ଜୁନମାସ ୨୦ତାରିଖ ୨୦୨୫ମସିହା(ଶୁକ୍ରବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୦୯/୫୧ ଗତେ ଦଶମୀ ,ନକ୍ଷତ୍ର-ରେବତୀ ରାତ୍ରି ଘ୧୦/୨୩ ଗତେ ଅଶ୍ୱିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୫ ,ଯୋଗିନୀ ପୂର୍ବେ ଦିବା ଘ୦୯/୫୦ ଗତେ ଉତ୍ତରେ ,ମେଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶିର ଘାତବାର ,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୮/୨୮ ଗତେ ଘ୧୧/୪୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୧୧/୪୮ ଗତେ ଘ୦୧/୩୯ ମଧ୍ୟେ ଓ ରାତ୍ରି ଘ୦୮/୩୫ ଗତେ ଘ୦୧/୦୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୨ ଗତେ ଘ୦୬/୫୭ ମଧ୍ୟେ ,ଅଦ୍ୟ ଲାଉ ଦିବା ୦୯/୫୧ ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି।
ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।
ମିଥୁନ-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।
କର୍କଟ-ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ସିଂହ-ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ୟ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ,
କନ୍ୟା-ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।
ତୁଳା-ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ବିଛା-କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।
ଧନୁ-ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।
ମକର-ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।
କୁମ୍ଭ-ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ୟ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
ମୀନ-କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ୟ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

ଏହି ଦିଗରେ ମୁଣ୍ଡ କରି ଶୁଅନ୍ତୁ, ହେବନାହିଁ କୌଣସି ରୋଗ…..
ଆଜିର ଦୁନିଆରେ ରୋଗପାଇଁ ବିଭିନ୍ନପ୍ରକାରର ଔଷଧସେବନ କରାଯାଉଥିବାବେଳେ ଏପରିକିଛି ରୋଗରହିଛି ଯାହା କେବଳ ଶୋଇବା ମାତ୍ରେ ଛୁ ହୋଇଯାଏ ।ତେବେ ଆପଣ ସବୁବେଳେ ସମସ୍ତଙ୍କୁ କହିବାରଶୁଣିଥିବେ ଉତ୍ତରଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍ ନୁହେଁ। ଏହାର କାରଣ କେବେ ଆପଣ ଭାବିଛନ୍ତି କି? ପ୍ରକୃତରେ ଏହାପଛରେ ରହିଛି କିଛି ଜଣାଅଜଣା ବୈଜ୍ଞାନିକ ତଥା ଧାର୍ମିକ କାରଣ।ଯାହାଦ୍ୱାରା ଶରୀର ସମ୍ବନ୍ଧିୟ ବିଭିନ୍ନରୋଗର ସମାଧାନ ମିଳିଥାଏ।
ବିଜ୍ଞାନଅନୁସାରେ ପୃଥିବୀର ଦୁଇଟିଯାକ ମେରୁ ଯଥା ଉତ୍ତର ଏବଂ ଦକ୍ଷିଣମେରୁ ଭିତରେ ଚୁମ୍ବକୀୟଶକ୍ତି ଅଛି ।ଶାରୀରିକ ସଂରଚନା ଅନୁସାରେ ଆପଣଙ୍କ ମୁଣ୍ଡ ଉତ୍ତରଦିଗରେ ଏବଂ ପାଦ ଦକ୍ଷିଣଦିଗରେ ରହିବାଦ୍ୱାରା ଏହା ରୋଗପ୍ରତିରୋଧକର କାମକରେ । ବିପରୀତଦିଗ ପରସ୍ପରକୁ ଆକର୍ଷିତକରନ୍ତି ଏବଂ ସମାନଦିଗ ପ୍ରତିରୋଧକଭଳି କାମକରନ୍ତି ।ଯେଉଁଥିପାଇଁ ଆପଣଙ୍କସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।ବୈଜ୍ଞାନିକ ମତଅନୁସାରେ ଦକ୍ଷିଣଦିଗକୁ ପାଦରଖି ଶୋଇବାଦ୍ୱାରା ବ୍ୟକ୍ତିର ଶକ୍ତିକମିଥାଏ।ସକାଳୁ ଉଠିଲାବେଳେ ଦୁର୍ବଳ ଲାଗେ।ଯଦି ଆପଣ ଦକ୍ଷିଣଦିଗକୁ ମୁଣ୍ଡରଖି ଶୋଇବେ, ତାହେଲେ ଆପଣଙ୍କୁ ସତେଜ ଅନୁଭବହେବ।
ଦକ୍ଷିଣଦିଗକୁ ମୁଣ୍ଡକରି ଶୋଇବା ଉଚିତ୍, ଅର୍ଥାତ ପାଦ ଉତ୍ତରଦିଗକୁ ରହିବା ଦରକାର ।ପୂର୍ବଦିଗ ହେଉଛି ଦେବତା ଓ ଅଲୌକିକଶକ୍ତିର ବାସ ସ୍ଥାନ ।ସେଥିପାଇଁ ସେହିଦିଗକୁ ପାଦକରି ଶୋଇବା ଉଚିତ୍ ନୁହେଁ । ପୂର୍ବଦିଗକୁ ପାଦରଖି ଶୋଇବାକୁ ଅଶୁଭ କୁହାଯାଏ ।କାହିଁନା ଏହିଦିଗରେ ସୂର୍ୟ୍ୟ ଉଦୟହୁଏ ।ବାସ୍ତୁଶାସ୍ତ୍ରକୁ ନିଜ ଜୀବନଶୈଳୀରେ ପ୍ରୟୋଗ କରିବାଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!

