ସତର୍କ କଲେ ରାଜ୍ୟସରକାର

ସକାଳର ଖବର, ୦୨-ଡିସେମ୍ବର-୨୦୨୧,ଗୁରୁବାର

0 274

➡️୧-କରୋନାର ନୂଆ ଭାରିଏଣ୍ଟକୁ ନେଇ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇବା ପାଇଁ କଲେ ଅନୁରୋଧ ।
➡️୨-କୋଣାର୍କ ରେ ୩୨ ତମ କୋଣାର୍କ ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୬ ଶହ ପର୍ଯ୍ୟଟକ ।
➡️୩-ବାତ୍ୟା “ଜୱାଦ୍” ପ୍ରସ୍ତୁତି ନିମନ୍ତେ ବସିଲା ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଏନଡିଆରଏଫ, ବିମାନ, ଜାହାଜ ପ୍ରସ୍ତୁତ ରଖିବାକୁ ଦେଲେ ନିର୍ଦ୍ଦେଶ ।
➡️୪-ଆଜି ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା I ଶନିବାର ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ I
➡️୫-ସମ୍ଭାବ୍ୟ ବାତ୍ୟା ଜିୱାଦକୁ ଦୃଷ୍ଟିରେ ରଖି ଆସନ୍ତା ୩ ଓ ୪ ତାରିଖରେ ଚାଲିବାକୁ ଥିବା ୯୫ଟି ଟ୍ରେନ୍ କୁ ରେଳ ବିଭାଗ କଲା ବାତିଲ ।
➡️୬-ଦୈନିକ ବ୍ୟବହୃତ ହେଉଥିବା ଦିଆସିଲିର ଦାମ ଦୀର୍ଘ ୧୪ ବର୍ଷ ପରେ ପୁଣି ବୃଦ୍ଧି ପାଇଲା । ୧ ଟଙ୍କାରେ ମିଳୁଥିବା ଦିଆସିଲି ପ୍ୟାକେଟ ପାଇଁ ଆପଣଙ୍କୁ ୨ ଟଙ୍କା ଦେବାକୁ ପଡିବ ।
➡️୭-କଲେଜରେ ବ୍ୟାପିଲା କରୋନା, ଢେଙ୍କାନାଳର ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ର ପଜିଟିଭ୍ । ୧୦ଦିନ ପର୍ଯ୍ୟନ୍ତ କଣ୍ଟନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ ।

➡️୮-ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଧ୍ୟୟନ କରିବା ପାଇଁ ଆଣ୍ଟାର୍କଟିକା ଯିବାକୁ ମନୋନୀତ ହେଲେ ରାଉରକେଲା ର ନିବେଦିତା ବିଶ୍ୱାଳ ।
➡️୯-ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
➡️୧୦-ଏଣିକି ଝିଅର ଓଢ଼ଣୀ ଟାଣିବା, ହାତ ଧରିବା ଓ ପ୍ରେମ ନିବେଦନ କରିବା ପୋକ୍ସୋ ଆକ୍ଟ ଆଧାରରେ ଯୌନ ଉତ୍ପୀଡନ ନୁହେଁ । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଲେ କୋଲକାତା ହାଇକୋର୍ଟ ।
➡️୧୧-କରୋନା ପ୍ରକୋପ ଜାରି ରହିଥିବାରୁ ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ ଡିସିଜିଆଇ ନିକଟରେ ନିବେଦନ କଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ।
➡️୧୨-ଗୁରୁତ୍ୱପୂର୍ଣ୍ଣ ପଦରେ ଆଉ ଜଣେ ଓଡ଼ିଆ: ITDC ଚେୟାରମ୍ୟାନ ହେଲେ ସମ୍ବିତ ପାତ୍ର । ଆସନ୍ତା ୩ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ବିତ ଏହି ପଦବୀରେ ରହିବେ ।

➡️୧୩-ଶୀତକାଳୀନ ଅଧିବେଶନ, ପ୍ରଥମ ଦିବସରେ ୨୦୨୧-୨୨ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର୮୩୩ କୋଟିର ଟଙ୍କାର ଅତିରିକ୍ତ ବଜେଟ କଲେ ଆଗତ ।
➡️୧୪-କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ, କହିଲେ- ଜାଣିଶୁଣି ଶାହରୁଖ ଖାନଙ୍କୁ ଟାର୍ଗେଟ କରାଗଲା ।
➡️୧୫-କରୋନାର ନୂଆ ରୂପ ଓମିକ୍ରନର ଚିନ୍ତା : ପ୍ରଥମ ଦିନରେ ୧୧ଟି ଅନ୍ତର୍ଜାତୀୟ ବିମାନରେ ଆସିଥିବା ୬ ବିଦେଶ ଫେରନ୍ତା ହେଲେ କରୋନା ପଜିଟିଭ୍‌ ଚିହ୍ନଟ । ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୧ ଟି ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ ।
➡️୧୬-ନଭେମ୍ବର ମାସରେ ହେଲା ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ । ଯାହାକି ଗତବର୍ଷର ସମାନ ମାସ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭ ପ୍ରତିଶତ ଅଧିକ । ସେହିପରି ଆମ ଓଡ଼ିଶାରୁ ଏଥର ୬୪ ପ୍ରତିଶତ ଅଧିକ ହୋଇଛି ଜିଏସଟି ସଂଗ୍ରହ ।
➡️୧୭-ଆସନ୍ତା ୬ରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଭାରତ ଓ ରୁଷ ମଧ୍ୟରେ ସୈନ୍ୟ ସମ୍ଵନ୍ଧକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ହେବ ବୈଠକ । ୭.୫ ଲକ୍ଷ ଟଙ୍କାର ଏକେ-୨୦୩ ଆସଲ୍ଟ ରାଇଫଲ୍‌ର ଆମଦାନୀ ଉପରେ ହେବ ରାଜିନାମା ।
➡️୧୮-ଜୁନିୟର ହକି ବିଶ୍ୱକପ: କଳିଙ୍ଗ ଷ୍ଟାଡିୟମରେ ଭାରତର ଚମତ୍କାର ବିଜୟ, ବେଲଜିୟମକୁ ୧-୦ ଗୋଲରେ ହରାଇ ସେମିଫାଇନାଲକୁ ହେଲା ଉନ୍ନୀତ ।
➡️୧୯-୨୦୨୨ ଆଇପିଏଲ୍ ର ହେଲା ନିଲାମ । ରୋହିତ, ପନ୍ତ, ଜାଡେଜା, ଆନ୍ଦ୍ରେ ରସେଲ ହେଲେ ସବୁଠୁ ଦାମୀ ଖେଳାଳି ।
➡️୨୦-ବିରାଟ କୋହଲି ଦିନିକିଆ ଦଳର ଅଧିନାୟକ ରହିବେ କି ନାହିଁ ଏହା ଉପରେ ନିଷ୍ପତ୍ତି ଚଳିତ ସପ୍ତାହରେ ହେବ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।ଶୁଭ ସକାଳ,ସୁପ୍ରଭାତ,ଆଜି ରାଷ୍ଟ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ।

Leave A Reply

Your email address will not be published.