ଆଜିର ଅନୁଚିନ୍ତା

ତାରିଖ : ୧୨.୧୦.୨୦୨୧,ମଙ୍ଗଳବାର

0 207

ଆଜିର ନୀତିବାଣୀ
➡️”ଯାହାର ଅଳ୍ପଅଛି ସେ ଦରିଦ୍ର ନୁହେଁ,ଯେ ବେଶି ଆଶା କରେ ସେ ହିଁ ପ୍ରକୃତ ଗରିବ ଓ ଦରିଦ୍ର !!
➡️”ବଞ୍ଚିବା ପାଇଁ ଯଦି ଚାହୁଁଚ ସବୁବେଳେ ଗୋଟିଏ ଲକ୍ଷ୍ୟ ରଖ,ଯିଏ ତୁମକୁ ଗୁରୁତ୍ୱ ଦେଉନାହିଁ ତାକୁ ଜୀବନରୁ ଦୂରେଇ ଦିଅ.. !!
➡️”ମନରେ ଥିବା କାର୍ଯ୍ୟ କାହା ଆଗରେ ପ୍ରକାଶ କରାଯିବା ଉଚିତ ନୁହେଁ, କିନ୍ତୁ ସେହି କାର୍ଯ୍ୟକୁ ଆପଣଙ୍କ ମନରେ ରଖି ସମ୍ପୂର୍ଣ୍ଣ କରିବା ଉଚିତ୍ !!
➡️”କୁହାଯାଏ ପ୍ରେମ ଆଉ ବିବାହ ହୃଦୟରୁ ହୋଇଥାଏ। କିନ୍ତୁ ପ୍ରେମ ଚେହେରା ଆଉ ବିବାହ ଚାକିରୀ ଦେଖି ହୋଇଥାଏ। ହୃଦୟର ତ କିଛି ଗୁରୁତ୍ବ ହିଁ ନଥାଏ !!
➡️”ସେଇ ମାନଙ୍କ ପାଖରୁ ସବୁବେଳେ ଦୂରେଇ ରୁହନ୍ତୁ, ଯେଉଁମାନେ ଆପଣଙ୍କୁ ନିଜ କାମ ପାଇଁ ବ୍ୟବହାର କରିଥାନ୍ତି ଏବଂ କାମ ସରିଗଲା ପରେ ନଚିହ୍ନିଲା ପରି ଆପଣଙ୍କ ଠୁଁ ଦୂରେଇ ଯାଆନ୍ତି !!
ଆଜିର ଅନୁଚିନ୍ତା
➡️”ସର୍ବଦା ଅପଚୟ ଓ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ , ଆଉ ଏହା ବି ମନେ ରଖନ୍ତୁ ଯେ ତୁମେ ପୃଥିବୀରେ ଅତିଥି , ମାଲିକ ନୁହେଁ !!
➡️”ଆମେ ଚାଲୁଥିବା ସମୟରେ ଗୋଟିଏ ପାଦ ଆଗକୁ ତ ଗୋଟିଏ ପାଦ ପଛକୁ ଥାଏ , ଆଗରେ ଥୂବା ପାଦ ଗର୍ବ କରେ ନା ପଛରେ ଥିବା ପାଦ ଅପମାନ ଭାବେ , କାହିଁକିନା ସେମାନେ ଜାଣିଛନ୍ତି ଯେ କିଛିକ୍ଷଣ ମଧ୍ୟରେ ସେମାନଙ୍କ ସ୍ଥିତି ବଦଳିଯିବ , ଆଉ ଏହାକୁ ହିଁ ଜୀବନ କହନ୍ତି II
➡️”ପ୍ରକୃତିର ଏକ ନିୟମ ଯେ ଅନ୍ଧାରରେ ନିଜର ଛାଇ ବି ଦୁରେଇ ଯାଏ . ଠିକ୍ ସେହିପରି ଖରାପ ସମୟରେ ନିଜର ଲୋକମାନେ ମଧ୍ୟ ଦୁରେଇ ଯାନ୍ତି , ଏପରି ସମୟରେ ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ ସବୁ ଠିକ ହେଇଯିବ !!
➡️”ପ୍ରକୃତରେ ” ନିଦ ” ଆଉ ” ମୃତ୍ୟୁ ” ଭାଇ ଭାଇ ହୋଇଥାନ୍ତି , ହେଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୋଟିଏ ” ନିଦ ” ଭାଙ୍ଗିଲେ ‘ ସକାଳ ‘ ଆଉ ନଭାଙ୍ଗିଲେ ‘ ପରକାଳ ‘ !!
➡️”ନିଜକୁ କେବେବି ଛୋଟ ମନେ କରନ୍ତୁ ନାହିଁ କାହିଁକିନା ଛୋଟ ଛୋଟ ଦୁବଘାସ ଦେବତାଙ୍କ ପୂଜାରେ ଲାଗିଥାଏ , ମୁଣ୍ଡ ଉପରେ ଥିବା ବିଶାଳ ତାଳଗଛ ନୁହେଁ !!
ଆଜିର ସୁବିଚାର
➡️”ଯିଏ ଅନ୍ୟର ମୁହଁରେ ହସ ଦେବାକୁ ଚାହିଁ ଥାଏ ଉପରବାଲା ତାର ହସ କେବେ ଛଡେଇ ନ ଥାନ୍ତି !!
➡️”କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ , ସବୁ ଆମ କର୍ମ ଉପରେ ନିର୍ଭର କରେ । ତେଣୁ କର୍ମକୁ ବିଶ୍ବାସ କର , କର୍ମ ହିଁ ଭଗବାନ !!
➡️”ଭଲ ପାଅ ମଣିଷ କୁ ତାର ଅଭ୍ଯାସକୁ ନୁହେଁ … ତାରକଥା ରେ ରାଗିଯାଅ କିନ୍ତୁ ତା ଉପରେ ନୁହେଁ … ଭୁଲିଯାଅ ତାରସବୁ ଭୁଲକୁ କିନ୍ତୁ ତାକୁ ନୁହେଁ … କାରଣ ସମ୍ପର୍କ ଠୁ ବଡ଼ ଦୁନିଆରେ ଆଉ କିଛି ବି ନାହିଁ !!
➡️”କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ । ଯଦି ତାଙ୍କ ହୃଦୟରେ ତୁମ ପାଇଁ ଭଲପାଇବା ଅଛିତ ସେ ଆପଣଙ୍କ ପାଇଁ ନିଶ୍ଚିତ ସମୟ ବାହାର କରିବେ !!
➡️”ନିଜ ଅସୁବିଧାକୁ ହେୟ ଜ୍ଞାନ କିମ୍ବା ଅଯଥା ମନେ ନ କରି ବରଂ ସେହି ପରିସ୍ଥିତିକୁ ଲଢ଼ି ଆଗକୁ ବଢିବା ଉଚିତ । ଭବିଷ୍ୟତ ସୁନ୍ଦର ହେବା ନିଜ ଉପରେ ମଧ୍ୟ ନିର୍ଭର କରିଥାଏ !!
🙏ଜୟ ଶ୍ରୀ ରାମ🙏ଶୁଭ ସକାଳ,ଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ପ୍ରଭୁ ହନୁମାନ🙏 ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ!!

Leave A Reply

Your email address will not be published.