ଆଜିର ଅନୁଚିନ୍ତା

 ତାରିଖ - ୨୭:୧୧:୨୦୨୧(ଶନିବାର)

0 193

🦋ଅସୁବିଧା ସମୟରେ ପ୍ରକୃତ ସାଥି ଆମର ଅନ୍ତରଙ୍ଗ ବନ୍ଧୁ ହିଁ ହୋଇଥାଏ ହେଲେ ବନ୍ଧୁର ବନ୍ଧୁତ୍ୱର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ହିଁ ଜଣାପଡିଥାଏ ।
🦋ଜୀବନର ରାସ୍ତାରେ ସେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ , ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିଦ୍ଧାରିତ ଲକ୍ଷ୍ୟ ସ୍ଥାଳରେ ନ ପହଞ୍ଚିଛନ୍ତି ।
🦋ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ ଅଯଥା ସନ୍ଦେହ ସବୁବେଳେ ବିଶ୍ୱାସଘାତକତାକୁ ନିମନ୍ତ୍ରଣ କରି ଆଣେ ତେଣୁ ଯଥା ସମ୍ଭବ ସେଥିରୁ ନିବୃତ ରୁହନ୍ତୁ।
➡️ବନ୍ଧ୍ୟାକି ଜାଣିଵ ପ୍ରସବ ବେଦନା ଗର୍ଭଧାରିଣୀତ ବୁଝିବ ଅନୁଭବି ସିନା ବୁଝିବ ମରମ ଅର୍ଥ ପିପାସୁକି ଜାଣିବ ।
➡️ହୀରାକୁ ଚିହ୍ନିବା ପାଇଁ ହେଲେ ଅନ୍ଧାର ହେବାଯାଏ ଅପେକ୍ଷା କର , ନ ହେଲେ ଖରା ପଡିଲେ କାଚ ଖଣ୍ଡ ମଧ୍ୟ ଚମକି ଉଠେ,,,,,।
➡️ବନ୍ଧୁତ୍ବର ଗଭୀରତା ବନ୍ଧୁର ସହଯୋଗ ଓ ତ୍ଯାଗରୁ ଜଣା ପଡିଥାଏ ।
➡️ବୁଝେଇବାର ଗୋଟେ Limit ଥାଏ, ଆଉ ସହିବାର ବି ଗୋଟେ Limit ଥାଏ, ମଣିଷ ଯେତେବେଳେ ଏ ଦୁଇଟି Limit ପାର୍ କରିଦିଏ ସବୁ ସମ୍ପର୍କ ସେହିଠାରେ ହିଁ ସରିଯାଏ..

🦋ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ଉପସ୍ଥିତ ଥିବା ସିଦ୍ଧଗଣ ଭଗବାନଙ୍କୁ ସ୍ତୁତି କରି କହିଲେ, ହେ ପ୍ରଭୁ ! ସାଂସାରିକ ଦୁଃଖ ଓ କ୍ଳେଶ ରୂପକ ଦାବାନଳ ଦ୍ଵାରା ତାପିତ ଓ ତୃଷିତ ଆମର ମନ ରୂପୀ ହସ୍ତୀ ଆପଣଙ୍କ କରୁଣାରୁ ଆପଣଙ୍କ ଲୀଳା ଚରିତ ରୂପୀ ଅମୃତ ନଦୀର ଶୀତଳ ଜଳରେ ସ୍ନାନ କରି ସେହି ସାଂସାରିକ ଦୁଃଖ ଓ କ୍ଳେଶ ରୂପୀ ଦାବାନଳର ତାପକୁ ଭୁଲି ଯାଉଅଛି।
🦋ଏହି ସଂସାରରେ ସବୁକିଛି ସେହି ଭଗବାନଙ୍କର ଲୀଳା ଅଟେ। କିନ୍ତୁ ତାଙ୍କର ସେହି ଲୀଳା ବଡ଼ ବିଚିତ୍ର ଅଟେ। ସମସ୍ତ କାର୍ଯ୍ୟର କର୍ତ୍ତା ହୋଇ ମଧ୍ୟ ସେ ଅକର୍ତ୍ତା ଅଟନ୍ତି କାରଣ ସେ କୋୖଣସି କାର୍ଯ୍ୟରେ ଲିପ୍ତ ହୁଅନ୍ତି ନାହିଁ। ତାଙ୍କ ମାୟାରେ ମୋହିତ ହୋଇଥିବାରୁ ଏହି ସଂସାରରେ କେହି ତାଙ୍କର ସେହି ବିଚିତ୍ର ଲୀଳାକୁ ବୁଝି ପାରନ୍ତି ନାହିଁ। କେବଳ ତାଙ୍କରି କରୁଣା ହେଲେ ହିଁ ପ୍ରାଣୀ ସେହି ମାୟାରୁ ଉଦ୍ଧାର ପାଇ ପାରିବ🙏🏾ଓଁ ଶନି ଦେବାୟ ନମଃ🙏🏾ଶୁଭ ସକାଳ,ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏🏾ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏🏾

Leave A Reply

Your email address will not be published.