ଆଜିର ଅନୁଚିନ୍ତା

ତାରିଖ - ୦୨:୧୨:୨୦୨୧ (ଗୁରୁବାର)

0 235

🦋ଘଣ୍ଟ,ଘଣ୍ଟି, ଶଙ୍ଖ ବଜାଇ , ଚନ୍ଦନର ବଡ ତିଲକ କାଟି ପ୍ରତିମୂର୍ତ୍ତି ସାମ୍ନାରେ ଢେର୍ ସମୟ ଯାଏ ବସି ରହିବା ପୂଜାନୂହେଁ, ସଚ୍ଚା ନିଷ୍ଠା ସହକାରେ କୌଣସି କାର୍ଯ୍ୟରେ ମନୋନିବେଶ କରିବା ହିଁ ପ୍ରକୃତ ପୂଜା ଅଟେ ।
🦋ଯଦି ଆମେ କିଛି ଶିଖିବାକୁ ଚାହିଁବା ତ ତାହେଲେ ଆମର ପ୍ରତ୍ୟେକ ଭୁଲ ଆମକୁ ଅନେକ କିଛି ଶିଖାଇଦେଇପାରିବ ।
🦋ସମୟ ଠାରୁ ବଡ ନ୍ୟାୟଧାରୀ କେହି ବି ନାହାନ୍ତି , କାହିଁକିନା ସମୟ ଯାହା ବି ନିର୍ଣ୍ଣୟ କରିଥାଏ ତାହା ସମସ୍ତଙ୍କୁ ମାନିବାକୁ ପଡିଥାଏ
🦋ଜୀବନରେ ୩ଟି H ସବୁବେଳେ ପବିତ୍ର ରଖନ୍ତୁ :-Head, Hand ଏବଂ Heart.👉🏿Head ରେ ରଖନ୍ତୁ ନିର୍ମଳ ବିଚାର,👉🏿Hand ରେ ରଖନ୍ତୁ ଇମାନଦାରୀ ” ଏବଂ ” 👉🏿Heart ରେ ରଖନ୍ତୁ କରୁଣା ଏବଂ ପ୍ରେମ ।
1️-ଯିଏ ଆସିବାକୁ ଚାହେଁ ତା ପାଇଁ ବାଟ ର ଅଭାବ ନଥାଏ,ଆଉ ଯିଏ ଯିବାକୁ ଚାହେଁ ତା ପାଇଁ ବାହାନା ର ବି ଅଭାବ ନଥାଏ ।
2️-ସ୍ଵପ୍ନ ଆଉ ବାସ୍ତବତା ସତରେ ଭାରି ଅଜବ ଜିନିଷ,ସ୍ୱପ୍ନ ମଣିଷ କୁ ବଞ୍ଚିବା ଶିଖାଏ,ଆଉ ବାସ୍ତବତା ପୁଣି ମଣିଷ କୁ କାନ୍ଦିବା ଶିଖାଏ ।
3️-ଭାଗ୍ୟବାନ ହୋଇଥାନ୍ତି ସେଇ ମଣିଷ ମାନେ ଯେଉଁ ମାନଙ୍କୁ ଏମିତି ଗୋଟେ ଜୀବନସାଥି ମିଳିଥାଏ ଯିଏକି କିଛି କହିବା ପୂର୍ବରୁ ହୃଦୟ ର ଅନେକ କଥା କୁ ବୁଝିଯାଇ ଥାଏ ।

📝ଆଜିର ସମାଜ ଛଳନାରେ ପୂର୍ଣ୍ଣ ମାନ ଅଭିମାନ ନେଇ,କାହାର ସଂସାର ଫାଟି ଯାଏ ପୁଣି ଦୁଃଖ କଷ୍ଟ କେତେ ଦେଇ।
📝ସଫଳତା ପାଇଁ ଆଶୀର୍ବାଦର ଜରୁରୀ ।ଗୁରୁଜନଙ୍କ ଶ୍ରଦ୍ଧା ଓ ଆଶୀର୍ବାଦକୁ ସାଥି କରି ହିଁ ପ୍ରତ୍ୟେକ କାମର ଶୁଭାରମ୍ଭ କଲେ ଫଳପ୍ରଦ ହୋଇଥାଏ ।
📝ସୁଖ ଆମ ଦେହକୁ ଛୁଏଁ,,,,ଆଉ ଦୁଃଖ ଆମ ଆତ୍ମାକୁ,,,।
📝ଯଦି ରୋଜଗାର ପ୍ରଯ୍ଯାପ୍ତ ନାହିଁ ତେବେ ଖର୍ଚ୍ଚ ଉପରେ Control ରଖ, ଆଉ ଯଦି ଜ୍ଞାନ ପ୍ରଯ୍ଯାପ୍ତ ନାହିଁ ତେବେ ଶବ୍ଦ ଉପରେ Control ରଖ,,। 🙏🏾ଓଁ ମା ମହାଲକ୍ଷ୍ମୀ ନମଃ🙏🏾ଶୁଭ ସକାଳ, ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ. ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏🏾

 

Leave A Reply

Your email address will not be published.