ହୋଟେଲରେ ଚାଲିଥିଲା ଦେହ ବେପାର,ପୋଲିସ ହାତରେ ଧରାପଡିଲେ…

0 303

ଭୁବନେଶ୍ବର,୪/୯(ଏସଏସନିୟୁଜ) ହୋଟେଲରେ ଦେହ ବେପାର ଚାଲିଥିବାବେଳେ ଭରତପୁର ଥାନା ପୋଲିସ ହାତରେ ଧରାପଡିଛନ୍ତି ୨ ଗ୍ରାହକସହ ୮ଜଣ ବଙ୍ଗୀୟ ଯୁବତୀ । କଳିଙ୍ଗବିହାର କେ-୨ସ୍ଥିତ ହିମାବତୀ ହୋଟେଲ୍ ପ୍ୟାଲେସ୍‌ରେ ଦେହବେପାର ଚାଲିଥିବା ଖବର ପାଇ ପୋଲିସ ରାତିରେ ଚଢଉ କରିଥିଲା ।ଚଢଉ ସମୟରେ ଗଂଜାମ ହିଂଜିଳିକାଟୁର ସନ୍ତୋଷ ପ୍ରଧାନ(୨୯) ଓ ପୁରୀ ବାସେଳିସାହିର ପ୍ରମୋଦ କୁମାର ପୃଷ୍ଟି ନାମକ ଦୁଇ ଗ୍ରାହକ ଅସଂଜତ ଅବସ୍ଥାରେ ପୋଲିସ ହାତରେ ଧରାପଡିଥିଲେ ।ଏହାପରେ ପୋଲିସ ବିଭିର୍ଣ ରୁମ ତଲାସି କରିବାପରେ ଅନେକ ଆପତ୍ତିଜନକ ସାମଗ୍ରୀ ଓ ଉତ୍ତେଜକ ଔଷଧ ସହ ୮ଜଣ ବଙ୍ଗୀୟ ଯୁବତୀ କୁ ଗିରଫ କରିଥିବା ବେଳେ ହୋଟେଲ ମାଲିକ କୈାଶଳକ୍ରମେ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.