଏ ତିନିଟି ଯାକ ଜିନିଷ ଦେଖି ଚାହିଁ ଖର୍ଚ୍ଚ କରିବା ଉଚିତ୍…. ନଚେତ୍ ଜୀବନରେ ଖାଲି ନିଜ ହାତ ମୁଠାରେ “ଜୀବନର ଅନୁଭବ” ରଖିବା ହିଁ ସାର ହେବ ।
💔ନିଜ ଦୃଷ୍ଟି ଦ୍ୱାରା ନିଜ ମାନସିକ ସ୍ଥିତିକୁ ବୁଝିବା ଅତି ସରଳ ହୋଇଥାଏ, କିନ୍ତୁ ଅନ୍ୟର ସମସ୍ୟା ଓ ପରିସ୍ଥିତି ଦ୍ୱାରା ଉତ୍ପନ୍ନ ହେଉଥିବା ମାନସିକ ସ୍ଥିତିକୁ ବୁଝିବା ହିଁ ଏକ ବୁଝାବଣା ବ୍ୟକ୍ତି ର ଲକ୍ଷଣ ଅଟେ।
💔ସନ୍ଦେହ ଓ ଅବିଶ୍ବାସ ମଣିଷକୁ ସବୁ ସମ୍ପର୍କରୁ ଦୁରକୁ ନେଇ ଯାଏ,ତେଣୁ କୌଣସି ବାବଦରେ ସତ୍ୟତା ନ ଜାଣି ହଠାତ୍ କି କାହାକୁ ସନ୍ଦେହ କି ଅବିଶ୍ବାସ କରିବା ଠିକ୍ ନୁହେଁ । ସବୁବେଳେ ଯାହା ଶୁଣୁଛନ୍ତି ତାର ସତ୍ୟତା ପରଖିବା ପରେ ମନ୍ତବ୍ୟ ଦିଅନ୍ତୁ
💔ଜୀବନର ପ୍ରତ୍ୟେକ ଟି ମୋଡରେ, ପ୍ରତ୍ୟେକ ପରିସ୍ଥିତିରେ ଆମ ସହ କେହି ନା କେହି ସହଯୋଗ କରିଥାଏ । ଆମକୁ ପ୍ରେରଣା ଓ ଉତ୍ସାହ ଯୋଗାଇ ଥାଏ ଅନ୍ୟ ଜଣେ କେହି ଯାହାକୁ ଆମେ ଦେଖି ପାରି ନଥାଉ କେବଳ ଅନୁଭବ କରି ପାରୁ । ସବୁ ଠିକ୍ ଭୂଲ୍ ରେ ବାଟ କଢ଼ାଇ ଦେଇଥାଏ ଆମକୁ ସେ..ଆଉ ସେ ହେଉଛି ଆମ ଅନ୍ତରାତ୍ମା ।

Leave A Reply

Your email address will not be published.