ଆଜିର ଅନୁଚିନ୍ତା

0 223

ଆଜିର ଅନୁଚିନ୍ତା
➡️”ମଣିଷର ନିଜର କ’ଣ ? ଜନ୍ମ ଅନ୍ୟଠାରୁ ହୁଏ, ନାମ କରଣ ଅନ୍ୟ ମାନେ କରନ୍ତି, ଶିକ୍ଷା ଅନ୍ୟ ଠାରୁ ପ୍ରାପ୍ତି ହୋଇଥାଏ, କାମ କରିବା ବି ଅନ୍ୟମାନେ ଶିକ୍ଷାନ୍ତି, ଶେଷରେ ସ୍ମଶାନ ମଧ୍ୟ ଅନ୍ୟମାନେ ନିଅନ୍ତି ଏହି ସଂସାରରେ ତୁମର ନିଜର କ’ଣ ଅଛି , ଯେ ତୁମେ ଗର୍ବ କରୁଛ ? ଥରେ ଭାବି ଦେଖ !!
➡️”ଆମେ କାହାର ଛୋଟଛୋଟ ଭୁଲ ପାଇଁ ତାକୁ ଘୃଣା କରିବା ସେମିତି ହେଲେ ସମସ୍ତଙ୍କର କିଛି ନା କିଛି ଭୁଲ ରହିବ । ସେଥିପାଇଁ କାହାକୁ ଘୃଣା ନକରି ସମସ୍ତଙ୍କୁ ଭଲ ପାଇଲେ ଏ ଦୁନିଆ ବି ଅତି ନିଜର ଲାଗିବ !!
➡️”କୋଇଲି ନିଜ ଭାଷା କହିଥାଏ ସେଥିପାଇଁ ସ୍ବାଧୀନ ରହିଥାଏ କିନ୍ତୁ ଶୁଆ ଅନ୍ୟର ଭାଷା କହିଥାଏ ସେଥିପାଇଁ ସାରା ଜୀବନ ପିଞ୍ଜରା ଭିତରେ ରହିଥାଏ , ନିଜ ଭାଷା ନିଜ ବିଚାର ଓ ନିଜ ଉପରେ ବିଶ୍ବାସ କର !!
➡️”ମନେରଖନ୍ତୁ ଭଲ ଦିନ ଦେଖିବା ପାଇଁ ଆପଣଙ୍କୁ ଖରାପ ଦିନର ସାମ୍ନା ନିଶ୍ଚିତ କରିବାକୁ ପଡିବ !!
➡️”ପୃଥିବୀ ରେ ରହୁଥିବା ମଣିଷ ଧନ ସମ୍ପତି କୁ ଗଣୁ ଥାଏ ,,
👉”କାଲି କେତେ ଥିଲା ଆଉ ଆଜି କେତେ ବଢିଛି …
👉”ଆଉ ଉପରେ ବସିଥିବା ଈଶ୍ବର ହସୁ ଥାଆନ୍ତି ପୁଣି ଏଇ ମଣିଷ ର ଆୟୁଷ କୁ ଗଣୁଥାଆନ୍ତି ..
👉”କାଲି କେତେ ଦିନ ଥିଲା ଆଉ ଆଜି କେତେ ଦିନ ରହିଲା …
👉”ଲୋଭ ରୁ ଦୁରେଇ ରୁହନ୍ତୁ ସମାଜର ଭଲ କାମ କରନ୍ତୁ ଈଶ୍ଵର କୁ କେବଳ 5 ମିନିଟ ସମୟ ଦିଅନ୍ତୁ … !!
➡️”ନୀରବତା ଏବଂ ଧୌର୍ଯ୍ୟ ଠାରୁ ବଡ କୌଣସି ଗୁଣ ନାହିଁ । ନୀରବତା ଦ୍ବାରା ସମ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଏବଂ ଧୌର୍ଯ୍ୟ ଦ୍ବାରା ସମସ୍ତ ବିପଦକୁ ପାରି କରାଯାଇପାରେ !!
➡️”ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ…….ବଞ୍ଚି ରହେ ବ୍ୟବହାରରୁ….ଅନୁଭବ ହୁଏ ଯନ୍ତ୍ରଣାରୁ ..ଅନୁଭୂତି ରହେ ହୃଦୟରେ ….ଫିକା ପଡିଯାଏ ଅବହେଳାରୁ…..ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ୍ ବୁଝାମଣାରୁ !!
ଆଜିର ନୀତିବାଣୀ
➡️”ଆଶାରେ ହିଁ ଜଣେ ବ୍ୟକ୍ତି ଅଗ୍ରସର ହୋଇଥାଏ।ତେଣୁ ନିରାଶାକୁ ପ୍ରତ୍ୟେକ ବ୍ୟକ୍ତି ନିଜଠାରୁ ଦୁରେଇ ରଖନ୍ତୁ !!
➡️”ସମୟ ଯେତେବେଳେ ପରୀକ୍ଷା ନିଏ,ସବୁ ଦିଗରୁ ପ୍ରହାର କରିଥାଏ ।ସେ ଧନୀ ହଉବା ଗରିବ,ଜ୍ଞାନୀ ହେଉବା ଅଜ୍ଞାନୀ.. !!
➡️”ଘରେ ଯଦି କଳା ପିମ୍ପୁଡି ଡିମ୍ବ ଧରି ବାହାରିଲେ ଶୁଭ ହୋଇଥାଏ |ନାଲି ପିମ୍ପୁଡି ବାହାରିଲେ ଅଶୁଭ ହୋଇଥାଏ !!
➡️”ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ।ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ
➡️”ପରମେଶ୍ବର ମନୁଷ୍ୟମାନଙ୍କୁ ସମ୍ପଦ ଓ ବିପଦ ଦ୍ବାରା ପରୀକ୍ଷା କରନ୍ତି ।ଧର୍ମଭୀରୁ ଲୋକମାନଙ୍କ ପାଇଁ ପରଲୋକ କଲ୍ୟାଣ ର ଆଳୟ !!
ଆଜିର ସୁବିଚାର
➡️”ମଣିଷ ମନରେ ଏମିତି କିଛି କଷ୍ଟ ଲୁଚି ରହିଥାଏ ଯାହାକୁ ନା କେବେ କହି ହୁଏ ନା ସହି ହୁଏ !!
➡️”ସଫଳତା ଗୋଟିଏ ଦିନରେ ମିଳିବନି । ଗୋଟିଏ ଦିନ ନିଶ୍ଚୟ ମିଳିବ !!
➡️”ବିଶ୍ବାସ କରି ବା ଭଲ କିନ୍ତୁ ଅନ୍ଧ ବିଶ୍ବାସ ନୁହେଁ । ସେମିତି ଆଶା କରିବା ଭଲ କିନ୍ତୁ ପ୍ରତ୍ୟାଶା ନୁହେଁ !!
➡️”ମିତ୍ରତା ଏମିତି ବ୍ୟକ୍ତିଙ୍କ ସହ କରନ୍ତୁ ନାହିଁ ଯିଏ ପକ୍ଷୀ ଭଳି ଦାନା ପାଣି ଖାଇ ଫୁର କିନା ଉଡିଯାଏ । ମିତ୍ରତା ସେହି ମାନଙ୍କ ସହ ରଖନ୍ତୁ ଯେଉଁମାନେ ପାଣି ଓ ମାଛ ଭଳି ଉଭୟ ଉଭୟଙ୍କର ସୁଖ ଦୁଃଖରେ ସାଥୀ ହୋଇ ରୁହନ୍ତି ପ୍ରକୃତ ବନ୍ଧୁ ସେ ହୋଇଥାଏ ଯିଏ ଆପଣଙ୍କ ମନର ଭାବନାକୁ ବୁଝିପାରେ ଏବଂ ବିପରୀତ ପରିସ୍ଥିତିରେ ମଧ୍ୟ ଆପଣଙ୍କ ହାତ ଛାଡ଼ି ନଥାଏ !!
➡️”ରୋଜଗାର କମ୍ ହେଉ କି ଅଧିକ ଜୀବନ ସମସ୍ତଙ୍କ ପାଇଁ ସମାନ !!
➡️”ଛୋଟ ଗାଡ଼ି ହେଉ ବା ବଡ଼ ଗାଡ଼ି ହେଉ ରାସ୍ତା ତ ସମଙ୍କ ପାଇଁ ସମାନ !!
➡️”ଖାଦ୍ୟ ଯେତେ ଟଙ୍କାର ବି ହେଉ ପେଟ ପୁରିବା ସଭିଙ୍କ ପାଇଁ ସମାନ !!
➡️”ଘଣ୍ଟା ସାଧାରଣ ହେଉ ବା ହୀରାଲଗା ହେଉ ସମୟ ଦେଖାଏ ସମସ୍ତ ପାଇଁ ସମାନ !!
➡️”ଜଣେ ଗରିବ ହେଉ କି କୋଟିପତି ମରିବାଟା ସମସ୍ତଙ୍କ ପାଇଁ ସମାନ !!
➡️”ତେଣୁ ମୃତ୍ୟୁ ପରେବି ବଞ୍ଚିରହିବା ପାଇଁ ଧନ ନୁହେଁ ଜିଣିବାକୁ ହୁଏ ଅନ୍ୟର ମନ
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏.ଶୁଭ ସକାଳ, ଆଜି ରବିବାର ଗୁରୁଦିବସ, ଶିବଚତୁର୍ଦ୍ଦଶୀ,ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.