ଆଜିର ଅନୁଚିନ୍ତା

ତାରିଖ - ୨୦:୧୧:୨୦୨୧ (ଶନିବାର)

0 280

🦋ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ଆପଣଙ୍କ ପାଖରେ ସାହସ ନାହିଁ, ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବେ ନାହିଁ । ତେଣୁ ସବୁକାମ କରିବା ପୂର୍ବରୁ ଆଗ ନିଜ ସାହସକୁ ଏକଜୁଟ କରି କାମ କରନ୍ତୁ ।
🦋*ଭୁଲ୍”ଯେଉଁମାନେ ରାଗରେ କରନ୍ତି ସେମାନେ ବଦଳି ଯାଆନ୍ତି,” ଆଉ “ଯେଉଁମାନେ ଆତ୍ମଗର୍ବରେ କରନ୍ତି,ସେମାନେ ଆଦୌ ବଦଳନ୍ତି ନାହିଁ ।
🦋ପକୃତ ଧାର୍ମିକ ହେବା କେବଳ ଲୋକ ଦେଖାଣିଆ, ତେଣୁକରି ତ କୁହାଯାଏ ଯେ ସର୍ବଦା ବିପଦରେ ପଡିଥିବା ଲୋକକୁ ସାହାଯ୍ୟ କରିବା ଏବଂ ପରୋପକାର କରିବା ହିଁ ହେଉଛି ପକୃତ ଇଶ୍ବରଙ୍କ ସେବା ।
🦋ଅନ୍ୟାୟ କାର୍ଯ୍ୟ ନ କରିବା ଦ୍ୱାରା ତୁମର କୌଣସି ଆର୍ଥିକ ଲାଭ ହୁଏ ନାହିଁ ସତ- କିନ୍ତୁ ଯେଉଁ ସମ୍ମାନ ବଢେ, ତାହା ସଂସାରର ଦୁର୍ଗମ ପଥ ପାଇଁ ଖୁବ୍ ମୂଲ୍ୟବାନ ପାଥେୟ ହେଇ ସବୁଦିନ ପାଇଁ ରହିଯାଏ ।
ଆଜିର ନୀତିବାଣୀ
➡️”ଯଦି ତୁମେ ଦୋଷୀ ନୁହଁ, ଯିଏ ତୁମକୁ ଆଘାତ କରେ ଏବଂ ତୁମେ ପ୍ରତିଶୋଧ ନେବାକୁ ସକ୍ଷମ ନୁହଁ, ସମୟ ନିଶ୍ଚିତ ଦଣ୍ଡ ଦେବ !!
➡️”ଇଚ୍ଛାକୁ ଜୟ କର କିମ୍ବା ନିୟନ୍ତ୍ରଣ କର ତାପରେ ତୁମେ ଶାନ୍ତିରେ ବଞ୍ଚି ପାରିବ, ନଚେତ୍ ମଣିଷ ଯେପର୍ଯ୍ୟନ୍ତ ସେ ଇଚ୍ଛା ପଛରେ ଦୌଡ଼ିବ ସେ ପର୍ଯ୍ୟନ୍ତ ଶାନ୍ତିରେ ବଞ୍ଚିପାରିବ ନାହିଁ !!
➡️”ଯଦି ଆମେ ଆମର ମନକୁ ନିୟନ୍ତ୍ରଣ କରି ପାରୁନାହୁଁ, ଏହା ଆମର ମୁଖ୍ୟ ଶତ୍ରୁ ହୋଇଯାଏ !!
➡️”ମୃତ୍ୟୁ ଜନ୍ମ ସ୍ୱାଭାବିକ, କେହି ରକ୍ଷା ପାଇପାରିବେ ନାହିଁ | ଚତୁରମାନେ ସେମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ !!
➡️”ତୁମର କାର୍ଯ୍ୟ କରିବାର ଅଧିକାର ଅଛି, କିନ୍ତୁ ଫଳାଫଳ ଉପରେ ନୁହେଁ !!
➡️”ପରିସ୍ଥିତି ଯେତେ ବି ଖରାପ ହେଉ ପଛେ ମନକୁ କେବେ ଦୁର୍ବଳ କରିବ ନାହିଁ . କାହିଁକିନା ଯଦି ମନରୁ ଦୁର୍ବଳ ହୋଇଯିବ ତେବେ କୌଣସି ଜାଗାରେ ଜିତି ପାରିବା ନାହିଁ . ସେ ଜୀବନର ଯୁଦ୍ଧ ହେଉ ଅବା କୋରନା ଭାଇରସ !!
➡️”ଏହା ନିରାଟ ସତ୍ୟ ଯେ ସବୁବେଳେ ଚେଷ୍ଟା କରୁଥିବା ଲୋକ ଜୀବନରେ କେବେ ହାରିନଥାଏ , ଆଉ ଅନ୍ୟକୁ ଦେଖି ଇର୍ଷା କରୁଥିବା ଲୋକ ତା ଜୀବନରେ କେବେ ସଫଳତା ପାଇନଥାଏ !!
➡️”ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯାହାର କିଛି ସମସ୍ୟା ନାହିଁ , ଆଉ ଏମିତି କିଛି ସମସ୍ୟା ନାହିଁ ଯାହାର କିଛି ସମାଧାନ ନାହିଁ , ଖାଲି ନିଜ ମନ ସ୍ଥିର କରି ଚିନ୍ତାକଲେ ସବୁ ସମସ୍ୟାର କିଛି ନା କିଛି ସମାଧାନର ବାଟ ନିଶ୍ଚିତ ମିଳିଯିବ !!”
➡️”ଆପଣଙ୍କ ପଛ ପଟରେ କିଏ କଣ କହୁଛି ଭାବି କେବେ ବିଚଳିତ ହୁଅନ୍ତୁ ନାହିଁ . ଯଦି ଆପଣ ସତ ରାସ୍ତାରେ ଅଛନ୍ତି ତେବେ ଏ ଦୁନିଆର କୌଣସି ଶକ୍ତି ଆପଣଙ୍କର କିଛି ବି କ୍ଷତି କରିପାରିବ ନାହିଁ !!
➡️”‘ ଲୁଣ ” ଲୁଣ ଭଳି କଡ଼ା ଜ୍ଞାନ ଦେଉଥୁବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ ହୋଇଥାଏ , କାରଣ ଇତିହାସ ସାକ୍ଷୀ ଅଛି ଲୁଣରେ ଆଜିଯାଏଁ କେବେ ପୋକ ପଡ଼ିନାହିଁ କି ଭବିଷ୍ୟତରେ କେବେ ପଡିବ ନାହିଁ !!

 

Leave A Reply

Your email address will not be published.