ଆଜିର ଅନୁଚିନ୍ତା

ତାରିଖ - ୦୧:୧୨:୨୦୨୧(ବୁଧବାର)

0 266

🦋କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ । ଆପଣଙ୍କ ବ୍ୟବହାରରେ ସେ ଲଜ୍ଜା ଅନୁଭବ କରିବେ, ଆପଣଙ୍କ ଅହିଂସା ତାକୁ ସତ୍ୟ ପଥକୁ ଆଣିପାରିବ।
🦋ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ-ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା-ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା ।
🦋ଯଦି କାହା ହୃଦୟ ରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି ତାହାଲେ ତାର ଏକମାତ୍ର ସହଜ ଏବଂ ସରଳ ଉପାୟ ହେଲା ନିଜର ଭଲ ବ୍ୟବହାର ଓ ମଧୁର ବଚନ ଦ୍ୱାରା ଜଣେ ନୁହେଁ ହଜାର ହଜାର ହୃଦୟ ର ମନ ଜିଣିହେବ।
🦋ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ , କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ଵପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ
🦋ଭୁଲ ଜୀବନର ଗୋଟେ ପୃଷ୍ଠା ଅଟେ ସମ୍ପର୍କ….ଗୋଟିଏ ବହି ଯଦି ଦରକାର ପଡ଼େ…..ତାହେଲେ….ଭୁଲ ପୃଷ୍ଠାଟିକୁ ଚିରି ଦିଅନ୍ତୁ….କିନ୍ତୁ …..ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ….ନିଜ ଜୀବନରୁ ହରାନ୍ତୁ ନାହିଁ….. ନିଜର ଦୁଃଖ ଓ କଷ୍ଟ କେବଳ ଭଗବାନ ଙ୍କୁ ଜଣାଅ, ଦୁନିଆଁ ଲୋକ ଙ୍କୁ ନୁହେଁ …କାହିଁକି ନା…,ଦୁନିଆଁରେ ପ୍ରାୟ ସମସ୍ତେ ଦୁର୍ବଳତା ର ଫାଇଦା ଉଠେଇ ଥାଆନ୍ତି…ନଦୀ ଭାଙ୍ଗିଗଲେ କଣ ପାଣି ଅଟକି ଯିବ,ନା ଘଣ୍ଟା ଭାଙ୍ଗିଗଲେ ସମୟ ଅଟକି ଯିବ…ତେଣୁ… ଯାଇଥିବା ଅତୀତ କୁ ମନେ ପକେଇ ଯନ୍ତ୍ରଣା ପାଇବା ଅପେକ୍ଷା ଭବିଷ୍ୟତର ସ୍ବପ୍ନ ଦେଖିବା ଭଲ…! ସୁପ୍ରଭାତ ! ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! 🙏🏻 🕉ଜୟ ଜଗନ୍ନାଥ🙏🏻🕉ଜୟ ସୋମନାଥ🙏🏻

Leave A Reply

Your email address will not be published.