ବିନା କୋଚିଂରେ ଆଇଏଏସ

ସକାଳର ଖବର, ୧୩-ଡିସେମ୍ବର-୨୦୨୧,ସୋମବାର

0 272

➡️୧-ଆଜି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର କରିଡର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
➡️୨-ବାତ୍ୟା ଜୱାଦ୍ : ପ୍ରଥମ ଦିନରେ ଗ୍ରାଉଣ୍ଡରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ର ଆକଳନ ଓ ଚାଷୀଙ୍କ ସହ କଲେ ଆଲୋଚନା ।
➡️୩-ବିନା କୋଚିଂରେ ଆଇଏଏସ ଅଫିସର ହେଲେ ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିଂମାଶୁ ଗୁପ୍ତା । ଘର ଚଳାଇବା ପାଇଁ ସେ ଚା’ ବିକିବା ସହ ସବୁଦିନ ଖବରକ‌ାଗଜ ପଢ଼ୁଥିଲେ।
➡️୪-ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ସହ କ୍ଲାସ ରୁମ୍ ରେ ବସି ସ୍ମାର୍ଟସ୍କୁଲର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ।

➡️୫-ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଏଣିକି ବ୍ୟାଙ୍କ ବୁଡ଼ିଗଲେ କିମ୍ବା ଦେବାଳିଆ ହେଲେ ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା ।
➡️୬-ଆଜି କଟକରେ କଟକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
➡️୭-ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ୫ଟିଯାକ କେନ୍ଦ୍ରୀୟ ଏସୀୟ ଦେଶ । ଦେଶ ଗୁଡ଼ିକ ହେଲେ (କାଜାକ୍‌ସ୍ତାନ, କିର୍ଗିଜ୍‌ସ୍ତାନ, ତାଜିକ୍‌ସ୍ତାନ,ତୁର୍କମେନିସ୍ତାନ ଏବଂ ଉଜ୍‌ବେକିସ୍ତାନ) ।
➡️୮-ବିହାରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ଦାବି କରି ନିତି ଆୟୋଗକୁ ଚିଠି ଲେଖିଲେ ନୀତୀଶ ସରକାର ।
➡️୯-ସହିଦ ଜିତେନ୍ଦ୍ର କୁମାରଙ୍କ ପତ୍ନୀଙ୍କୁ ୧ କୋଟିର ଅନୁକମ୍ପା ରାଶି ସହ ସରକାରୀ ଚାକିରି ଘୋଷଣା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ।
➡️୧୦-ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ଦ୍ୱାରା ବିକଶିତ ନୂଆ କିଟ୍ ରେ ମାତ୍ର ୨ ଘଣ୍ଟାରେ ଓମିକ୍ରୋନ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା ଖବର ।
➡️୧୧-ଆନ୍ଧ୍ରପ୍ରଦେଶରରେ ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଭାରିଏଣ୍ଟ
। ଜଣେ ୩୪ବର୍ଷୀୟ ଯୁବକଙ୍କ ଠାରେ ଏହା ଚିହ୍ନଟ ହୋଇଛି। ଯୁବକ ଜଣଙ୍କ ଆୟାରଲାଣ୍ଡରୁ ଫେରିଥିଲେ। ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମକ ସଂଖ୍ୟା ୩୬କୁ ପହଞ୍ଚିଲା ।
➡️୧୨-କରୋନାର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ବଢ଼ୁଥିବାରୁ ବ୍ରିଟେନରେ ଆଜିଠାରୁ ୩୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କୁ ଦିଆଯିବ କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ।
➡️୧୩-ହିମାଳୟର କେଦାରକଣ୍ଠା ଶୀର୍ଷରେ ପହଁଚିଲେ ୭ ଓଡ଼ିଆ, ୪ ଦିନର ଯାତ୍ରା ପରେ ଶିଖର ଛୁଇଁଲା ଟିମ କଳିଙ୍ଗ ଡେୟାରଡେଭିଲ୍ସ।
➡️୧୪-ରାଜସ୍ଥାନ ର କଂଗ୍ରେସ ର ଏକ ରାଲିରେ ଏକାଠି ହେଲେ ଗାନ୍ଧୀ ପରିବାର, ବର୍ଷିଲେ ମୋଦୀ ସରକାର ଉପରେ।

➡️୧୫-ଜେନେରାଲ ରାୱତଙ୍କ ହେଲିକପ୍ଟର କ୍ରାସ୍ ଭିଡିଓ ରେକର୍ଡିଁ କରିଥିବା ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ ଫୋରେନସିକ୍ ପରୀକ୍ଷା ପାଇଁ ପଠାଗଲା ।
➡️୧୬-ବୁନ୍ଦି ରାଜପୁତ ସମାଜର ‘ରାଜା’ ହେଲେ ବ୍ରିଗେଡିୟର ଭୂପେଶ ସିଂହ ହାଡା, ରାଜ୍ୟାଭିଷେକ ପରେ ସମ୍ଭାଳିଲେ ରାଜ୍ୟ ।
➡️୧୭-ଆମେରିକାର ମଧ୍ୟପଶ୍ଚିମ ଓ ଦକ୍ଷିଣ ଭାଗରେ ବାତ୍ୟାର ତାଣ୍ଡବ ସୃଷ୍ଟି ଯୋଗୁଁ ଆମେରିକାର ୫ଟି ରାଜ୍ୟରେ ହେଲା ବ୍ୟାପକ କ୍ଷତି । ତେବେ କେଣ୍ଟୁକିରେ ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୦୦ ଟପିବ ବୋଲି ଆଶା ।
➡️୧୮-ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ବିଜୟଧାରରେ ଲାଗିଲା ବ୍ରେକ୍। ହ୍ୟାଟ୍ରିକ୍ ବିଜୟ ସହ ପଏଣ୍ଟ ଟେବୁଲରେ ଟପରେ ଥିବା ଓଡ଼ିଶା ଦଳ ତା’ର ଚତୁର୍ଥ ମ୍ୟାଚରେ ଜମ୍ମୁ-କଶ୍ମୀର ନିକଟରୁ ୯୫ ରନରେ ହେଲା ପରାସ୍ତ ।
➡️୧୯-ପାକିସ୍ତାନ ଗସ୍ତରେ ସୀମିତ ଓଭର କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ଉପରେ କରୋନା କଲା ଆକ୍ରମଣ । କରୋନାରେ ଆକ୍ରାନ୍ତ ହେବା ପରେ କଟ୍ଟରେଲ୍, ଚେଜ୍ ଓ ମେୟର୍ସଙ୍କୁ ଆସନ୍ତା ୧୩ ତାରିଖରୁ କରାଚୀରେ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ଦିଆଯାଇଚି।
➡️୨୦-ଟିମ୍ ଇଣ୍ଡିଆର କେ.ଏଲ ରାହୁଲ ହୋଇପାରନ୍ତି ଉପ-ଅଧିନାୟକ,ଏ ନେଇ ବିସିସିଆଇ ଖୁବ ଶୀଘ୍ର କରିପାରେ ଘୋଷଣା ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତକେବେବି ନିଜ ଜୀବନ ବା ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ….କାରଣ …ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି….ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🙏🏾ଓଁ ନମଃ ଶିବାୟ🙏🏾 ଶୁଭ ସକାଳ,ଶୁଭ ସୋମବାର।।

Leave A Reply

Your email address will not be published.