ଆଜିର ଅନୁଚିନ୍ତା

ତାରିଖ -୧୬:୦୧:୨୦୨୨(ରବିବାରବାର)

0 239

-ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ ।
-ଏଇ ପୃଥିବୀରେ ଦୁଇ ଜଣ ଜ୍ଯୋତିଷ ଅଛନ୍ତି,ଜଣେ ଯିଏ ମନର କଥା ବୁଝିପାରେ, ସିଏ ହେଉଛି ” ମା ” ଆଉ ଜଣେ ଯିଏ ,ଭବିଷ୍ୟତର କଥା ବୁଝିପାରେ ସେ ହେଉଛନ୍ତି – “ବାପା”
-ଆପଣ ସବୁବେଳେ ନିଜ ସ୍ୱାର୍ଥ ଦେଖୁଥିବା ଓ ସୁବିଧାବାଦୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ , ତେବେ ଯାଇ ଆପଣ ଆପଣଙ୍କ ଜୀବନର ପ୍ରକୃତ ଲାଭ ଉଠାଇ ପାଇ ପାରିବେ ।
-ପ୍ରତ୍ୟକ ବ୍ୟକ୍ତି ବିପଦ ସମୟରେ ଅନ୍ୟକୁ ସାହାଯ୍ୟ କରିବା ହିଁ ସେହି ବ୍ୟକ୍ତିର ପ୍ରକୃତ ମାନବିକତା ଏବଂ ଧର୍ମ କୁ ବୁଝାଏ ।
ଓଁ ସୂର୍ଯ୍ୟ ଦେବାୟ ନମଃ.ଶୁଭ ସକାଳ, ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ।।ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ।।

Leave A Reply

Your email address will not be published.