ରାହୁଲ ଗାନ୍ଧୀ ହେବେ ଦେଶର ପ୍ରଧାନମନ୍ତ୍ରୀ !

0 221

ଭୁବନେଶ୍ୱର,୪/୮(ଏସଏସନିଉଜ) ଦେଶର ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ । ଜଣେ ସାଧୁ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିବା ବେଳେ ଏପରି ଭବିଷ୍ୟବାଣୀ କରିଛନ୍ତି ।ଏହାପରେ ମଠର ଅନ୍ୟତମ ମୁଖ୍ୟ ମହନ୍ତ ଏଥିରେ ହସ୍ତକ୍ଷେପ କରି ଏପରି ନ କହିବାକୁ କହିଥିଲେ ।ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକ ଗସ୍ତରେ ଥିବାବେଳେ ଚିତ୍ରାଦୁର୍ଗସ୍ଥିତ ଶ୍ରୀ ମୁରୁଗାରାଜେନ୍ଦ୍ର ମଠ ପରିଦର୍ଶନ କରିବାବେଳେ ସେଠାରେ କର୍ଣ୍ଣାଟକର ପ୍ରସିଦ୍ଧ ଶୈବ ସଂପ୍ରଦାୟ ଲିଙ୍ଗାୟତ ଦୀକ୍ଷା ଗ୍ରହଣ କରିଥିଲେ । ମୁରୁଗା ମଠର ମହନ୍ତ ଡ. ଶିବମୂର୍ତି ମୁରୁଗା ଶରଣରୁଙ୍କଠାରୁ ଇଷ୍ଟଲିଙ୍ଗ ଦୀକ୍ଷା ଗ୍ରହଣ କରିଛନ୍ତି । ଏହି ସମୟରେ ଦଳର ନେତା ଡି.କେ ଶିବକୁମାର ଏବଂ କେସି ଭେନୁଗୋପାଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.