ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୦ ତାରିଖ (ମଙ୍ଗଳବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଦଶମୀ ସଂନ୍ଧ୍ୟା ଘ୭/୪୩ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୯/୦୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୨/୨୧ ,ମକରରାଶିର ଘାତବାର ,ଦଶମୀର ସାମ୍ଭତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ.କଳମ ଶାଗ ସନ୍ଧ୍ୟା ଘ୭/୪୫ ଗତେ  ଶିମ୍ବ ଭକ୍ଷଣ ନିଷେଧ । 
ମେଷ-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
ବୃଷ-ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ମିଥୁନ-ଦୀର୍ଘ ଦିନର ଆଶା ପୂରଣ ହେବ। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
କର୍କଟ-ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ସିଂହ-ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରି ପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
କନ୍ୟା-ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।
ତୁଳା-ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇ ପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
ବିଛା-ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
ଧନୁ-ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।
ମକର-କୃତକର୍ମର ଫଳ ଭୋଗ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ-ଅଟକି ଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବନ୍ଧୁ ସହଯୋଗ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଜନୈକ ମହିଳାଙ୍କ ପରାମର୍ଶ ଉପାଦେୟ ହେବ।
ମୀନ-ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି। ଶତ୍ରୁ ଉପରେ କଡ଼ାନଜର ରଖିବାକୁ ପଡ଼ିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ନିତୀବାଣୀ-କୌଣସି କଥାକୁ କ୍ଷୁଦ୍ର ବୋଲି ବିଚାର ନାହିଁ- ଗୋଟିଏ କ୍ଷୁଦ୍ର ଛିଦ୍ର ବଡ ଜାହାଜଟାଏ ବୁଡାଇ ଦେଉଛି ।
ବାସ୍ତୁ ଟିପ୍ପଣୀ-ବିଛଣାତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ଟି ଜିନିଷ ନଚେତ ଧିରେଧିରେ ହୋଇଯିବ ସର୍ବନାଶ?..
ବାସ୍ତୁଶାସ୍ତ୍ର ହେଉଛି ଏଭଳି ଏକ ବିଷୟ ଯାହା ଆମକୁ ସମସ୍ତପ୍ରକାର ନକରାତ୍ମକ ଉର୍ଜାରୁ ରକ୍ଷା କରିଥାଏ ଏବଂ ଆମ ଜୀବନରେ ସକରାତ୍ମକତା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ରର ନିୟମଅନୁସାରେ କାର୍ଯ୍ୟ କରିବାଦ୍ୱାରା ଜୀବନ ସୁଖମୟ ହୋଇଥାଏ ।ଆଜି ଆମେ ଆପଣମାନଙ୍କୁ ବାସ୍ତୁଶାସ୍ତ୍ରରେ ଥିବା ବିଛଣା ସହ ଜଡ଼ିତ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ବିଷୟରେ କହିବୁ । ଶାସ୍ତ୍ରଅନୁସାରେ ଏଭଳି ୩ଟି ଜିନିଷ ରହିଛି ଯାହାକୁ କେବେବି ବିଛଣା ତଳେ ରଖିବା ଉଚିତ ନୁହେଁ । ଯଦି ଆପଣ ଏହି ଜିନିଷ ବିଛଣା ତଳେ ରଖିବେ ତାହେଲେ ଏହାଦ୍ବାରା ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପଡ଼ିଥାଏ ଓ ଜୀବନରେ ଶାନ୍ତି ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ସମ୍ବନ୍ଧରେ
୧-ପ୍ରଥମରେ ହେଉଛି, ଜୋତା ବା ଚପଲ । କିଛି ଲୋକ ଅବହେଳା ଅଥବା ସ୍ଥାନର ଅଭାବ କାରଣରୁ ନିଜ ଜୋତା ବା ଚପଲକୁ ବିଛଣା ତଳେ ରଖି ଦେଇଥାନ୍ତି । କିନ୍ତୁ ଏପରି କରିବା ଆଦୈା ଉଚିତ ନୁହେଁ । ଜୋତା ଓ ଚପଲରେ ନକରାତ୍ମକଶକ୍ତି ରହିଥାଏ । ଯଦି ଆପଣ ଏହାକୁ ବିଛଣାତଳେ ରଖି ଶୋଇବେ ତେବେ ସେହି ନକରାତ୍ମକ ଶକ୍ତିଗୁଡ଼ିକ ଆପଣଙ୍କ ମଧ୍ୟରେ ପ୍ରବେଶ କରିଥାଏ । ଯାହା ଭବିଷ୍ୟତରେ ଆପଣଙ୍କ ବିନାଶର କାରଣ ସାଜିଥାଏ ।
୨-ଦ୍ଵିତୀୟରେ ହେଉଛି, ଗୋଡ଼ପୋଛା ବା ପାପୋଛ । ପ୍ରାୟତଃ ବ୍ୟକ୍ତି ଗୋଡ଼ ପୋଛାକୁ ନିଜ ଖଟର ପାଖରେ ରଖିବାକୁ ପସନ୍ଦ କରନ୍ତି । କାରଣ ସେମାନେ ଶୋଇବା ପୂର୍ବରୁ ଆପଣ ଗୋଡ଼ ଧୋଇଥାନ୍ତି, ଖଟକୁ ଯିବା ପୂର୍ବରୁ ଆପଣ ଗୋଡ଼ପୋଛାରେ ନିଜର ପାଦ ପୋଛିଥାନ୍ତି ।ଏହାଦ୍ବାରା ଆପଣଙ୍କ ପାଦରେ ଥିବା ପାଣି ଓ ଧୂଳି ସେଥିରେ ରହିଯାଏ ଏବଂ ଆପଣଙ୍କ ବିଛଣା ଅସନା ହୁଏନାହିଁ । ଗୋଡ଼ପୋଛାକୁ ଆପଣ ବିଛଣାର ସାମାନ୍ୟ ଦୂରରେ ରଖି ପାରିବେ । କିନ୍ତୁ ଧ୍ୟାନରଖିବେ ଯେ ଯେପରି ଏହା ବିଛଣା ତଳକୁ ନଯାଉ । କାରଣ ଏଥିରେ ନକରାତ୍ମକ ଉର୍ଜା ରହିଥାଏ । ଯାହା ଆପଣଙ୍କ ଜୀବନରେ କୁପ୍ରଭାବ ପକାଇଥାଏ ।
୩-ତୃତୀୟରେ ହେଉଛି, ଆପଣ ଧ୍ୟାନରଖିବା ଉଚିତ ଯେ, ଆପଣ ଯେଉଁ ବିଛଣାରେ ଶୋଉଛନ୍ତି ତାହାତଳେ ଫାଟ ଯେପରି ନଥାଉ । କାରଣ ଫାଟ ସୃଷ୍ଟି ହେବାଦ୍ଵାରା ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ବହୁତଧନ ଖର୍ଚ୍ଚ ହୋଇଥାଏ । ତେଣୁ ଏପରି ଭୁଲ କେବେବି କରନ୍ତୁ ନାହିଁ ଏବଂ ଉଚିତ ସ୍ଥାନରେ ନିଜର ଖଟ ବା ବିଛଣାକୁ ରଖନ୍ତୁ ।ଆଜିର ଦିନଟି ମଙ୍ଗଳମୟ ହେଉ
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

 

- Advertisement -

Leave A Reply

Your email address will not be published.