ଆଜିର ଅନୁଚିନ୍ତା

ତାରିଖ - ୦୭:୦୩:୨୦୨୧ (ରବିବାର)

0 837

➡️ମଣିଷ ରାଜ ମହଲରେ ରହୁ କି ତାଜମହଲରେ ରହୁ ଯଦି ମନରେ ଶାନ୍ତି ନାହିଁ ରାଜ ମହଲରେ ରହିବାର କିଛି ମୂଲ୍ୟ ନାହିଁ ।
➡️ଅସହାୟର ସାହାର ହୁଅ, ପଥଭ୍ରଷ୍ଟଙ୍କ ଦିଗଦର୍ଶକ ହୁଅ; ନିଜ ପାଇଁ ବଞ୍ଚିଲେ କି ଲାଭ, ଯଦି ପାରୁଛ ହଜାରଙ୍କ ପାଇଁ ବଞ୍ଚିବା ଶିଖ ।
➡️ହଜାରଥର ଅସଫଳ ହୁଅ, କଠୋର ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ ।
➡️ଆପଣଙ୍କ ଭବିଷ୍ୟ ଆପଣଙ୍କ ଆଜିର କର୍ମଦ୍ବାରା ନିର୍ଦ୍ଧାରିତ ହୁଏ, କାଲି କଣ କରିବେ ତାହା ଦ୍ବାରା ନୁହେଁ ।
➡️ନିନ୍ଦାରେ କେବେ ବିଚଳିତ ହୋଇ ନିଜର ଲକ୍ଷ୍ୟ ଛାଡନ୍ତୁ ନାହିଁ, କାହିଁକି ନା ସଫଳତା ପାଇଗଲେ ନିନ୍ଦା କରୁଥିବା ଲୋକ ବି ତାର ମତ ବଦଳାଇ ଦେଇଥାଏ । ଜୀବନର ନିୟମ ବି କବାଡି ଖେଳ ଭଳି ହୋଇଥାଏ, ସଫଳତାର ଗାର ଛୁଇଁବା ସମୟରେ ହିଁ ଲୋକେ ତୁମ ଗୋଡ଼ ଟାଣିବା ଆରମ୍ଭ କରି ଦିଅନ୍ତି । ତେଣୁ ଏଥିରେ ବିଚଳିତ ନ ହୋଇ ଉଚିତ ମାର୍ଗରେ ଆଗେଇଚାଲ।
➡️ସହାନୁଭୂତି ସେଇଠି ଅଧିକାର କରାଯାଇଥାଏ, ଯେଉଁଠି ତମର ପ୍ରତ୍ୟେକ କଥାକୁ Important ଦିଆ ଯାଇଥାଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.