ଆଜିର ଅନୁଚିନ୍ତା

0 350

ଆଜିର ନୀତିବାଣୀ
➡️”ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ !!
➡️”ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରେନାହିଁ !!
➡️”ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ, ନିରବତା ହିଁ ଯଥେଷ୍ଟ ହୋଇଥାଏ !!
➡️”ଲୋକେ ଏଠି ନୂଆ ନୂଆ ସମ୍ପର୍କକୁ ବହୁତ ଭଲ ପାଇଥାନ୍ତି । ଆଉ ପୁରୁଣା ହୋଇଗଲେ, ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୂରେଇ ଯିବାକୁ ଚେଷ୍ଟା କରନ୍ତି !!
➡️”ଆପଣଙ୍କ ଲୁହ କାହା ପାଇଁ ମୋତି ତ କାହା ପାଇଁ କେବଳ ପାଣି ବୁନ୍ଦା:ସେଇଥିପାଇଁ ଭାବି ବିଚାରୀ ଏହାକୁ ଝରାଅ !!
ଆଜିର ଅନୁଚିନ୍ତା
➡️”ଯିଏ ସରଳ ବିଶ୍ବାସୀ ସେ ସବୁବେଳେ କଷ୍ଟ ଓ ଯନ୍ତ୍ରଣା ପାଇଥାଏ , କାହିଁକି ନା ସେ ସମସ୍ତଙ୍କୁ ଆପଣାର ଭାବି ବିଶ୍ବାସ କରିଥାଏ !!
➡️”ଆପଣଙ୍କ ମୁହଁର ସେଇ ଛୋଟିଆ ହସ ହେଉଛି ଏମିତି ଏକ ଔଷଧ ଯାହା ଦ୍ବାରା ଆପଣ ନିଜ ଶତୃର ହୃଦୟକୁ ବି ଜୟ କରି ପାରିବେ !!
➡️”ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା ” ବିଶ୍ବାସ ” , ଆଉ ଯାହାକୁ ଅର୍ଜନ କରିବାକୁ ବର୍ଷ ବର୍ଷ ଲାଗିଯାଏ , କିନ୍ତୁ ହରେଇବାକୁ ମାତ୍ର ଗୋଟିଏ ସେକେଣ୍ଡ ହିଁ ଯଥେଷ୍ଟ !!
➡️”ସତ୍ୟ ଏକ ଏଭଳି ଧନ ଯାହାକୁ ପ୍ରଥମେ ଖର୍ଚ୍ଚ କର ଆଉ ସାରା ଜୀବନ ଆନନ୍ଦ ନିଅ , ମିଥ୍ୟା ଏକ ଏପରି ଋଣ ଯେଉଁଥରେ କ୍ଷଣିକ ଖୁସୀ ପାଅ ଆଉ ଜୀବନ ସାରା ଶୁଝୁ ଥାଅ !!
➡️”ଏ ମିଛ ମାୟା ଦୁନିଆରେ କିଏ କେତେଦିନ ବଞ୍ଚିବ କେହି ଜାଣି ନାହାନ୍ତି , ତ କଣ ପାଇଁ ଏ ରାଗ , ଅଭିମାନ ଆଉ ଗର୍ବ , ସବୁକିଛି ଭୁଲିଯାଇ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ !!
ଆଜିର ସୁବିଚାର
➡️”ଭଗବାନ ଯାହାକୁ ଭଲପାଆନ୍ତି ତାକୁ ସବୁଠାରୁ ବେଶି ପରୀକ୍ଷା କରନ୍ତି !!
➡️”ଇଶ୍ବରଙ୍କ ପାଖରେ ପହଞ୍ଚିବା ପାଇଁ ସେ ଆମକୁ ଦୁଇଟି ମାର୍ଗ ଦେଇଛନ୍ତି …”ଭକ୍ତି ଆଉ ଧ୍ୟାନର !!କର୍ମ ଆଉ ଜ୍ଞାନର !!
➡️”ଜୀବନ ଗୋଟିଏ Balance ର ଖେଳ ସବୁ ଦିଗରୁ Balance କରି ପାରିଲେ ସଫଳତା ହାସଲ କରିପାରିବ !!
➡️”ଜୀବନଟିକୁ କାନ୍ଦି ଭସେଇ ଦେବାଠୁ , ହସି ଉଡେଇ ଦେବା ବହୁତ ଭଲ !!
➡️”କୌଣସି ସମ୍ପର୍କରେ ସବୁଠାରୁ ଦୂର୍ବଳତମ ଅଂଶ ବିଶେଷ ଯେତେବେଳେ ୨ଜଣଙ୍କ ମଧ୍ୟରୁ ଜଣକୁ ବିଶ୍ବାସର ପ୍ରମାଣ ସ୍ବରୂପ ବ୍ୟାଖ୍ୟା ଦେବାପାଇଁ ପଡ଼ିଯାଏ !!
ଅଭୟ ଦାୟିନୀ ପର୍ବତ ବାସିନୀ। ଶୈଳପୁତ୍ରୀ ନାମ କହି ।ଡାକୁଛି ଜନନୀ ପାଦେ ତୋ’ ଦୟିନୀ । ରକ୍ଷାକର ମହାମାୟୀ ।।
ଆଗମନୀ ବାର୍ତ୍ତା ଦେଲ ଆଗୋ ମାତା । ଧରାଧାମେ ଅବତରୀ ।ମାଗୋ ଶୈଳପୁତ୍ରୀ ଦର୍ଶନ ଦିଅ ଗୋ। ପ୍ରଣାମେ ଚରଣେ ତୋରି ।।🙏ଜୟ ମା ଜଗତଜନନୀ ମା ଦୁର୍ଗେ ଦୁର୍ଗତିନାଶିନୀ🙏 ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳ,ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏. ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ।।

 

 

Leave A Reply

Your email address will not be published.