ଆଜିର ଅନୁଚିନ୍ତା

ତାରିଖ - ୧୩:୧୨:୨୦୨୧(ସୋମବାର)

0 238

➡️ସମସ୍ୟା ଦେଖିବା ପରେ ଜୀବନରେ କେବେ ବି ହାର ମାନନ୍ତୁ ନାହିଁ , କିଏ ଜାଣେ ଏହି ସମସ୍ୟାରେ ଆପଣଙ୍କ ପାଇଁ ଏକ ବଡ ଆରମ୍ଭ ଲୁଚି ରହିଛି , ଯଦି କଷ୍ଟ ବଡ଼ ତେବେ ସଫଳତା ମଧ୍ଯ ବଡ ହୋଇପାରେ !!
➡️”ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର ସମୁଦ୍ରଠାରୁ ମଧ୍ୟ ବଡ ହୋଇଥାଏ . ଏ ଅହଙ୍କାରୀ ରୂପୀ ସମୁଦ୍ର ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ଭବିଷ୍ୟତ ମଙ୍ଗଳମୟ ହେବ !!
➡️”ପ୍ରକୃତରେ ଉପଯୁକ୍ତ ବୁଦ୍ଧି , ସଚ୍ଚା ଭାବନା ଓ ଅଟଳ ବିଶ୍ବାସ ର ଜୀବନ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ , କଥାରେ ଅଛି ମନୋବଳ ସୁଦୃଢ ଥିଲେ ମୃତ୍ୟୁକୁ ମଧ୍ୟ ପରାସ୍ତ କରି ହେବ !!
➡️”ସମୟ କାହାକୁ ସୁଯୋଗ ଦେଇ ନଥାଏ ତେଣୁ ସୁଯୋଗ ଦେଖି ସମୟକୁ ବ୍ୟବହାର କରନ୍ତୁ ଏହା ହିଁ ଉପଯୁକ୍ତ ହେବ !!”
🦋ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପୀକୁ କେହି ପୁଣ୍ୟବାନ ବୋଲି ଗ୍ରହଣ କରିପାରନ୍ତି ନାହିଁ, ଆଉ ଯଦି ଥରେ କଳଙ୍କର ଦାଗ କାହା ଉପରେ ଲାଗିଯାଏ ତାହାଲେ ତାକୁ କେବେ ହେଲେ ଲିଭାଇ ହୁଏନାହିଁ ।
🦋ଭଗବାନଙ୍କୁ ସ୍ମରଣ କରୁଥିବା ମନୁଷ୍ୟ କେବେ ବି ନିଜକୁ ଏକୁଟିଆ ମାନେ କରିନଥାଏ । କାରଣ ଭଗବାନ ସବୁବେଳେ ତାଙ୍କ ସାଥିରେ ଥାନ୍ତି ।
🦋ଜୀବହତ୍ଯା ଠାରୁ ବଳି ପାପ ନାହିଁ । ପବିତ୍ର ମନଠାରୁ ଆଉ ତୀର୍ଥ ନାହିଁ । ଅପଯଶ ଠାରୁ ବଳି ଆଉ ଶତ୍ରୁ ନାହିଁ । ଅପମାନ ଠାରୁ ବଳି ଆଉ ଲଜ୍ଜା ନାହିଁ ।ତେଣୁକରି ତ କଥାରେ ଅଛି”ପାପଧନ ସର୍ବଦା ପ୍ରାୟଶ୍ଚିତରେ ହିଁ ଯାଏ ।
🦋ଅହଙ୍କାର ସେହି ଅତଳ ଗର୍ତ୍ତ , ଯେଉଁ ଗର୍ତ୍ତ ରେ ଥରେ ପଡି ଗଲେ ସେଥିରୁ ବାହାରିବା ଅତି ଦୁଷ୍କର ହୋଇଯାଏ । ଏଥିରୁ ସର୍ବଦା ନିବୃତ୍ତ ରହିବା ଭଲ ।

ଆଜିର ନୀତିବାଣୀ
➡️”ଜୀବନ କ୍ଷଣଭଙ୍ଗୁର । ଏହା ଉପଲବ୍ଧି କରି ସମସ୍ତ ପ୍ରକାର ଦ୍ୱେଷ ଓ କଳହରୁ କ୍ଷାନ୍ତ ହୁଅ !!
➡️”ଘୃଣାଦ୍ୱାରା ଘୃଣାର ବିଲୋପ ଘଟେ ନାହିଁ । ବରଂ ପ୍ରେମଦ୍ୱାରା ହିଁ ଘୃଣାକୁ ଜୟ କରିହୁଏ । ଏହା ଚିରନ୍ତନ ସତ୍ୟ !!
➡️”ଯିଏ ଉଦ୍ୟୋଗୀ, ନିବିଷ୍ଟମନା, ସଚ୍ଚରିତ୍ର, ସଂଯତ, ଶିଷ୍ଟ ଓ ଜାଗ୍ରତ – ତାଙ୍କର ଯଶ ଉତ୍ତୋରତର ବୃଦ୍ଧି ପାଇଥାଏ !!
➡️”ସହାଧ୍ୟାୟୀ, ସଦାଧ୍ୟାୟୀ ଏବଂ ସତତ ଉଦ୍ୟମୀ ପ୍ରଜ୍ଞାବାନ ବ୍ୟକ୍ତିମାନେ ସ୍ୱୀୟ ଅଧ୍ୟବସାୟ ବଳରେ ଅନୁପମ ବନ୍ଧନମୁକ୍ତ ‘ନିର୍ବାଣ’ ଉପଲବ୍ଧି କରିପାରନ୍ତି !!
➡️”ଯାହାର ମନ ଦୃଢ ନୁହେଁ, ଯିଏ ସତ୍ଜ୍ଞାନ ଶିକ୍ଷା ରହିତ ଏବଂ ଯାହାଙ୍କର ଆତ୍ମପ୍ରତ୍ୟୟ ଅଟଳ ନୁହେଁ, ସେପରି ବ୍ୟକ୍ତିର ଜ୍ଞାନ କଦାପି ପରିପୂର୍ଣ୍ଣ ହୋଇପାରେ ନାହିଁ !!

ଆଜିର ସୁବିଚାର
➡️”ଯାହା ପାଖରୁ ଆଶା ଶେଷ ହୋଇଯାଇଥାଏ ତା ପାଖରେ ଆଉ କିଛି ଅଭିଯୋଗ ରହିନଥାଏ !!
➡️”ବ୍ଲେଡ଼ ହେଉଛି ବହୁତ ଧାରୁଆ କିନ୍ତୁ ସେ କେବେ ହେଲେବି ଗୋଟିଏ ବଡ଼ ଗଛକୁ କାଟି ପାରିବ ନାହିଁ । ସେହିପରି , କୁରାଡ଼ି ବହୁତ ମଜଭୁତ କିନ୍ତୁ ସେ ମୁଣ୍ଡ ବାଳ କାଟି ପାରିବ ନାହିଁ , ସମସ୍ତେ ବହୁତ ଯୋଗ୍ୟ ବ୍ୟକ୍ତି ନିଜନିଜର କାର୍ଯ୍ୟ କୁ ନେଇ … ତେଣୁ କେବେ କାହାକୁ ଘୃଣା କରନ୍ତୁ ନାହିଁ !!
➡️”କାଲିର ଚିନ୍ତା କାହିଁକି କରୁଛ ଯେଉଁ ଈଶ୍ବର ଆଜି ଯାଏଁ ସମ୍ଭାଳି ଆଣିଛନ୍ତି ସେ ଆଗକୁ ବି ଆମକୁ ସମ୍ଭାଳି ନେବେ ତୁମେ କେବଳ ତାଙ୍କୁ ସମର୍ପଣ କରି କର୍ମ କରିଚାଲ !!
➡️”କେହି ଯଦି ତୁମକୁ ମିଛ କହୁଛି ତେବେ ଦୁଃଖ କରନି କାହିଁକିନା ଯିଏ ମିଛ କୁହେ ତାକୁ ଦିନେ ସମୟ ଠକି ଦିଏ । ଏହାହିଁ ସତ୍ୟ ଆଉ ବାସ୍ତବ 🙏🏾ଓଁ ନମଃ ଶିବାୟ🙏🏾 ଶୁଭ ସକାଳ,ଶୁଭ ସୋମବାର।

Leave A Reply

Your email address will not be published.