ସାବାସ ଖାନ

0 851

ବାରଙ୍ଗ,୭/୩(ଏସ୍‌ଏସ୍‌ନିୟୁଜ)ସାମାନ୍ୟ କେତେଟା ଟଙ୍କା ପାଇଁ ଭାଇ ଭାଇକୁ ମାରିବାକୁ ପଛାଉନଥିବାର ବହୁଳ ଦୃଷ୍ଟାନ୍ତ ରହିଛି ।କିନ୍ତୁ ରବିବାର ଦିନ ନନ୍ଦନକାନନରେ ଏକ ନିଆରା ଘଟଣା ଘଟିଛି । ୨ଭରି ଓଜନର ସୁନାଚେନ୍ ସହ ୨୨ଶହ ଟଙ୍କା ଭର୍ତି ମନିପର୍ସ ଫେରାଇ ସଚ୍ଚୋଟତାର ପରିଚୟ ଦେଇଛନ୍ତି ନନ୍ଦନକାନନର ବନପାଳ ଜି .ଏଫ୍ ଖାନ୍ ।ତାଙ୍କର ଏହି ବଦାନ୍ୟତା ପାଇଁ ସବୁଆଡୁ ତାଙ୍କୁ ସାବାସି ମିଳିଛି ।
ଘଟଣା ଥିଲା ଏହିପରି । ରବିବାରଦିନ ମଧ୍ୟାନ୍ନରେ ବ୍ରହ୍ମପୁର ଅଂଚଳର ଏକ ତେଲଗୁ ପରିବାର ନନ୍ଦନକାନନ ବୁଲିବାକୁ ଆସିଥିଲେ ।ଗ୍ରିଷ୍ମର ଉତାପ ଯୋଗୁ କିଛିସମୟପାଇଁ ରେପିଟାଇଲପାର୍କ ଆଗରେ ବିଶ୍ରାମ ନେଇଥିଲେ ।ଶୁଖିଲାଖାଦ୍ୟ ମଧ୍ୟ ଖାଇଥିଲେ ।ବୁଲିବାର ଯୋଜନା କରି ବାହାରିଥିଲେ ।କିନ୍ତୁ ଗଲାବେଳେ ଏକ ମନିପର୍ସଟିକୁ ସେଠାରେ ଛାଡି ପଳାଇଯାଇଥିଲେ ।କିଛି ସମୟପରେ ରେପିଟାଇଲ ପାର୍କପାଖରେ ଡ୍ୟୁଟିରେ ଥିବା ଗତିକୃଷ୍ନସାହୁ ନାମକ ସିକୁରିଟିଗାର୍ଡ ଙ୍କ ହାବୁଡରେ ଥୁଆହୋଇଥିବା ମନିପର୍ସଟି ପଡିଥିଲା ।ସେ ତାକୁ ନେଇ ପ୍ରବେଶପଥର ଦାୟିତ୍ୱରେ ଥିବା ବନପାଳ ଜି .ଏଫ୍ ଖାନ ଙ୍କୁ ଦେଇଥିଲେ । ପର୍ସଟିକୁ ଖୋଲିବାପରେ ସେଥିରୁ ଦୁଇଗ୍ରାମ ଓଜନର ସୁନାଚେନ୍‌,ଶୁଖିଲାଖାଦ୍ୟ,ଆଧାରକାର୍ଡ ସହ ନଗଦ୨୨୫୦ଟଙ୍କା ରହିଥିବାର ଜଣାପଡିଥିଲା । ଏହାପରେ ପ୍ରସ୍ଥାନ ଗେଟ୍ ପାଖରେ କର୍ମଚାରୀମାନଙ୍କୁ ସଜାଗ କରିବା ସହ ଖାନ୍ ନିଜେ ଛିଡା ହୋଇ ଫେରୁଥିବା ପର୍ଯ୍ୟଟକମାନଙ୍କ ଉପରେ ତିକ୍ଷ୍ଣ ନଜର ରଖିଥିଲେ । ଅନ୍ୟପଟେ ମନିପର୍ସ ଚୋରୀ ହୋଇଥିବାର ଅନୁମାନ କରି ବହୁଖୋଜାଖାଜି କରି ନିରାଶ ହୋଇ ସପରିବାରେ ନନ୍ଦନକାନନ ଆଉ ନବୁଲି ନିରାଶ ହୋଇ ଘରକୁ ଫେରୁଥିଲେଏହି ପରିବାର । କିଛି ଘଂଟାପରେ ତେଲଗୁ ସମ୍ପ୍ରଦାୟର ଜଣେ ମହିଳା ପର୍ଯ୍ୟଟକ କାନ୍ଦିକାନ୍ଦି ଫେରୁଥିବାର ବନପାଳଙ୍କ ନଜରକୁ ଆସିଥିଲା । ମନିପର୍ସ ଚୋରୀ ହୋଇଯାଇଥିବାରୁ ଘରକୁ ଫେରିବା କଷ୍ଟସାଧ୍ୟ ହେବ ବୋଲି ମହିଳା ପର୍ଯ୍ୟଟକ ଜଣଙ୍କ କାନ୍ଦିକାନ୍ଦି କହିଥିଲେ ।ମହିଳାଙ୍କ ଠାରୁ ସଠିକ ଖବର ବୁଝିବା ସହ ତାଙ୍କ ପରିବାରଙ୍କ ଉପସ୍ଥିତିରେ ମନିପର୍ସଟିକୁ ଫେରାଇଥିଲେ ବନପାଳ ।ମନିପର୍ସରେ ଥିବା ସୁନାଚେନ ଓ ଟଙ୍କା ପାଇବା ପରେ ଭାବବିହ୍ୱଳ ହୋଇଯାଇଥିଲେ ଏହିପରିବାର ଓ ବନପାଳଙ୍କର ସଚ୍ଚୋଟତା ପାଇଁ ତାଙ୍କୁ ସାବାସୀ ଦେଇ ଘରକୁ ଫେରୁିଥିଲେ । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.