ଆଜିର ରାଶିଫଳ

0 341

ଗରୁଡ଼ ଶୟନ ଓ ଅଧର ପଣା,୨୦୨୨ ମସିହା ଜୁଲାଇ ମାସ ୧୧ ତାରିଖ,ସୋମବାର,ଆଷାଢ଼ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱାଦଶୀ ଦିବା ଘ୧୧/୧୧ ପର୍ଯ୍ୟନ୍ତ ତଦନ୍ତେତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୧୮/ ୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୨୫/୩୨ ,ମିଥୁନ ରାଶିର ଘାତ ବାର ,ଦ୍ୱାଦଶୀର ଏକୋଦିଷ୍ଟ ଓ ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇ ଦିବା ଘ୧୧/୧୧ ଗତେ ବାଇଗଣ ଭକ୍ଷଣ ନିଷେଧ ।
🐏ମେଷ-ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସୁସ୍ଵାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ଵର୍ଯ୍ୟଯୁକ୍ତ ହୋଇ ପାରନ୍ତି। ମାଲିମକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
🐮ବୃଷ-ବନ୍ଧୁମେଳରେ ଦିନ ବିତାଇ ପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା- କଫ ରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବା ଆଶା କରାଯାଏ।
👨ମିଥୁନ-ଆୟର ମାତ୍ରା ବୃଦ୍ଧି ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହାନ ସୁଖ ମିଳିବ।
🦀କର୍କଟ-କାର୍ଯ୍ୟରେ ସଫଳତା ଲାଭ କରିବେ। ପରିବାର ମଧ୍ୟ ରେ ମର୍ଯ୍ୟାଦା ସମ୍ପନ୍ନ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
🦁ସିଂହ- ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
🙎♀️କନ୍ୟା-ପ୍ରିୟଜନ ଆଡ଼ ହେବାର ସୂଚନା ମିଳୁଛି। ହୃଦୟରେ ଈର୍ଷା ଜାତ ହୋଇ ପାରେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋ ହଣ ଓ ଜଳଯାତ୍ରା ନିଷେଧ।
⚖️ତୁଳା-ଦୂରଯାତ୍ରା ଲାଭଜନକ ହୋଇପାରେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। କୁଳ ଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବ ନଯାପନ କରିପାରନ୍ତି।ବ୍ୟବସା ୟ ଲାଭଜନକ ହେବ। ସମାଜ ସେବାରେ ଲାଗି ପଡ଼ିବେ।
🦂ବିଛା-ଶତ୍ରୁର ଆକ୍ରମଣ ପାଇଁ ଭୟଭୀତ ନ ହୋଇ ସଜାଗ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଶାନ୍ତିମାନ ହୋଇ ଶତ୍ରୁ ହନ୍ତା ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ। ମନ୍ଦାଗ୍ନି ଭୋଗ କରିପାରନ୍ତି।
🏹ଧନୁ-ବନ୍ଧୁ ସହଯୋଗ ମିଳିପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ତନ୍ତ୍ର- ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହୋଇପାରନ୍ତି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସା ୟରେ ପ୍ରଚୁର ଧନଲାଭ ହେବ।
🐊ମକର- ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ପାଥେୟ କରି ସେବା ମନୋଭା ବର ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି ଉପରେ ଗୁରୁତ୍ୱାରୋପ କରିପାରନ୍ତି। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନର ପରିଚୟ ଦେବେ।
🏺କୁମ୍ଭ-କର୍ମକ୍ଷେତ୍ରରେ ସଫଳ ତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇ ପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର, ସମ୍ମାନ ମିଳିବ। ତପସ୍ୱୀ ହେବେ।
🐟ମୀନ-ଭୂମି ଲାଭର ସୁଯୋଗ ଅଛି। ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ।
!! କଠିନ ପରିଶ୍ରମ ବିନା ଦୁନିଆରେ କିଛି ମିଳେନାହିଁ, ତୁମେ ବାହାରକୁ ଆସିବା ପରେ ସୂର୍ଯ୍ୟଙ୍କ କିରଣ ପଡ଼ିଲେ ହିଁ ତୁମର ଛାୟା ପାଇବ !!
ବାସ୍ତୁ ଟିପ୍ପଣୀ-ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ ! ହୋଇଯାଆନ୍ତୁ ସାବଧାନ?
ଏହି ଉପରେ ବାସ୍ତୁ ଶାସ୍ତ୍ର କଣ କହୁଛି ସେହି ବିଷୟରେ ଜାଣନ୍ତୁ ।ବାସ୍ତୁଶାସ୍ତ୍ରରେ ଉତ୍ତରମୂଖୀ ଘରକୁ ଭଲ ବୋଲି କୁହାଯାଏ , ଘରର ଉତ୍ତରଦିଗକୁ ବାସ୍ତୁ ମୁକ୍ତି ହେବା ସହିତ ଆପଣ ମାନଙ୍କ ଘରେ ଧନ ସଂମ୍ପତୀର ବୃଦ୍ଦି ହୋଇଥାଏ ।ସେହିପରି ବନ୍ଧୁଗଣ ଘରର ଉତ୍ତରଦିଗରେ ଗେଷ୍ଟ ରୁମ୍ ରହିବା ଶୁଭ ହୋଇଥାଏ ।ଘରର ଆଗ୍ନିୟ କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ କୋଣ ରୋଷେଇ ଘର ହେବା ଉଚିତ୍ ହୋଇଥାଏ । ଘରର ଐଶାନ୍ୟ କୋଣରେ ପୂଜା ସ୍ଥଳ କରନ୍ତୁ ଦେଖିବେ ଆପଣ ମାନଙ୍କ ପରିବାରକୁ ସବୁ ସମୟ ରେ ଶୁଭଫଳ ମିଳିବ। କେବେବି ଘରର ଉତ୍ତର ଦିଗରେ ବାଥ ରୁମ୍ ବା ଟୋଇଲେଟ୍ ବନାନ୍ତୁ ନାହିଁ , ଏବଂ ଘରର ସୁଖ ଶାନ୍ତି ପାଇଁ କେବେ ବି ଆପଣମାନେ ଘରର ଉତ୍ତର ଦିଗରେ ରୋଷେ ଇ ଘର କରନ୍ତୁ ନାହିଁ , ଘରର ମଣିଷଙ୍କ ମଧ୍ୟ ପ୍ରେମ ସଂମ୍ପର୍କ ବଜେଇ ରଖିବା ପାଇଁ ଆପଣ ମାନେ ଉତ୍ତର ଦିଗରେ କେବେ କୈଣସି ଭଙ୍ଗା କାନ୍ଥକୁ ରଖନ୍ତୁ ନାହିଁ । ଭୂମିଗତ ଟାୱାର୍ ଏବଂ ଟେଙ୍କ୍କୁ ଆପଣମାନେ ସବୁ ବେଳେ ଉତ୍ତର ପୂର୍ବଦିଗରେ ହିଁ ବସେଇ ପାରିବେ । ଏହା ଦ୍ୱାରା ଘରର ଲୋକମାନଙ୍କ ଧନ ସଂମ୍ପତୀ ସଞ୍ଚୟ କରିବାରେ ସହାୟତା ମିଳିଥାଏ !!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା !!

Leave A Reply

Your email address will not be published.