ହଳଦି ଗାଁ ରେ ବାଘ

ଆଜିର ମୁଖ୍ୟ ଖବର.ତାରିଖ : ୦୭-୦୩-୨୦୨୧

0 370

୧-ଛାତରୁ ଖସିପଡି ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ କମ୍ପାନୀ Muthut ଗ୍ରୁପର ଚେୟାରମ୍ୟାନ୍ ଙ୍କ ମୃତ୍ୟୁ
୨-ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ପରେ ହେବ ନନ୍ଦିଗ୍ରାମ ନିଷ୍ପତ୍ତି ।
୩-ନନ୍ଦିଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇବେ କହିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।
୪-ଗତକାଲି ଧାନ ସଂଗ୍ରହ ର ଶେଷ ଦିନରେ ନୀଳଗିରିର ନିଜଗଡ଼ ସେବା ସମବାୟ ସମିତି ଅଫିସ ଆଗରେ ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ ।
୫-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଲେ ପୁରୀ ଗଜପତି ମହାରାଜା, କହିଲେ, ‘ଶ୍ରୀମନ୍ଦିର ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯିବ’ ।
୬-ଭଦ୍ରକ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଥିବା କବାଡ଼ିଆ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପେଟ୍ରୋଲ ଟାଙ୍କିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି ।
୭-ନୂଆପଡା ଜିଲ୍ଲା ହଳଦି ଗାଁ ରେ ପୁଣି ବାଘ ଆତଙ୍କ ଖେଳାଇଥିବା ଜଣାପଡ଼ିଛି । ଶନିବାର କ୍ୟାମେରାରେ ବାଘ ବସିଥିବା ଫଟୋ କଏଦ ହୋଇଛି । ଏନେଇ ସାରା ଅଞ୍ଚଳରେ ଲୋକେ ଏବେ ଭୟଭିତ ଅବସ୍ଥାରେ ଥିବା ଦେଖାଯାଇଥିବା ବେଳେ ପଦାକୁ କେହି ବାହାରିବାକୁ ସାହସ କରୁନଥିବା ଜଣାପଡ଼ିଛି ।
୮-ଆଠଗଡର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ, ସୁରକ୍ଷା ପ୍ରତି ପ୍ରଶାସନର ନିଘା ନାହିଁ । ନିଆଁକୁ ଏପର୍ଯ୍ୟନ୍ତ ଆୟତ କରାଯାଇ ପାରିନାହିଁ ।
୯-ଫୋର୍ବସ୍ ରିୟଲ ଟାଇମ୍ ବିଲିୟନେର ସୂଚୀରେ ଟେସ୍ଲା କାର ଓ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ଆହୁରି ତଳକୁ ଖସିଛନ୍ତି। ୨ ସପ୍ତାହ ପୂର୍ବେ ମସ୍କ ବିଶ୍ୱର ଧନିକଙ୍କ ସୂଚୀର ୧ ନମ୍ବର ସ୍ଥାନରେ ଥିଲେ। ତେବେ ଦେଖୁ ଦେଖୁ ସେ ସୂଚୀର ତୃତୀୟ ସ୍ଥାନକୁ ଚାଲିଆସିଛନ୍ତି।
୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ରେ ମୋହର ବାଜିଥିବା ସୂଚନା ମିଳିଛି ।
୧୧-SFDR ଟେକ୍ନଲୋଜିର ଫ୍ଲାଇଟ୍ ଟେଷ୍ଟ ସଫଳ, ଏବେ DRDO ବିକଶିତ କରିପାରିବେ ଦୂରଗମୀ କ୍ଷେପଣାସ୍ତ୍ର l
୧୨-ରାଉରକେଲା ସ୍ମାର୍ଟ ସିଟିର ସ୍ମାର୍ଟ ବସ୍ ସେଲ୍‌ଟର, ୬ ମାସରେ ୪ଟି ଅଧପନ୍ତରିଆ..! ୧୩ଟି ବସ୍ ସେଲ୍‌ଟର ପାଇଁ ଖର୍ଚ୍ଚ ୨.୮୬ କୋଟି l
୧୩-ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ ଦଳ ଆଶାବାଦୀ l
ଶୁଭ ସକାଳ ! ଜୟ ଜଗନ୍ନାଥ !

Leave A Reply

Your email address will not be published.