ଆଜିର ରାଶିଫଳ

0 280

ରମା ଏକାଦଶୀ ,୨୦୨୨ ମସିହା ଅକ୍ଟୋବର ମାସ ୨୧ତାରିଖ(ଶୁକ୍ରବାର)କାର୍ତିକମାସ-କୃଷ୍ଣପକ୍ଷ ,ତିଥି-ଏକାଦଶୀ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୧୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୬/୧୬ ,ବିଛା, ଧନୁ ଓ ମୀନରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ସନ୍ଧ୍ୟାଘ୫/୧୯ ଗତେ ପୋଇଶାଗ ଭକ୍ଷଣ ନିଷେଧ ।
ମେଷ-ଖର୍ଚ୍ଚ କମାଇବାପାଇଁ ଚେଷ୍ଟାକଲେ ଉପକୃତ ହେବେ । ଘାତଚନ୍ଦ୍ରଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂରଯାତ୍ରାରେ ଅସଫଳ, କର୍ମବିଶୃଙ୍ଖଳା, ବିବାଦରେପରାଜିତ ହେବେ । ପୁରାତନରୋଗ ପୁନଃ ଭୋଗ ହୋଇପାରେ ।
ବୃଷ-କଠିନଶ୍ରମ ସାଙ୍ଗକୁ ବିଶେଷଭ୍ରମଣରୁ ଶାରୀରିକ ଅସୁସ୍ଥି ଅନୁଭବକରିପାରନ୍ତି । ମାନସିକଦୁଃଖ ବଢିବ । ଅର୍ଥାଗମ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବ ନାହିଁ । ପତିତ ଅର୍ଥ କିଛି ପରିମାଣରେ ମିଳିବ । ଗୃହ ଭୂମି ସମସ୍ୟା ସବୁ ଅଧିକ ଲମ୍ବା ହେବ ।
ମିଥୁନ-ଆନୁଷ୍ଠାନ୍ଖଳ କ୍ଷେତ୍ରରେ ସମ୍ମାନିତ ହେବାର ସୌଭାଗ୍ୟ ଲାଭ କରିବେ । ଦିନଟି ଶୁଭଫଳ ଦାୟକ ହେବ । ପରିବାରରେ ବୁଝାମଣାକୁ ସଜାଡି ନେଇ ପାରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଲୋକ କଲ୍ୟାଣକରକାର୍ଯ୍ୟରେ ଅଭିରୁଚି ବଢିବ । ପାକକ୍ରିୟା ଜନିତ କେତେକ ସ୍ୱାସ୍ଥ୍ୟ ସମସ୍ୟା ଆସିବ ।
କର୍କଟ-ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟା ଭିତରେ ସାହାର୍ଯ୍ୟ ସହଯୋଗ ପାଇଁ ବନ୍ଧୁ ଦ୍ୱାରସ୍ଥ ହୋଇପାରନ୍ତି । କର୍ମ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ ।କାର୍ଯ୍ୟଭାର ବଢିବ । ବନ୍ଧୁବର୍ଗରୁ ଅକୁଣ୍ଠ ସାହାର୍ଯ୍ୟ ସହ ଯୋଗ ପାଇବେ । ଲକ୍ଷ୍ୟ ପୂରଣ କରିବେ । ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ ।
ସିଂହ-ସହକର୍ମୀମାନଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିବ । ଧର୍ମ ଧାରଣା ବଢିବ । ଅନ୍ତଃକରଣ ପବିତ୍ର ରହିବ । ଆହାର ବିହାରରେ ନିୟମିତ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ସଜ୍ଜନ ସଂପର୍କ, କାର୍ଯ୍ୟ ଶୃଙ୍ଖଳା, ସହଯୋଗ ଓ ଉତ୍ତମ ପାରିବାରିକ ବୁଝାମଣା ରହିବ ।
କନ୍ୟା-ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅର୍ଥ ସମ୍ପର୍କିତ ଟଣାଓଟରା ଲାଗିପାରେ । ପରସ୍ପର ବିରୋଧ ଚିନ୍ତାଧାରା ଲାଗି ରହିବ । ନକରାତ୍ମକ ଚିନ୍ତା ଅଧିକ ଆସିବ । ପିଲାମାନେ ଅବାଧ୍ୟ ହୋଇପାରନ୍ତି । ବୈଷୟିକ କ୍ଷେତ୍ର ସୁଧାରିବାକୁ ଚେଷ୍ଟା କରିବେ । କେତେକାଂଶରେ ସଫଳ ମଧ୍ୟ ହେବେ ।
ତୁଳା-ସ୍ୱାସ୍ଥ୍ୟ ବିଗିଡିବା କାରଣରୁ ଗୁରୁତ୍ୱ ପୂର୍ଣ୍ଣ କାମ ଅଟକି ରହିବା ଆଶଙ୍କା ରହିଛି । ମାନଯୋଗ ପୂର୍ବକ କାର୍ଯ୍ୟ ସଂପାଦନ କରିବେ । ସାତ୍ତ୍ୱିକ ବାତାବରଣ ମିଳିବ । ଶ୍ରଦ୍ଧା ଓ ପ୍ରତିଷ୍ଠା ପାଇବେ । ସଜ୍ଜନ ସଂପର୍କ, ଅର୍ଥାଗମ, ଲୋକକଲ୍ୟାଣକାର୍ଯ୍ୟ ସଂପାଦନ ହେବ । ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି ।
ବିଛା-ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍ ରେ ସମୟ ଅତିବାହିତ କରିପାରନ୍ତି । ଦୈହିକ କ୍ଳାନ୍ତି ଅବସାଦ ବଢିବ । ଉତ୍ସବାନୁଷ୍ଠାନରେ ସକ୍ରିୟ ଅଂଶ ଗ୍ରହଣ କରିବେ । କର୍ମ ପ୍ରେରଣା ଲାଭ, ଉତ୍ତମ ଭୋଜନ, ପାରିବାରିକ ସୁଖ, ଯାନ ବାହନରେ ବ୍ୟୟ ଓ ଆଇନ ଅଦାଲତରୁ ଶୁଭଫଳ ପାଇପାରନ୍ତି ।
ଧନୁ-କର୍ମକ୍ଷେତ୍ରରେ ଖଳ ଲୋକଙ୍କ କୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ । ସମସ୍ତଙ୍କର ପ୍ରିୟଭାଜନ ହେବେ । ବୈଷୟିକ କ୍ଷେତ୍ର ବ୍ୟାପକ ହେବ ଓ ଜନାଦୃତି ମିଳିବ । ବସ୍ତ୍ର ଆଭୂଷଣ ପ୍ରାପ୍ତି ଯୋଗ ଦିନର ପ୍ରଥମାର୍ଦ୍ଧରେ ଭୋଗ ହେବ । ପ୍ରତ୍ୟେକ କର୍ମର ଆଶାନୁରୂପ ଫଳ ପାଇବେ ।
ମକର-ଅନ୍ୟମନସ୍କ ହେତୁକ କୌନସି ଭୁଲ୍ କାମ କରି ଅନୁତପ୍ତ ହେବେ । କର୍ମ କ୍ଷେତ୍ରରେ ମନୋମାଳିନ୍ୟ ଅଧିକ ରହିବ ।କାର୍ଯ୍ୟ ବ୍ୟସ୍ତତା, କିଛି ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ । ମାନସିକ ଭୟ ଓ ଉଦବେଗ ବଢିପାରେ, ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ ।
କୁମ୍ଭ-କାର୍ଯ୍ୟ ହାସଲ ସକାଶେ କେତେକ କାମ ସକାଶେ ଅନ୍ୟରସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ ।ଦୃଢ ମନୋବଳ ନେଇ କାର୍ଯ୍ୟ ଅବ୍ୟାହତ ରଖିବେ । ପାରସ୍ପରିକ ଉତ୍ତମ ବୁଝାମଣା ରହିବ । ସାଧାରଣ କଥାରେ ପ୍ରତିକ୍ରିୟା ପ୍ରକାଶ ନ କରିବା ଲାଭଦାୟକ ହେବ । ଗୁରୁଜନଙ୍କ ଆର୍ଶୀବାଦ ମିଳିବ ।
ମୀନ-ପାରିବାରିକ ଅବସ୍ଥାରେ ବିଶେହ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ ।ରକ୍ତ ପ୍ରଦୂଷଣ ସମସ୍ୟା ଆସିପାରେ । ପାରିବାରିକ ବୁଝାମଣା ରହିବ । ଏକାଧିକ କାର‌୍ୟ୍ୟରେ ହାତ ଦେଇ ହଇରାଣ ହେବେ । ମାନସିକ ଉଦବେଗ, ଅସ୍ଥିରତା ବୃଦ୍ଧି, ଦେବା ଦେବୀ ନିଷ୍ଠା ଅତୁଟ ରହିବ ।

 

ନିତୀବାଣୀ-ନୀତିବାଣୀ, ବିଚାର, ସୁବିଚାର, ଚିନ୍ତାଧାରା ଆଦି ପଢ଼ିବା ଦ୍ଵାରା କୈାଣସି ପରିବର୍ତ୍ତନ ଆସେ ନାହିଁ ତେଣୁକରି ଚିନ୍ତାଧାରା ଗୁଡିକକୁ ଅନୁସରଣ କରି ଦୈନନ୍ଦିନ ଜୀବନରେକାର୍ଯ୍ୟରେ ପରିଣତ କଲେ ପରିବର୍ତ୍ତନ ଆସିଥାଏ ।
ବାସ୍ତୁ ଟିପ୍ପଣୀ;-ତୁଳସୀବୃକ୍ଷର ନିୟମ;-ତୁଳସୀର ଗଛ ମଧ୍ୟରେ ଗୋଟିଏ ନୁହେଁ ବରଂ ବହୁତ ଫାଇଦା ରହିଛି, ଏହି ଗଛରେ ବହୁତ ସାରା ସକରାତ୍ମକ ଉର୍ଜା ଅଛି, ତୁଳସୀ ଗଛର ଫାଇଦା ଜାଣିକରି ଅଧିକାଂଶ ଘରେ ଏହି ଗଛ ଦେଖାଯାଇପାରେ, ତୁଳସୀ ଗଛର ପତ୍ରକୁ ଛିଡାଇ ଏହାକୁ ଔଷଧୀ ରୁପରେ ବ୍ୟବହାର୍ କରିପାରିବେ, ଯଦି ଆପଣଙ୍କ ଘରେ ତୁଳସୀର ଗଛ ଲଗାଇଛନ୍ତି ତେବେ କିଛି ଜରୁରୀ କଥାକୁ ଧ୍ୟାନ ରଖିବା ଜରୁରୀ ଅଟେ, ଯଦି ଆପଣ ତୁଳସୀର ଗଛକୁ ଅନାଦର କରିବେ ତେବେ ଏହାର କାରଣରୁ ଜୀବନରେ ବହୁତ ଅସୁବିଧା ଦେଖାଦେଇପାରେ ।
୧-ଯଦି ଆପଣଙ୍କ ଘରେ ତୁଳସୀର ଗଛ ଲାଗିଛି ତେବେ ଆପଣ ସବୁଦିନ ସକାଳ ସମୟରେ ଜଳ ଅର୍ପଣ୍ କରନ୍ତୁ, ଓ ସଂନ୍ଧ୍ୟା ସମୟରେ ଘିଅର ଦିପ ଲଗାନ୍ତୁ ।
୨-ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ରବିବାର, ଅମାବାସ୍ୟା, ଏକାଦଶୀ ଦିନ ଭୁଲରେ ବି ତୁଳସୀର୍ ପତ୍ରକୁ ଛିଡାଇବେ ନାହିଁ, ଓ ନା ହିଁ ଜଳ ଅର୍ପଣ କରିବେ, ଏହି ଦିନରେ ଭଗବାନ ବିଷ୍ଣୁଙ୍କ ପାଇଁ ତୁଳସୀ ମା ବ୍ରତ ରଖନ୍ତି, ଓ ଜଳ ଚଢାଇବାରୁ ବ୍ରତ ଭାଙ୍ଗିଯାଏ, ଆପଣ ସଂନ୍ଧ୍ୟା ସମୟରେ ତୁଳସୀ ପତ୍ରକୁ ଛିଡାନ୍ତୁ ନାହିଁ, ଏମିତି କରିଲେ ଅଶୁଭ ହୋଇଥାଏ ।
୩-ଆପଣଙ୍କୁ କହିଦେବୁ କି ତୁଳସୀର ଗଛ ସାଧାରଣତଃ ୨ ରୁ ୪ ବର୍ଷର ହୋଇଥାଏ, ଯେବେ ତୁଳସୀର ଗଛ ସୁଖିଯାଏ ତେବେ ଆପଣ ତାକୁ ଅନ୍ୟ କେଉଁଆଡେ ନପକାଇ ବରଂ କେଉଁ ନଦୀରେ ପ୍ରବାହିତକରିଦିଅନ୍ତୁ, ଯଦି ତୁଳସୀର ସୁଖିଲା ଗଛ ଘରେ ରଖନ୍ତି ତେବେ ଏଥିରେ ଘରେ ନକରାତ୍ମକତା ବୃଦ୍ଧି ପାଏ,
୪-ଯଦି ଆପଣ ଭଗବାନ ବିଷ୍ଣୁ, କୃଷ୍ଣଜୀ, ଓ ମହାବଳୀ ହନୁମାନଜୀ ଙ୍କ ପୁଜା କରନ୍ତି ତେବେ ସେହି ସମୟରେ ତୁଳସୀର୍ ପତ୍ର ଅର୍ପଣ କରିପାରିବେ, ଯଦି ଆପଣ ଏମିତି କରିବେ ତେବେ ଭଗବାନ ପ୍ରସନ୍ନ ହୋଇକରି ବହୁତ ଜଲଦି ଶୁଭ ଫଳ ଦେବେ ।
୫-ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ତୁଳସୀର ପତ୍ରକୁ କେବେ ନଖରେ ଛିଡାନ୍ତୁ ନାହିଁ, ବରଂ ଆଙ୍ଗୁଠି ଦ୍ୱାରା ହାଲକା ହାତରେ ଛିଡାନ୍ତୁ, ଯାହାଦ୍ୱାରା ତୁଳସୀ ଗଛରେ ଆଘାତ୍ ନ ଲାଗୁ,
୬-ଆପଣ ଏହି କଥାକୁ ଧ୍ୟାନ ରଖିବାକୁହେବ କି ଗ୍ରହଣ ସମୟରେ ତୁଳସୀର ପତ୍ରକୁ ଭୁଲରେ ଛିଡାନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ, ଗ୍ରହଣ ସମୟରେ ଭୋଜନ ଓ ପାଣି ତୁଳସୀର ପତ୍ର ପକାଇବାର ଥାଏ ତେବେ ଏହାପାଇଁ ପୁର୍ବରୁ ପତ୍ର ଛିଡାଇରଖିଦିଅନ୍ତୁ, କିନ୍ତୁ ଆପଣ ଭୁଲରେ ବି ଗ୍ରହଣ ସମୟରେ ତୁଳସୀ ପତ୍ରକୁ ଛିଡାନ୍ତୁ ନାହିଁ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.