ଆଜିର ଅନୁଚିନ୍ତା

ତାରିଖ - ୦୭:୦୨:୨୦୨୨ (ସୋମବାର)

0 332

🦋ଯାହା ଆପଣଙ୍କ ନିକଟରେ ଅଛି ଏବଂ ଆପଣ ସେଥିରେ ଖୁସି ଅଛନ୍ତି ତେବେ ଜୀବନରେ କେବେ ଦୁଃଖର ସାମ୍ନା କରିବେ ନାହିଁ । ଇଛା ହିଁ ଦୁଃଖର କାରଣ ।
🦋ଯେଉଁ ବ୍ୟକ୍ତି ଧର୍ମର ରାସ୍ତାରେ ଥାଏ ଏବଂ ଅଧର୍ମଠୁ ଦୂରେଇ ରହେ ତାର ଜୀବନ ସଫଳ ହୋଇଥାଏ । ଶେଷରେ ସେ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥାଏ ।
🦋ଯେଉଁ ବ୍ୟକ୍ତି ସବୁ ବୟସର ଲୋକଙ୍କ ଆଦର ସମ୍ମାନ କରିଥାଏ ଏବଂ ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହୋଇଥାଏ ତାକୁ ଜୀବନସାରା ପ୍ରେମ ମିଳିଥାଏ ।
🦋ପ୍ରତିକୂଳ ପରିବେଶରେ ସାହସର ସହ ସାମ୍ନା କରୁଥିବା ଲୋକକୁ ସଫଳତା ମିଳେ । ଆଉ ଜୀବନ ସୁଖରେ କଟିଥାଏ ।
ଚରିତ୍ରରେ ମଇଳା ରଖି ଚେହେରାକୁ ଯେତେ ସଜାଇଲେ ମଧ୍ୟ ସେ ସୁନ୍ଦରତାର କୌଣସି ମୂଲ୍ୟ ନଥାଏ, କାହିଁକିନା ଆଇନା ଆଲୋକରେ ଚମକି ଥାଏ, ଅନ୍ଧାରରେ ନୂହେଁ l କଥାରେ ଅଛି ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର। ତେଣୁ ଆମେ ଆମ ଚରିତ୍ରକୁ ପ୍ରଥମେ ସଜାଡିବାକୁ ଚେଷ୍ଟା କରିବା।
‌ଜୟ ଜଗନ୍ନାଥ,ଜୟ ସୋମନାଥ, ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଓଁନମଃ ଶିବାୟ . ଶୁଭ ସକାଳ, ଆଜି ସୋମବାର ଦେବ ଦେବ ମହାଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏🏾 ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରାନ୍ତୁ ଆପଣଙ୍କୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା🙏🏾

 

 

 

Leave A Reply

Your email address will not be published.