ଭବାନୀପୁରରୁ ଲଢ଼ିବେ ମମତା

ଆଜିର ଖବର ତାରିଖ–୦୫-୦୯-୨୦୨୧(ରବିବାର)

0 196

୧. ଗ୍ଲୋବାଲ ଲିଡର ଭାବେ ୭୦% ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨. ରୋହିତ ଶର୍ମାଙ୍କ ଶତକରେ ମ୍ୟାଚ୍‌କୁ ଫେରିଲା ଭାରତ, ଇଂଲଣ୍ଡଠୁ ୧୭୧ ରନର ଅଗ୍ରଣୀ ହାସଲ ।
୩. ମୋଦୀଙ୍କ ଜନ୍ମଦିନ ପାଇଁ ୨୦ ଦିନ ଧରି ସେବା ସମର୍ପଣ ଅଭିଯାନ ଆରମ୍ଭ କରିବ ବିଜେପି, ମୋଦୀଙ୍କ ପାଖକୁ ଯିବ ୫ କୋଟି ପୋଷ୍ଟକାର୍ଡ ।
୪. ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ ।
୫. ଆଜି ଶନିବାର ଦିନ ୧୧ ସମୟରେ ଲୋହିଆ ଏକାଡ଼େମି ଠାରେ ଦାଦା ଭାଇ ନାରୋଜୀ ଙ୍କ ଉପରେ ଲିଖିତ ପୁସ୍ତକ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ନୋଚିତ ଓ ଲୋକାପ୍ରିତ ହୋଇଛି ।
୬. ଉତ୍ତରପ୍ରଦେଶରେ ଅନେକ ଜିଲ୍ଲାରେ ‘ରହସ୍ୟମୟ ଜ୍ୱର’ରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।
୭. ସୁନା ପୁଅ ପ୍ରମୋଦ ଭଗତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । କହିଲେ, ତୁମର ବିଜୟ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ।
୮. ଇସ୍କନ ମନ୍ଦିର ଆଗରେ ଆଉ ଜମିବନି ପାଣି । ପାଣି ନିଷ୍କାସନ ପାଇଁ ବ୍ୟବହାର ହେବ ସ୍ପଞ୍ଜ ଟେକ୍ନୋଲୋଜି, ଜର୍ମାନ ଦେବ ସହାୟତା ।
୯. ରାଜ୍ୟରେ ୨୧୭୧.୮୨କୋଟି ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି ।
୧୦. ଇମ୍ରାନଙ୍କ ପରେ ଏବେ ତାଲିବାନ ସରକାରକୁ ବି କଣ୍ଟ୍ରୋଲ କରିବ ପାକ୍‌ ସେନା ! ISI ମୁଖ୍ୟ କାବୁଲ ପହଞ୍ଚିବା ପରେ ଜୋରଧରିଛି ଚର୍ଚ୍ଚା ।
୧୧. ବିଧାନସଭାରେ ଅସୁସ୍ଥ ହୋଇପଡ଼ିଲେ ତାରାପ୍ରସାଦ ବାହିନୀପତି ।
୧୨. ରାଜ୍ୟରେ ସୁସ୍ଥ ହେଲେ ଆଉ ୮୨୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୯୬ ହଜାର ୩୦୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଜଣ ରହିଛନ୍ତି ।
୧୩. ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗରେ ଉପ ନିର୍ବାଚନ । ଭବାନୀପୁରରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
୧୪. ଓଡ଼ିଶା ସହର ଯୋଜନା ଅଭିବୃଦ୍ଧି ଟ୍ରଷ୍ଟ ବିଲ ପାରିତ: ହାଉସିଂ ପ୍ଲାନ୍ ଅନୁମୋଦନ ହେବ କୋହଳ ।
୧୫. ପିପିଲି ଉପନିର୍ବାଚନ: ମାତ୍ର ୭ଦିନ ହେବ ପ୍ରଚାର, ସଭାରେ ସର୍ବାଧିକ ହଜାରେ ଲୋକ ।
୧୬. ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।
୧୭. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୩ ନାମଲେଖା ନିମନ୍ତେ ଆଉ ଏକ ସୁଯୋଗ ମିଳିବ । ଏ ନେଇ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ୧୮. ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ ।
୧୯. ପୁଣି ଘୁଞ୍ଚିଲା ଆଫଗାନରେ ସରକାର ଗଠନ । ଆସନ୍ତା ସପ୍ତାହରେ ଗଢ଼ା ହୋଇପାରେ ସରକାର ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)🙏ଆଜି ଗୁରୁଦିବସ,ଶୁଭସକାଳ , ପ୍ରତ୍ୟକ ମନୁଷ୍ୟ ଜୀବନରେ ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ, ନିରବତା ହିଁ ଯଥେଷ୍ଟ ହୋଇଥାଏ।GOOD MORNING 🙏

Leave A Reply

Your email address will not be published.