ଆଜିର ଅନୁଚିନ୍ତା

ତାରିଖ : ୨୩.୦୯.୨୦୨୧,ଗୁରୁବାର

0 246

ଆଜିର ନୀତିବାଣୀ
➡️”କେବଳ ବାପା ମା ହିଁ ଆମର ଅଳି ଉଠାନ୍ତି ନହେଲେ ଆଉ ସବୁତ କେବଳ ଆମର ଫାଇଦା ଉଠାଇଥାନ୍ତି… !!
➡️”ନିଜ ବ୍ୟକ୍ତିର ନମ୍ରତା ଅତ୍ୟନ୍ତ ଦୁଃଖଦାୟକ ଅଙ୍କୁଶ- ଧନୁଶର- ସାପ ଏବଂ ବିରାଡି ତଳକୁ ଝିଙ୍କି କରି ହିଁ କରିଥାନ୍ତି !!
➡️”ଗୁରୁବାରଦିନ ସୂର୍ଯ୍ୟାସ୍ତପରେ ଘରକାନ୍ଥରେ ଝିଟିପିଟି ଦେଖିଲେ ଠାକୁରଘରୁ ଅରୁଆଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଶୁଭଫଳ ମିଳିଥାଏ !!
➡️”ଅନ୍ୟର ସହାଯ୍ୟକୁ ଭୁଲ ନାହିଁ, ନିଜେ କରିଥିବାସାହାଯ୍ୟକୁ ବାରମ୍ବାର ମନେ ପକାଅ ନାହିଁ !!
➡️’ମିଛ’ ବହୁତ ସହଜ ଓ ସୁନ୍ଦର କିନ୍ତୁ ସେଥିରୁ ମିଳିଥିବା ଖୁସି ମୂଲ୍ୟହୀନ । ‘ସତ’ ବହୁତ କଠୋର ଓ ନିଷ୍ଠୁର କିନ୍ତୁ ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ !!
ଆଜିର ଅନୁଚିନ୍ତା
➡️”ଜୀବନରେ କେବେ କାହାକୁ କଷ୍ଟ ଦେବାକୁ ଚେଷ୍ଟା ବି କରନ୍ତୁ ନାହିଁ , କାହିଁକିନା ସେ ହୁଏ ତ ଆପଣଙ୍କୁ କ୍ଷମା କରିଦେଇ ପାରେ ହେଲେ ସେ ନିଜ ଜୀବନରୁ କେବେହେଲେ ଆପଣଙ୍କୁ ଭୁଲି ପାରିବ ନାହିଁ !!
➡️”ଜୀବନରେ ଏମିତି କିଛି କଷ୍ଟ ଥାଏ ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦର ଆବଶ୍ୟକତା ନଥାଏ , କେବଳ ନିରବତା ହିଁ ଯଥେଷ୍ଟ ହୋଇଥାଏ !!
➡️”କୌଣସି ମଣିଷ କେବେବି ନିଜ ଇଛାରେ ବଦଳି ନଥାଏ , ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ !!
➡️”ହଜିଯାଇଥିବା ସୂର୍ଯ୍ୟକୁ ଫେରି ପାଇବାକୁ ହେଲେ ମାତ୍ର ଗୋଟିଏ ରାତି ଅପେକ୍ଷା କରିବାକୁ ପଡ଼େ , କିନ୍ତୁ ହଜିଯାଇଥିବା ବିଶ୍ବାସ ସାରା ଜୀବନ ଅପେକ୍ଷା କରିଲେ ବି ଆଉ ଫେରି ନଥାଏ !!
➡️”ଜୀବନରେ ସବୁବେଳେ ଛୋଟ ଛୋଟ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ . କାହିଁକିନା ମନୁଷ୍ୟ ପଥର ଠାରୁ ହିଁ ଝୁଣ୍ଟିଥାଏ ପାହାଡ଼ ଠାରୁ ନୁହେଁ !!
ଆଜିର ସୁବିଚାର
➡️”ଯଦି ମଣିଷ କିଛି ଭୁଲ କରୁଛି ତାଙ୍କୁ ଗାଳି କରିବା ପରିବର୍ତ୍ତେ ତାଙ୍କୁ ବୁଝାଅ । ଗାଳି କଲେ ମଣିଷ ଅଭିମାନ କରିବ ଓ ଚିଡିଚିଡା ହବ , ବୁଝାଇଲେ ମଣିଷ କିଛି ଶିଖିବାକୁ ପାଇବ !!
➡️”ଯେବେ ମନ ଦୁଃଖରେ ଥାଏ ସେତେବେଳେ ମଣିଷ ସେହି ଲୋକଟିକୁ ଖୋଜିଥାଏ , ଯାହାକୁ ସେ ନିଜର ଭାବୁଥାଏ ଓ ତାକୁ ବିଶ୍ବାସ କରୁଥାଏ .. !!
➡️”ସମୟ ମୁତାବକ ନିଜକୁ UPDATE କରନ୍ତୁ ନହେଲେ ଏ ଦୁନିଆ USE କରି Hang କରିଦେବ !!
➡️ଯଦି ମୋଖୁସିରେ କେହି କଷ୍ଟ ପାଉଛି ମୋର ସେ ଖୁସି ଦରକାର ନାହିଁ । ଆଉ ଯଦି ମୋ କଷ୍ଟ ପାଇବାରେ କେହି ଖୁସି ହେଉଛି ମୁଁ ସବୁ କଷ୍ଟ ସହିବାକୁ ରାଜି ଅଛି !!
➡️”ଏବେ ଜାଣି ପାରିଲି ଯେ , ମୋ ନିଜର ନିମ୍ନୋକ୍ତ ଆଉ ୨ଟି ଗୁଣ ମଧ୍ୟ ଖରାପ ବୋଲି …୧ ) କାହାରି ପଛରେ ତାହାରା ମନ୍ଦ ପାଞ୍ଚିବାଟା ମୋ ଅଭ୍ୟାସର ବହିର୍ଭୁତ .. ୨ ) ଯଦିଓ ଦୁଇପଦ କଥା କମ୍ କହେ , କିନ୍ତୁ ଯାହାବି କହେ ସାମ୍ନାରେ କହିପକାଏ .
➡️”କଷ୍ଟ ସମସ୍ତଙ୍କ ହୃଦୟରେ ଅଛି ବାସ୍ ଫରକ୍ ଏତିକି ଅଛି କି , କେହି କଷ୍ଟ କୁ ଲେଖି ଦେଉଛି , ଆଉ କେହି ତାକୁ ପଢିନଉଛି .. !!
🙏ଓଁ ମା ମହାଲକ୍ଷ୍ମୀ ନମଃ🙏ଶୁଭ ସକାଳ,ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏. ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏.

Leave A Reply

Your email address will not be published.