ଆଜିର ରାଶିଫଳ

0 263

ସଙ୍କଟଚତୁର୍ଥୀ ବ୍ରତ,୨୦୨୩ ମସିହା ଜାନୁୟାରୀ ମାସ ୧୦ ତାରିଖ (ମଙ୍ଗଳବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୧୨/୧୯ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୦୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୦/୫ ,ମକର ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଚତୁର୍ଥୀର ପ୍ରାବଣଶ୍ରାଦ୍ଧ ,ପୋଟଳ ଦିବା ଘ୧୨/୧୯ ଗତେ ମୂଳା ଭକ୍ଷଣ ନିଷେଧ ।
ମେଷ-ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତକାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିବ।
ବୃଷ-ଅନୁକୂଳତା ଏବଂ ପ୍ରତିକୂଲତାର ମିଳାମିଶା ଦିନ ରହିବ। ବ୍ୟବସାୟରେ ଆପଣ ନୂଆ ବିଚାରଧାରା ଆଣିପାରନ୍ତି। ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିପାରନ୍ତି, ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅଗ୍ନି ଏବଂ ଜଳ ପ୍ରତି ସାବଧାନ ରହିବେ। ବ୍ୟାପାରିମାନଙ୍କୁ ଧନର ଆଦାନ-ପ୍ରଦାନ ଏବଂ ଯାତ୍ରାରେ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ। ସନ୍ତାନମାନଙ୍କର ପ୍ରଗତିରେ ମନ ପ୍ରସନ୍ନ ରହିବ। ଗୃହସ୍ଥ ଜୀବନ ଆନନ୍ଦପୂର୍ବକ ବିତିବ।
ମିଥୁନ-ନକାରାତ୍ମକ ବିଚାରକୁ ମନରୁ ଦୂର କରିବାକୁ ଉପଦେଶ। ଖାଦ୍ୟ-ପେୟରେ ଧ୍ୟାନ ରଖିବେ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। କୌଣସି କାରଣବଶତଃ ବାହରକୁ ଯିବାର ପ୍ରସଙ୍ଗ ଉପସ୍ଥିତ ହେବ। ମଧ୍ୟାହ୍ନ ପରେ ବୌଦ୍ଧିକ ଅଥବା ସାହିତ୍ୟିକ ପ୍ରବୃତ୍ତିଗୁଡ଼ିକରେ ରୁଚି ରହିବ। ସନ୍ତାନମାନଙ୍କର ପ୍ରଶ୍ନରେ ମାନସିକ ବ୍ୟଗ୍ରତା ବଢ଼ିବ। ଧନର ଖର୍ଚ୍ଚ ଅଧିକ ନ ହେଉ ଏହାର ଧ୍ୟାନ ରଖିବେ।
କର୍କଟ-ସ୍ଵାଦିଷ୍ଟ ଏବଂ ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କୁ ସାଥିରେ ପାଇ ଆପଣ ପ୍ରସନ୍ନ ରହିବେ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଚାନକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ବଢ଼ିବ। ଚାକିରି-ବ୍ୟବସାୟରେ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ କାବୁ ରଖିବେ ଏବଂ ନୂଆ କାମ ଆରମ୍ଭ କରିବାରେ ସାବଧାନ ପୂର୍ବକ କରିବେ।
ସିଂହ-ଆପଣଙ୍କ ବ୍ୟାପାରର ବିସ୍ତାର ହେବ। ଉଚିତ କାର୍ଯ୍ୟଗୁଡ଼ିକ ଉପରେ ଧନ ଖର୍ଚ୍ଚ ହେବ। ବିଦେଶ ସ୍ଥିତ ବ୍ୟବସାୟୀମାନଙ୍କ ଲାଭ ହେବାର ସମ୍ଭାବନା ଅଛି। ଆୟର ବୃଦ୍ଧି ହେବାପାଇଁ ଧନର ମାମଲାରେ ହାତ ଖୋଲା ରହିବ। ପ୍ରବଳ ଲାଭର ଯୋଗ ଅଛି। ବିଚାରରେ ଦ୍ୱନ୍ଦ୍ୱ ରହିବ। ଯାତ୍ରା ଯୋଗ ଅଛି। ଆକସ୍ମିକ ଧନ ଖର୍ଚ୍ଚ ହେବ। ଭାଗିଦାରୀ ସହିତ ଆନ୍ତରିକ ମତଭେଦ ହୋଇପାରେ, ତଥାପି ମଧ୍ୟ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।
କନ୍ୟା-ଦିନ ସୁଖ-ଶାନ୍ତିପୂର୍ବକ କଟିବ। କପଡ଼ା ଏବଂ ଗହଣା କ୍ରୟ କରିପାରନ୍ତି। କଳା ପ୍ରତି ଅଭିରୁଚି ରହିବ। ବ୍ୟାପାର ପାଇଁ ଆଜିର ଦିନ ବହୁତ ଭଲ। ଧନ ସମ୍ବନ୍ଧିତ ବିଷଗୁଡ଼ିକରେ ସରଳତା ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ମାହୌଲ ରହିବ। ସ୍ୟାସ୍ଥ୍ୟ ଭଲ ରହିବ। ବ୍ୟବସାୟର ବାତାବରଣ ଭଲ ରହିବ ଏବଂ ସହକର୍ମିମାନଙ୍କ ସାଥି ମିଳିବ।
ତୁଳା-ଦିନ ମଧ୍ୟମ ଫଳଦାୟୀ ରହିବ। ଶାରୀରିକ ଫୂର୍ତ୍ତି ଏବଂ ମାନସିକ ପ୍ରସନ୍ନତାର ଅଭାବ ହୋଇପାରେ। ପରିବାରରେ ବାଦ-ବିବାଦ ହୋଇପାରେ। ବ୍ୟାବହାରିକ ଜୀବନରେ ମାନହାନିର ପ୍ରସଙ୍ଗ ନବନୁ ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଥିତିରେ ସୁଧାର ହେବ। ଆପଣ ସୃଜନାତ୍ମକ ଏବଂ କଳାତ୍ମକ ପ୍ରବୃତ୍ତିଗୁଡ଼ିକରେ ଯୋଡ଼ିହୋଇ ରହିବେ।
ବିଛା-ସଂପତ୍ତି ସମ୍ବନ୍ଧିତକାର୍ଯ୍ୟଗୁଡ଼ିକରେ ଏବଂ ଗୃହସ୍ଥ ଜୀବନର ପ୍ରଶ୍ନର ନିରାକରଣ ହେବ। ବ୍ୟାବସାୟୀ ଲୋକମାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ। ଭାଇ-ବନ୍ଧୁମାନଙ୍କର ବ୍ୟବହାର ସହଯୋଗପୂର୍ଣ୍ଣ ରହିବ। ଶତ୍ରୁ ପରାସ୍ତ ହେବେ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରତିକୂଳତା ରହିବ। ବ୍ୟାବହାରିକ ଜୀବନରେ ଅପଯଶ ମିଳିବାର ସମ୍ଭାବନା ଅଛି। ଧନ ହାନିର ଯୋଗ ଅଛି।
ଧନୁ-ସ୍ଵାସ୍ଥ୍ୟ ଭଲ ରହିବ। ଆଜିର ଦିନ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକ ପାଇଁ ବହୁତ ଭଲ ଅଟେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ମଧ୍ୟାହ୍ନ ପରେ ସ୍ଥିତି ଅନୁକୂଳ ରହିବ। ମନରେ ଯାହା ଦ୍ୱନ୍ଦ୍ୱ ରହିବ ତାହାର ନିରାକରଣ ମିଳିଯିବ। ଶରୀର ଏବଂ ମନ ଦ୍ୱୟ ସ୍ଵସ୍ଥ ରହିବେ।
ମକର-ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିଗୁଡ଼ିକରେ ଆଜି ବୃଦ୍ଧି ହେବ। ବ୍ୟବସାୟ ଏବଂ ବ୍ୟାପାରରେ ମଧ୍ୟ ବାତାବରଣ ଅନୁକୂଳ ରହିବ। ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଜୀବନରେ ଆନନ୍ଦର ମାତ୍ରା ବଢ଼ିବ। ମଧ୍ୟାହ୍ନ ପରେ ଆପଣଙ୍କ ବିଚାରରେ ନକାରାତ୍ମକତା ଚିନ୍ତା ଅଧିକ ରହିବ। ଶେୟାର ବ୍ୟବସାୟରେ ସମ୍ଭାଳିକରି ନିବେଶ କରିବେ।
କୁମ୍ଭ-ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ ଗୁଡ଼ିକ ପଛରେ ଧନ ଖର୍ଚ୍ଚ ହେବ। ବନ୍ଧୁମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଝଗଡ଼ା ହୋଇପାରେ। ଆଜି କିଛି ଅଧିକ ଆଧ୍ୟାତ୍ମିକତା ଆପଣଙ୍କ ବ୍ୟବହାରରେ ଦେଖିବାକୁ ମିଳିବ। ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସା ପ୍ରତି ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟସରଳତା ପୂର୍ବକ ସଂପନ୍ନ ଦେଖାଯିବ। ଅଫିସରେ ଆପଣଙ୍କ ପ୍ରଭାବ ବଢ଼ିବ। ଅଧିକାରୀମାନଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ମାନସିକ ଶାନ୍ତି ଆପଣଙ୍କ ମନରେ ରହିବ।
ମୀନ-ଆଜିର ଦିନ ଆପଣଙ୍କପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହ ପ୍ରଶ୍ନର ନିରାକରଣ ହୋଇଯିବ। ଯାତ୍ରା ଯୋଗ ଅଛି ମିତ୍ରମାନଙ୍କଠାରୁ ଉପହାର ମିଳିବ। ମଧ୍ୟାହ୍ନ ପରେ ପ୍ରତ୍ୟେକ କାର୍ଯ୍ୟରେ ସାବଧାନ ରହିବାର ଆବଶ୍ୟକତା ଅଛି। ଅଧିକ ଶ୍ରମ କରିବା ଉପରେ ମଧ୍ୟ କମ ଫଳ ପ୍ରାପ୍ତି ହୋଇପାରେ। ଅଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆପଣଙ୍କ ମନ ଅଧିକ ହେବ।

ନିତୀବାଣୀ-ପୂର୍ବରୁ ସମ୍ପର୍କର ଦ୍ୱିତୀୟ ନାମ ପ୍ରେମ ଥିଲା,ଆଜି ସମ୍ପର୍କର ଦ୍ୱିତୀୟ ନାମ ହେଉଛି ଟଙ୍କା।ଯଦି ପଇସା ଅଛି ପ୍ରେମ ଅଛି ଏବଂ ଯଦି ପଇସା ଅଛି ସମ୍ପର୍କ ମଧ୍ୟ ଅଛି।
ବାସ୍ତୁଟିପ୍ପଣୀ-ପାଠପଢ଼ାରେ ଦୁର୍ବଳ କି ଆପଣଙ୍କ ପିଲା? ଜାଣନ୍ତୁ ଏଥିପାଇଁ କେଉଁ ଗ୍ରହ ଦାୟୀ…
ଭଲ ବିଦ୍ୟାର୍ଥୀ ହେବାପାଇଁ ଏକାଗ୍ରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେବ୍ୟକ୍ତିର ଏକାଗ୍ରତା ବିଚଳିତ ହୁଏ, ତେବେ ନିଶ୍ଚିତଭାବରେ ସେପାଠପଢାରେ ଭଲ ଫଳାଫଳ ଦେଇପାରିବନାହିଁ । ଯଦି ଆପଣଙ୍କର ପିଲା ଲେଖାପଢାରେ ଦୁର୍ବଳ, ତେବେ ଏହାପଛରେ ଦୁଇଟି ପ୍ରମୁଖ ଗ୍ରହ ଦାୟୀ ହୋଇପାରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆମର ଏକାଗ୍ରତା ସହିତ ଚନ୍ଦ୍ର ଓ ବୁଧଙ୍କର ପ୍ରତ୍ୟକ୍ଷ ସଂଯୋଗ ଅଛି । ଚନ୍ଦ୍ର ମନକୁ ପ୍ରଭାବିତ କରେ ଓ ବୁଧ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ପିଲାମାନେ ଲେଖାପଢାରେ ଦୁର୍ବଳ ହେବା ପାଇଁ ଏହି ଦୁଇଟି ଗ୍ରହ ଦାୟୀ ବୋଲି ବିବେଚନା କରାଯାଏ । ସେମାନଙ୍କର ଦୋଷ କେବଳ ଶିକ୍ଷଣ ସ୍ତରରେ କ୍ଷତି ପହଞ୍ଚାଏ ନାହିଁ, ବରଂ କ୍ୟାରିୟର ସାମ୍ନାରେ ବିଫଳତା ମଧ୍ୟ ସୃଷ୍ଟି କରେ ।
ବୁଦ୍ଧି ପ୍ରଦାନକାରୀ ବୁଧ ଯେତେବେଳେ କୁଣ୍ଡଳୀର ଷଷ୍ଠ, ଅଷ୍ଟମ କିମ୍ବା ଦ୍ୱାଦଶଘରେ ବସିଥାଏ ଓ ଏହା ଗୁରୁବୃହସ୍ପତିଙ୍କ ନଜରପଡେ, ସେତେବେଳେ ଶିକ୍ଷାକ୍ଷେତ୍ରରେ ଅନେକସମସ୍ୟା ଦେଖାଯାଏ । ଯଦି କୁଣ୍ଡଳୀରେ ଶିକ୍ଷା ଗ୍ରହମାନେ କ୍ଷତିଗ୍ରସ୍ତ ହେବେ, ତେବେ ଶିକ୍ଷା କ୍ଷେତ୍ରରେ ପିଲାମାନେ ପଛରେ ରହିବା ସ୍ୱାଭାବିକ ।
ଜ୍ୟୋତିଷ ଶାସ୍ତ୍ରରେ ଶିକ୍ଷା ସହିତ ଚନ୍ଦ୍ରଙ୍କର ଏକ ବିଶେଷ ସଂଯୋଗ ଅଛି । କୁହାଯାଏ ଯେ ଯଦି ଚନ୍ଦ୍ର ଜଣେ ବ୍ୟକ୍ତିଙ୍କ କୁଣ୍ଡଳୀରେ ପୀଡିତ ହୁଏ, ତେବେ ତାଙ୍କୁ ଶିକ୍ଷା କ୍ଷେତ୍ରରେ ବହୁ ସଂଘର୍ଷ କରିବାକୁ ପଡିଥାଏ । ଯଦିଓ, ଯଦି କୁଣ୍ଡଳୀରେ ଚନ୍ଦ୍ର ଉପରେ ଦେବ ଗୁରୁ ବୃହସ୍ପତିଙ୍କର ଏକ ନଜର ରହେ, ତେବେ ଫଳାଫଳ ଅତ୍ୟନ୍ତ ଖରାପ ହୁଏ ନାହିଁ ।
ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛିଯେ ଯଦିପିଲାମାନେ ପଢ଼େଲେଖାରେ ଦୁର୍ବଳ, ତେବେ ବୁଧର ଉନ୍ନତିଦ୍ୱାରା ସେମାନଙ୍କର ଏକାଗ୍ରତା ଉନ୍ନତ ହୋଇପାରିବ । ଏପରିପରିସ୍ଥିତିରେ ପିଲାମାନଙ୍କର ଆଙ୍ଗୁଳି ଏମ୍ରାଲ୍ଡ ରତ୍ନମୁଦି ପିନ୍ଧାନ୍ତୁ । ବୁଧବାରଦିନ ଉପବାସକରନ୍ତୁ ଓ ଭଗବାନ ବୁଦ୍ଧଙ୍କମନ୍ତ୍ର ଜପକରନ୍ତୁ । ଯଦି ଆପଣଚାହାଁନ୍ତି, ଆପଣ ବୁଧବାରଦିନ ହଳଦିଆ ଜିନିଷ ମଧ୍ୟ ଦାନକରିପାରିବେ । ଏହିସମୟରେ, ଚେଷ୍ଟାକରନ୍ତୁଯେ ପିଲାମାନଙ୍କର ଖାଦ୍ୟ ଭଲହେବା ଦରାକର ଓ ସେମାନେ ଶାକାହାରୀହେବା ଉଚିତ୍ ।
ଆଜିର ଦିନଟି ମଙ୍ଗଳମୟ ହେଉାଜୟଜଗନ୍ନାଥ,ଜୟସୋମନାଥ,ମାଯୋଗମାୟା!!

Leave A Reply

Your email address will not be published.