ଅଳ୍ପକେ ବର୍ତ୍ତିଲେ ମାନବରୂପି ଗରୁଡ

0 259

ସାକ୍ଷୀଗୋପାଳ,୪/୯(ଏସ ଏସ ନିୟୁଜ)ସାକ୍ଷୀଗୋପିନାଥ ଦେବଙ୍କ କାଳୀୟ ଦଳନ ପର୍ବ ପାଳିତ ହେଉଥିବା ସମୟରେ ଅଘଟଣ ଘଟିଛି । ପୁରୁଣା ଡଙ୍ଗାରେ ଗରୁଡ ପୋଖରୀରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ଦ୍ୱିପଦାଣ୍ଡି ଠାରେ ଡଙ୍ଗା ଓଲଟି ପଡିବାଫଳରେ ମାନବରୂପି ଗରୁଡ ସେବକ ନାରାୟଣ ମହାପାତ୍ର ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସାକ୍ଷୀଗୋପିନାଥ ଲବଣିଖିଆ ମଣ୍ଡପରୁ ଭୋଗ ଖାଇ ରାଧାକୁଣ୍ଡ ବା କେତକିଝର ପୋଖରୀ ନିକଟକୁ ବିଳମ୍ବିତ ରାତିରେ ଯାଇଥିଲେ । ସେଠାରେ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ପାରମ୍ପରିକ ନୀତି ଅନୁସାରେ ଗରୁଡ ଡଙ୍ଗାରୁ ଦ୍ୱୀପିଦାଣ୍ଡିକୁ ଉଠିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ପାଣିରେ ଓଲଟି ପଡିଥିଲା । ନାଉରିଆ ସେବକ ଓ ଜନସାଧାରଣ ତୁରନ୍ତ ଗରୁଡଙ୍କୁ ପାଣିରୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.