ଆଜିର ଅନୁଚିନ୍ତା

ତାରିଖ - ୩୦:୧୦:୨୦୨୧ (ଶନିବାର)

0 476

🦋ହୃଦୟକୁ ବୁଝିପାରୁଥିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ, ମନ କଥା ଯଦି ସମସ୍ତେ ବୁଝିଯାଆନ୍ତେ ତାହେଲେ ଏ ସଂସାରରେ ଦୁଃଖ ବୋଲି ଆଉ କିଛି ରୁହନ୍ତା ।
🦋ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ , ଯେତେ ବି ପୁରୁଣା ହେଲେ ମଧ୍ୟ ତାହାର ଗୋଟିଏ ବି ଶବ୍ଦ ବଦଳି ନ ଥାଏ
🦋ସ୍ବାର୍ଥପର ମାନେ କାହା ଦୁଃଖର ଭାଗ ନିଅନ୍ତି ନାହିଁ, ସେମାନେ ସବୁବେଳେ ସୁଖର ଭାଗ ନେବାକୁ ଅପେକ୍ଷା କରିଥାନ୍ତି ।
🦋ଯେମିତି କଲମ ଯେତେ ଦାମୀ ହେଉ ପଛେ ଯଦି କାଳି ନାହିଁ ସେ ମୂଲ୍ୟହୀନ , ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ଉତ୍ତମ ବ୍ୟବହାର ନାହିଁ ସେ ଶିକ୍ଷା ବି ମୂଲ୍ୟ ହୀନ ।
🦋ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ଲୋକ ଏତେ Special ହୋଇଥାନ୍ତି ଯେ, ତାଙ୍କ ସହ ଯେତେ କଥା ହେଲେ ମଧ୍ୟ କଥା କେବେ ଶେଷ ହୁଏ ନାହିଁ ।
🦋କାହାର ଦୁଃଖ ସମୟରେ ଥଟ୍ଟା ପରିହାସ କରିବା ଉଚିତ୍ ନୁହେଁ, କିଏ ଜାଣେ ସମୟ କେତେବେଳେ ବଦଳି ଯିବ ଓ ଆମର ସେହି ପରିସ୍ଥିତି ହୋଇଯିବ !!
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ 🙏🏻 ଜୟ ଜଗନ୍ନାଥ🙏🏻

 

Leave A Reply

Your email address will not be published.