ଆଜିର ରାଶିଫଳ

0 453

୨୦୨୨ ମସିହା ଜୁଲାଇ ମାସ ୨୦ ତାରିଖ (ବୁଧବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ସପ୍ତମୀ ଦିବା ଘ୭/୩୨ ପର‌୍ୟ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୧/୩୫ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୭ ,କର୍କଟ ରାଶି ର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଦିବା ଘ୭/୩୨ ନଡ଼ିଆ ଭକ୍ଷଣ ନିଷେଧ ।
ମେଷ-ଆଜି ଆପଣଙ୍କ ଦିନ ଉତ୍ତମ ଓ ସଂମ୍ପତ୍ତି ଦେବାର ଅଛି । ଆପଣଙ୍କୁ ଆଯି କେଉଁ ନୁଆ ସଂମ୍ପତ୍ତି ପ୍ରାପ୍ତି ହେବାର ସଂମ୍ଭାବନା ଅଛି, ବେପାରର କାମରେ କରାଯାଇଥିବା ଯାତ୍ରା ସୁଫଳ ଦେବ । ଘର ପରିବାରରେ କିଛି ଯଦି ସମସ୍ୟା ଚାଲୁଛି ତେବେ ତାହାର ସମାଧାନ ହୋଇପାରେ, ପରିବାରରେ ଖୁସିର ମାହୋଲ୍ ହେବ, ଯେଉଁ ବ୍ୟକ୍ତି ନୁଆ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ କମ୍ପାନୀରେ ଇଣ୍ଟରଭ୍ୟୁ ପାଇଁ ଡକାରା ଆସିପାରେ, ବାହାନ ସୁଖ ପ୍ରାପ୍ତି ହେବ, ଆପଣ ନିଜ କାମକୁ ମନମୁତାବିକ ପୁରା କରିବେ ।
ବୃଷ-ଆଜି ଚାକିରି କରୁଥିବା ଲୋକଙ୍କୁ କିଛି କଠିନତାର ସାମ୍ନା କରିବାକୁ ପଡିପାରେ, ଆପଣ କାର‌୍ୟ୍ୟାଲୟରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇ ରଖନ୍ତୁ, ନହେଲେ ସେମାନେ ନାରାଜ୍ ହୋଇପାରନ୍ତି । ଘରର ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହେବ, ଆମଦାନୀ ଅନୁସାରେ ଖର୍ଚ୍ଚକୁ କଣ୍ଟ୍ରୋଲ୍ କରନ୍ତୁ ନହେଲେ ଭବିଷ୍ୟତ ରେ ଆର୍ଥିକ ଅସୁବିଧା ଦେଖାଦେଇପାରେ ।
ମିଥୁନ-ଆଜି ଆପଣ କିଛି ନୁଆ କାମ ଆରମ୍ଭ କରିବେ, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ଅଧୁରା କାମ ବନ୍ଧୁଙ୍କ ସହାୟତାରେ ପୁରା କରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ଘରୋଇ ସୁଖ ସୁବିଧାରେ ବୃଦ୍ଧି ହେବ, କମାଇର ଜରିଆ ବଢିବ, ଆପଣଙ୍କ କିଛି ବି ଇଚ୍ଛା ପୁରା ହୋଇପାରେ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଧନଲାଭ ହେବ, ଛୋଟ୍ ମୋଟ ବେପାରୀଙ୍କୁ ଗ୍ରାହକଙ୍କ ବୃଦ୍ଧି ହେବ ।
କର୍କଟ-ଆଜି ଆପଣଙ୍କ ଦିନ ବହୁତ ଶୁଭ ରହିବ, ଯଦି ହାତକୁ ବହୁତ ସାରା କାମ ଆସିଯାଏ ,ତେବେ ଏଥିରୁ ଯାହା ଜରୁରୀ ଅଟେ ତାହା ପ୍ରଥମେ କରିବା ଠିକ୍ ହେବ, ଯଦି କୋର୍ଟ କଚେରୀରେ କିଛି ମାମଲା ଚାଳୁଛି, ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ । ସନ୍ତାନଙ୍କ ବିବାହରେ ଆସୁଥିବା ସମସ୍ୟା ନେଇକରି ଆପଣ କେଉଁ ପରିଜନଙ୍କଘରକୁ ଯାଇପାରନ୍ତି, ସେଥିପାଇଁ ଆପଣ ଜୀବନସାଥୀ ଓ ମା ବାପାଙ୍କୁ ନେଇଯିବାରେ ଭଲ ହେବ । କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ମିଳିପାରିବ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଅନୁଭବି ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନା ହୋଇପାରେ । ଯାହା ଆଗକୁ ଯାଇକରି ଫାଇଦା ଦାୟକ ହେବ ।
ସିଂହ-ଆଜି ଆପଣଙ୍କ ଦିନ ବହୁତ୍ ଭଲ ରହିବ, ପରିବାରରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ, ବିରୋଧୀ ନିଜ କଥାକୁ ମନାଇବା ପାଇଁ ସଫଲ ହେବେ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁର ରହିବାକୁ ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ପ୍ରେମ ଜୀବନ ଭଲ ରହିବ, ସନ୍ତାନଙ୍କ ଉନ୍ନତି ଖୁସିଖବର ମିଳିପାରେ, ଯାହା ଦ୍ୱାରା ପ୍ରସନ୍ନ ରହିବ, ଆପଣ ନିଜ୍ ପରିଶ୍ରମରୁ କାମକାର‌୍ୟ୍ୟରେ ଭଲ ଲାଭ ପ୍ରାପ୍ତି କରିବେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏଥିପାଇଁ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
କନ୍ୟା- ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର୍ ଆସୁଛି, ଭାଗ୍ୟର ସାଥ୍ ନ ମିଳିବା କାରଣରୁ କାମକାର‌୍ୟ୍ୟରେ ଅଧିକା ପରିଶ୍ରମ କରିବାକୁ ପଡିବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣ ହୋଇ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ, କେଉଁ ବିଷମ ପରିସ୍ଥିତିର ସାମ୍ନା କରିପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଦୁର ସଂଚାର ମାଧ୍ୟମରେ ଭଲ ଖବର୍ ଶୁଣିବାକୁ ପାଇବେ । ସାଙ୍ଗଙ୍କ ଦ୍ୱାରା ଅଧୁରା କାମ ପୁରା କରିପାରିବେ ।
ତୁଳା-ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଆଜି ଆପଣଙ୍କ କେଉଁ ସଂମ୍ପତ୍ତି ପ୍ରାପ୍ତିର ଅଭିଳାଷା ପୁରା ହେବ, ଯେଉଁଥିରେ ମନ ହର୍ଷିତ ରହିବ, ଯଦି ପୁର୍ବରୁ କେଉଁଠୁ ପଇସା ଉଧାର ନେଇଛନ୍ତି ତେବେ ସେ ପଇସା ଫେରିପାରିବେ, ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିପାରିବ, ଜୀବନସାଥିଙ୍କ ସହ କେଉଁ ବାହାର ଯାଗା ବୁଲିବାକୁ ଯାଈପାରନ୍ତି, ବେପାର ଲାଭଦାୟକ ବୁଝାମଣା ହୋଇପାରେ ।
ବିଛା-ଆଜି ଆପଣଙ୍କ ଜୀବନରେ ଚାଲୁଥିବା ଅସୁବିଧାଗୁଡିକରୁ ମୁକ୍ତି ମିଳିବ, ଘର ପରିବାରର ମଧ୍ୟରେ ଖୁସିର ବାତାବରଣ ରହିବ, ପରିବାରର ସବୁ ସଦସ୍ୟଙ୍କ ସପୋର୍ଟ ମିଳିବ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ମିଳିବ, ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ଦିନ ସାମାନ୍ୟ ରୁପରେ ବ୍ୟତିତ ହେବାର ଅଛି, ଯଦି ଆପଣ ବୁଝାମଣାରେ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କରନ୍ତୁ, ଅଜଣା ଲୋକଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ।
ଧନୁ- ଆଜି ଆପଣଙ୍କୁ ନିଜ କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହୁଛି, ବେପାରରେ ଧନ ଲାଭ ମିଳିବ, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରେ, କମାଇର ଜରିଆ ବଢିବ, ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ରୋଜଗାରର ଦିଗରେ କରାଯାଈଥିବା ପ୍ରୟାସ ସଫଳ ରହିବ, ଆପଣଙ୍କ ପରିଶ୍ରମର ଫଳ ମିଳିବ, ଅଟକିଥିବା କାମ ପୁରା ହୋଇଯିବ ।
ମକର-ଆଜି ବିଜନେସ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନ ଭଲ ରହିବ, ଆପଣ ନିଜ କାରୋବାରରେ ମନ ମୁତାବିକ ସଫଳତା ଦେଖିପାରନ୍ତି, ଆଜି ଆପଣ ନିଜ ମା ବାପାଙ୍କ ଆଶିର୍ବାଦ ନେଇକରି ଯେଉଁ ନୁଆ କାମ ଆରମ୍ଭ କରିବେ, ସେଥିରେ ନିଶ୍ଚିତ ସଫଳତା ହାସିଲ୍ ହୋଇପାରିବ, ଶଶୁରଘର ପକ୍ଷରୁ ଧନଲାଭ ମିଳିବ, ପାରିବାରିକ ସଂମ୍ପର୍କରେ ମଜବୁତି ଆସିବ, ବାହାନ ସୁଖ ପ୍ରାପ୍ତି ହେବ, ପରିବାର ସଦସ୍ୟଙ୍କ ସହ ସାମାଜିକ ସମାରୋହରେ ସମ୍ମିଳିତ ହେବାର ସଂମ୍ଭାବନା ଅଛି ।
କୁମ୍ଭ- ଆଜି ଆପଣଙ୍କୁ ଜରୁରୀ କାମରେ ସାବଧାନ ରହିବାକୁ ହେବ । ଆଜି ଆପଣ ନିଜ ମଧ୍ୟରେ ଏକ ନୁତନ ଉର୍ଜାର ଅନୁଭବ କରିବେ, ଆପଣ ନିଜ ସବୁ କାର‌୍ୟ୍ୟକୁ ଜୋସ୍ ସହ ପୁରା କରିବାକୁ ଯାଉଛନ୍ତି, ଅଧୁରା କାମ ନିଜ ପରିଶ୍ରମଦ୍ୱାରା ପୁରା କରିବେ, ବେପାର ଭଲ ଚାଲିବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିବ, ଯାହା ଆଗକୁ ଯାଈକରି ଫାଇଦା ଯୋଗାଇବ୍ବ, ସରକାରି କାର‌୍ୟ୍ୟରେ ସଫଳତା ମିଳିବାର ଆଶା ଅଛି, କେଉଁ ପୁରୁଣା ବିବାଦ ଶେଷ ହୋଇପାରେ, କୋର୍ଟ୍ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ, ଆପଣ ନିଜ ଭବିଷ୍ୟ ପାଇଁ ନୁଆ ଯୋଜନା ବନାଇବେ ।
ମୀନ-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, କାର‌୍ୟ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ଆପଣଙ୍କ କାମର ପ୍ରଶଂସା କରାଯିବ, ଆପଣଙ୍କ ମନର ଇଚ୍ଛା ପୁରା ହେବ, ଯାହାପରେ ଆପଣଙ୍କ ଘରେ ଧାର୍ମିକ କାର‌୍ୟ୍ୟର ଆୟୋଜନ ହୋଇପାରେ, ପରିବାରର ସଦସ୍ୟଙ୍କ ପୁରା ସହ ମିଳିପାରିବ, ଯାହାର କାରଣରୁ ଯଦି କିଛି ସମସ୍ୟା ଥିବ ତେବେ ତାହା ସମାଧାନ ହୋଇଯିବ, ଘରେ ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆଜି ପଇସା ଉଧାର ଲେଣ ଦେଣରୁ ନିବୃତ ରହିବାକୁ ହେବ, ଯେଉଁ ବ୍ୟକ୍ତି ରାଜନୀତି କ୍ଷେତ୍ରରେ ଯିବାକୁ ଚାହୁଁଛନି ତାଙ୍କ ମନର ଇଛ୍ଚା ପୁରା ହେବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ, ଯାହା ଦ୍ୱାରା ଆପଣଙ୍କ ମନକୁ ଖୁସି ମିଳିବ ।
ନିତୀବାଣୀ-ଜଣକୁ ଧୋକା ଦେଇ ଭାବନାହିଁ ଯେ ସେ ବୋକା ଆଉ ମୂର୍ଖ ଥିଲା ବୋଲି।ସତ ଏହା ଯେ,ସେ ତୁମକୁ ସବୁଠାରୁ ଅଧିକ ବିଶ୍ବାସ କରୁଥିଲା ଆଉ ତୁମେ ତାହାର ଯୋଗ୍ୟ ନୁହଁ। କର୍ମ ଫଳ ନିଶ୍ଚିତ ମିଳେ ।ହୁଏତ ସଙ୍ଗେ ସଙ୍ଗେ ନ ମିଳିପାରେ କିନ୍ତୁ ଦିନେ ନା ଦିନେ ମିଳେ ।ତେଣୁ କର୍ମ କରିବା ପୂର୍ବରୁ ଭୁଲ୍ କି ଠିକ୍ ବିଚାର କରିନେବା ଉଚିତ୍ ।ମନ୍ଦ ଉଦ୍ଦେଶ୍ୟଧାରୀ ମଣିଷର ଉଦ୍ଦେଶ୍ୟ ସହଜରେ ଧରାପଡେନି । ଆଉ ଯେତେବେଳେ ଧରାପଡେ ମୁହଁ ଲୁଚେଇକି ବୁଲେ । ଭଗବାନ ଠିକ୍ ସମୟରେ ପାଗଯୋଗ ଦେଖି ଉପଯୁକ୍ତ ଶାସ୍ତି ଦିଅନ୍ତି।
ବାସ୍ତୁ ଟିପ୍ପଣୀ-ଆସନ୍ତୁ ଜାଣିବା ବିଛା ଶୁଭ ନା ଅଶୁଭ?ଯଦି ଆପଣ କେଉଁ କାମରେ ବାହାରିଛନ୍ତି ଏବଂ ବିଛା ଦେଖନ୍ତି । ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ଆପଣଙ୍କର କାର‌୍ୟ୍ୟ ସିଦ୍ଧ ହୋଇଥାଏ ।
ଘରେ ଯଦି ବିଛା ଦେଖନ୍ତି, ତାହେଲେ ଆପଣଙ୍କର କୌଣସି କାର‌୍ୟ୍ୟ ଆଗାମୀ ୭ ଦିନ ଭିତରେ ନିଶ୍ଚୟ ପୂରଣ ହେବ ଯଦି ଆପଣ କୌଣସି ଗୁରୁବାର ଦିନ ଘରେ ବିଛା ଆସିବାର ଦେଖୁଛନ୍ତି । ତାହେଲେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଛନ୍ତି । ଏବଂ ବହୁତ ଜଲଦି ଆପଣଙ୍କ ଗୃହକୁ ଆସିବା ପାଇଁ ଯାଉଛନ୍ତି ।
ଯଦି କୌଣସି କଙ୍କଡା ବିଛା ୨ବା ୩ ଟି ଧାଡି ବାନ୍ଧିକରି ଚାଲୁଥିବାର ଦେଖିବେ । ତେବେ ଏହା ଅଶୁଭ ଅଟେ । ଏହା ଧନାହାନି ହେବାର ପୂର୍ବ ସୂଚନା ଦେଇଥାଏ ।ଯଦି ବିଜୁଳି ବା ଘଡଘଡି ମାରିବା ସମୟରେ ଆପଣଙ୍କ ଗୃହରେ କୌଣସି କଙ୍କଡା ବିଛା ଖସି ପଡୁଥିବାର ଦେଖନ୍ତି । ତେବେ ବୁଝି ଯାଆନ୍ତୁ ଯେ କୌଣସି ବଡ ଅସୁବିଧା ହୋଇପାରେ । ତେଣୁ ସଙ୍ଗେ ସଙ୍ଗେ ସେହି ବିଛା ଉପରେ ହଳଦୀ ପାଣି ପକାଇ ଦିଅନ୍ତୁ । ଏପରି କରିବା ଦ୍ବାରା ସମସ୍ତ ବାଧାବିଘ୍ନ ବହୁତ ମାତ୍ରାରେ କମି ଯାଇଥାଏ !! ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା !!

Leave A Reply

Your email address will not be published.