ଆଜିର ଅନୁଚିନ୍ତା

ତାରିଖ : ୧୦/୦୮/୨୦୨୧,ମଙ୍ଗଳବାର

0 392

➡️”ଯଦି ଆପଣ ଜୀବନକୁ ବୁଝିବା ପାଇଁ ଚାହୁଁଛନ୍ତି ତେବେ ନିଜକୁ ସର୍ବଦା ଗୋଟିଏ ଶିଷ୍ୟ ସ୍ଥାନରେ ରଖନ୍ତୁ , ଧୀରେ ଧୀରେ ସବୁକିଛି ବୁଝିପାରିବେ !!
➡️”ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ କେହି ବି ସବୁଦିନ ଶତୃ ବା ମିତ୍ର ହୋଇ ରହିନଥାନ୍ତି . ଆଜି ଯିଏ ଭଲ ଆସନ୍ତାକାଲି ଖରାପ , ତା’ପରଦିନ ପୁଣି ଭଲ . ସେଥିପାଇଁ ଆମେ ଯଦି ସେସବୁକୁ ଧ୍ୟାନ ନ ଦେଇ ନିଜ ହିସାବରେ ରହିବା ତାହେଲେ ଜୀବନର ପଥ ସୁଗମ ହୋଇପାରିବ !!
➡️”ନିଷ୍ପତ୍ତି ନେଉଥିବା ମୁହୂର୍ତ୍ତଟି ଜୀବନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ , କାହିଁକି ଏହା ଏମିତି ଏକ ମୁହୂର୍ତ୍ତ ଯାହା ଭାଗ୍ୟର ଆକୃତି ତିଆରି କରିଥାଏ , ତେଣୁ ନେଉଥିବା ନିଷ୍ପତ୍ତି ସବୁବେଳେ ଭାବିଚିନ୍ତି ନିଅନ୍ତୁ !!
➡️”କାହାକୁ ଅତ୍ୟଧିକ ଗୁରୁତ୍ବ ଦେଲେ ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡ଼େ , ଏହା ହିଁ ନିରାଟ ସତ୍ୟ !!
➡️”ଅନ୍ୟକୁ ବଦଳେଇବା ପାଇଁ ବାରମ୍ବାର ଚେଷ୍ଟାକରି ଆପଣ ବିଫଳ ହେବା ଅପେକ୍ଷା ନିଜେ ବଦଳି ଯିବା ଶତଗୁଣ ଭଲ ହୋଇପାରେ !!”
➡️”ଋଷିବା ପରେ ଭୁଲ୍ ଯାହାର ବି ଥାଉ ସେଇ ମାନେ ପ୍ରଥମେ କଥା , ହେବା ପାଇଁ ବ୍ୟାକୁଳ ହୁଅନ୍ତି ଯାହାଙ୍କୁ ସମ୍ପର୍କର ମୂଲ୍ୟ କଣ ଜଣା ଥାଏ !!”
➡️”କିଛି ଲୋକ ଅଛନ୍ତି ସେମାନେ କେବଳ ଅନ୍ୟର ଦୋଷ ଦୁର୍ବଳତାକୁ ନକରାତ୍ମକ ଭାବନାରେ ଦେଖୁଥାନ୍ତି । ସେମାନେ ତାର ଭଲଗୁଣକୁ ଦେଖନ୍ତିନି । ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ଭଲ ଗୁଣ ଅଛି , ସେହି ଭଲ ଗୁଣକୁ ଚିହ୍ନ ଓ ତାହାକୁ ସମ୍ମାନ ଦିଆ । ଦେଖିବ ତୁମେବି ସମ୍ମାନ ର ଅଧୁକାରୀ ହୋଇଯିବ !!”
ଆଜିର ନୀତିବାଣୀ
➡️”ଯିଏ ଅତ୍ୟଧିକ ଗର୍ବ କରେ ତାର ସେ ଗର୍ବ ରହେ ନାହିଁ । ଦିନେ ନା ଦିନେ ତା ଗର୍ବ ଭାଂଗେ । ଅହଂକାର ତୁଟେ । ସେତେବେଳେ ସେ ନିଜ ପାଇଁ ସ୍ଥାନ ଖୋଜି ପାଏନାହିଁ । କାରଣ କେହି ତାକୁ ପାଖ ପଶେଇବାକୁ ରାଜି ହୁଅନ୍ତି ନାହିଁ !!
➡️”ଯିଏ କେବେ ବିଶ୍ୱାସ ଘାତକତା ନକରେ ସେ ପ୍ରକୃତ ବନ୍ଧୁ !!
➡️”ଯିଏ ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରେ ସେ ଉତ୍ତମ ପିତା ହୋଇପାରେ !!
➡️”ଯିଏ ନିଜ ସ୍ୱାମୀକୁ ସର୍ବସୁଖ ଦେଇପାରେ, ତାର ମନ ଜିତିପାରେ ସେ ପ୍ରକୃତ ପତିବ୍ରତା !!
➡️”ଯିଏ ପଛରୁ ଛୁରୀ ଭୂଷେ, ସାମନାରେ ଭଲେଇ ହୋଇ ପଛରେ ନିନ୍ଦାଗାନ କରେ ସେ ସବୁଠାରୁ କ୍ଷତିକାରକ ଏବଂ ଘୃଣ୍ୟ ରୂପେ ପରିଗଣିତ ହୋଇଥାଏ !!
➡️”ଯିଏ ଯେମିତି ବ୍ୟବହାର ଦେଖାଏ ସେ ସେମିତି ବ୍ୟବହାର ପାଇଥାଏ !!

!!ଜୟ ଶ୍ରୀ ରାମ,ଶୁଭ ସକାଳ ,ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ହସ ଖୁସି ସହ ନିରୋଗ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା !!

Leave A Reply

Your email address will not be published.