ଆଜିର ରାଶିଫଳ

0 190

୨୦୨୨ ମସିହା ଅଗଷ୍ଟ ମାସ ୫ ତାରିଖ (ଶୁକ୍ରବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଅଷ୍ଟମୀ ରାତ୍ରି ଘ୩/୨୯ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୭/୧୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୨୩ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନଡ଼ିଆ ଭକ୍ଷଣ ନିଷେଧ ।
ମେଷ-ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ସୁସ୍ଥତାର ଧ୍ୟାନ ରଖିବେ। ଆଜି ଧନପ୍ରାପ୍ତିର ଯୋଗ ଅଛି।
ବୃଷ-ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିପାରନ୍ତି। ଚିନ୍ତାର କାରଣ ମାନସିକ ଭାର ରହିପାରେ, ଯାହାକି ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ହେବାର ପ୍ରସଙ୍ଗ ବନିପାରେ। ଘରର ବାତାବରଣ ବିଗିଡ଼ି ପାରେ। ସଫଳତାର ପ୍ରାପ୍ତି କମ ହେବାରୁ ଆର୍ଥିକ ସଂକଟର ଚିନ୍ତା ରହିବ।
ମିଥୁନ- ଅବିବାହିତମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି। ଧନପ୍ରାପ୍ତି ପାଇଁ ଦିନ ଶୁଭ ଅଟେ। ମିତ୍ରମାନଙ୍କ ଅଚାନକ ସାକ୍ଷାତ ଆନନ୍ଦଦାୟୀ ରହିବ। ମିତ୍ରମାନଙ୍କଠାରୁ ଲାଭ ହେବ। ଆଜି ଆପଣଙ୍କୁ ଭଲ ଖାଦ୍ୟ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ସନ୍ତାନ ପକ୍ଷରୁ ଭଲ ସମାଚାର ମିଳିବ। ବ୍ୟାପାର କିମ୍ବା ଚାକିରିରେ ଲାଭ ହେବ। ଆୟରେ ବୃଦ୍ଧି ହେବ। ବୈବାହିକ ସୁଖର ଅନୁଭୂତି ହେବ।
କର୍କଟ- ଆଜିର ଦିନ ଆପଣଙ୍କପାଇଁ ଭଲ ରହିବ। ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ। ଆପଣଙ୍କ ପ୍ରମୋଶନ ଯୋଗ ଅଛି। ଉଚ୍ଚ ଅଧିକାରୀମାନଙ୍କ; ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚା ହେବ। ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ, ସରକାରୀ ଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ।
ସିଂହ- ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଲିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି। ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବିଦେଶରେ ରହୁଥିବା ବନ୍ଧୁମାନଙ୍କର ଭଲ ସମାଚାର ମିଳିବ।
କନ୍ୟା-ଆଜିର ଦିନ କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଗ ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ଏବଂ ବିଶେଷକରିକି ବାହରର ଖାଦ୍ୟ-ପାନୀୟ ଗ୍ରହଣ ନକରିବାକୁ ଚେଷ୍ଟା କରିବେ। ପରିଜନମାନଙ୍କର ଉଗ୍ର ଚର୍ଚ୍ଚାର କାରଣରୁ ମନମାଳିନ୍ୟ ନ ହେଉ, ଏହାର ବିଶେଷ ଧ୍ୟାନ ରଖିବେ। ଆଜି ଧନର ବ୍ୟୟ ଅଧିକ ହେବ। ଆଜି ରାଜ୍ୟ ତଥା ସରକାର ଏବଂ ବିରୋଧୀମାନଙ୍କ ଠାରୁ ଦୂରରେ ରୁହନ୍ତୁ ଏବଂ ବିବାଦରେ ପଡ଼ନ୍ତୁ ନାହିଁ।
ତୁଳା-ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ ବିତିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ। ନୂଆ ବସ୍ତ୍ର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ଭଲ ଭୋଜନ ଏବଂ ବୈବାହିକ ସୁଖର ଅନୁଭୂତି ହେବ।
ବିଛା-ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ବିତାଇବେ। ଶାରୀରିକ ତଥା ମାନସିକ ପ୍ରସନ୍ନତା କାର‌୍ୟ୍ୟ କରିବାରେ ଉତ୍ସାହ ପ୍ରଦାନ କରିବ। ଅଫିସ୍ ରେ ସହକାରୀଙ୍କର ସହାୟତା ପାଇ ବହୁତ କାର‌୍ୟ୍ୟ ସମ୍ପୂର୍ଣ୍ଣ କରି ପାରିବେ।
ଧନୁ-ଆଜି କାର୍ଯ୍ୟ ସିଦ୍ଧି ବା ସଫଳତା ନ ମିଳିଲେ ହତାଶ ହୁଅନ୍ତୁ ନାହିଁ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସଂପତ୍ତି ସମ୍ବନ୍ଧିତ ବିବିଧ ପ୍ରଶ୍ନର ବିଷୟରେ ମନ ଚିନ୍ତାଗ୍ରସ୍ତ ରହିବ। ଆଜି କୌଣସି ଯାତ୍ରା କରନ୍ତୁ ନାହିଁ, ଅଧିକ ଧନ ବ୍ୟୟ ହୋଇପାରେ।
ମକର-ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟ ଗୁଡ଼ିକରେ ସକ୍ରିୟ ରହିବେ। ନୂଆ କାର୍ଯ୍ୟ ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ। ଲମ୍ବା ଯାତ୍ରା କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟବସାୟ ଏବଂ ଚାକିରି ସହକର୍ମିମାନଙ୍କ ତରଫରୁ ସହଯୋଗ କମ ମିଳିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସନ୍ତାନମାନଙ୍କ ବିଷୟରେ ଦ୍ୱନ୍ଦ୍ୱ ରହିବ।
କୁମ୍ଭ-ଚିନ୍ତାର ବାଦଲ ହଟିଲା ପରେ ଆପଣ ମାନସିକ ହାଲୁକାପଣ ଅନୁଭବ କରିବେ। ମନରେ ଉତ୍ସାହର ସଂଚାର ହେବ, ଏହି କାରଣରୁ ଦିନର ସମୟ ଆନନ୍ଦପୂର୍ବକ ବିତିବ। ଭାଇ-ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। ଆଜି କୌଣସି ମହତ୍ତ୍ଵପୂର୍ଣ୍ଣ ଯୋଜନା ମଧ୍ୟ ବନାଇ ପାରିବେ। କୌଣସି ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ।
ମୀନ-ଆଜି ଆପଣ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଲଢ଼ାଇ – ଝଗଡ଼ାର ଆଶଂକା ଅଛି। ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଅତି ଆବଶ୍ୟକ ଅଟେ। ଧନ ସମ୍ବନ୍ଧିତ ଦେବା-ନେବାରେ ସାବଧାନ ରୁହନ୍ତୁ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ଆସିପାରେ।
ନୀତିବାଣୀ-ପ୍ରେମ ଆଉ ମୃତ୍ୟୁ ଦୁଇଟି ଯାକ ସମାନ। ଏମାନେ ନା ବୟସ ଦେଖନ୍ତି, ନା ସମୟ କୁ ଅପେକ୍ଷା କରନ୍ତି, ନା କୌଣସି ଜାଗା ଦେଖନ୍ତି ।
ବାସ୍ତୁ ଟିପ୍ପଣୀ-ସକାଳେ ଘରର ମୁଖ୍ୟ କବାଟ ଖୋଲିବା ପରେ କରନ୍ତୁ ଏହି ଛୋଟ କାମ, ଘରକୁ ଆସିବ ସୁଖ ସମୃଦ୍ଧି…..
ଯେତେବେଳ ଆପଣ ଦ୍ୱାର ମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗା ଜଳ ଆଣିକି ଛିଞ୍ଚନ୍ତୁ । ଘର ର କବାଟରେ ସ୍ୱସ୍ତିକ ଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ସେହି ସ୍ୱସ୍ତିକ ଚିହ୍ନକୁ ହଳଦୀ ଓ ସିନ୍ଦୁର ଦ୍ଵାରା କରନ୍ତୁ । ଆପଣ ଏହାକୁ ସୂର‌୍ୟ୍ୟ ଉଦୟ ପୂର୍ବରୁ ହି କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଘର ର ଦ୍ଵାର ମୁହଁରେ ଅଶୋକ ଓ ଆମ୍ବର ପତ୍ରକୁ ସୂତାରେ ବାନ୍ଧି ଘର ର ଦୁଆର ମୁହଁରେ ଲଗାନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଘରକୁ କୋୖଣସି ଖରାପ ଶକ୍ତି ପ୍ରଵେଶ କରିପାରିବ ନାହିଁ ।
ଏପରି କରିବା ଦ୍ୱାରା ଆପଣଙ୍କ ର କୌଣସି ସମସ୍ୟା ରହିବ ନାହିଁ । ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ । କେବେ ମଧ୍ୟ କାହାର କୌଣସି ଅସୁବିଧା କିମ୍ବା ଅଭାବ ରହିବ ନାହିଁ । ଅର୍ଥ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳିବ ନାହିଁ ପତି ପତ୍ନୀ ଙ୍କ ମଧ୍ୟ ରେ ସମ୍ପର୍କ ଖୁବ ଭଲ ରହିବ । ଆପଣଙ୍କ ଘର ଉପରେ କୌଣସି କୁ ଦୃଷ୍ଟି ପଡିବ ନାହିଁ । ଯଦି ଆପଣ ଏହି ନିୟମ ଗୁଡିକୁ ମାନି ଚଳିବେ ତେବେ ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ର ବିନାଶ ଘଟିବ ।
ଯଦି ଆପଣଙ୍କର ଦ୍ୱାର ସବୁ ବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟ ଦ୍ୱାର ମାଧ୍ୟମ ରେ ଘରକୁ ସମସ୍ତ ପ୍ରକାର ଭଲ ଶକ୍ତି ପ୍ରବେଶ କରିଥାନ୍ତି । ଏହା ଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ସବୁବେଳେ ଖୁସି ରେ ରହିଥାନ୍ତି । ଘର ର ମୁଖ୍ୟ ଦ୍ୱାର ଉପରେ କେବେ ମଧ୍ୟ କୌଣସି ପ୍ରକାର ବୃକ୍ଷ ର ଛାଇ ପଡିବା ଉଚିତ ନୁହେଁ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

 

 

Leave A Reply

Your email address will not be published.