ଜାଣନ୍ତୁ ଘରେ କଣକଲେ ଚମକିବ ତ୍ୱଚା

0 311

ପୂଜାପର୍ବ ସମୟରେ ସଭିଏଁ ବିଶେଷ କରି ଯୁବତୀମାନେ ନିଜ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହି ସମୟରେ କର୍ମବ୍ୟସ୍ତତା ମଧ୍ୟରେ ପାର୍ଲର ଯିବାକୁ ଅଧିକାଂଶ ସମୟ ମିଳିପାରି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଘରେ ସହଜ ଉପାୟରେ ଏଭଳି କିଛି ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତ କରନ୍ତୁ। ଯାହା ତ୍ୱଚାର ଚମକ ବୃଦ୍ଧି କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ। ଏଭଳି ଘରୋଇ ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତି କରିବା ପାଇଁ ପ୍ରାକୃତିକ ଜିନିଷର ଅଧିକ ବ୍ୟବହାର ହେଉଥିବାରୁ ତ୍ୱଚା ପାଇଁ ଉପକାରୀ ହୋଇଥାଏ। ଏହା ତ୍ୱଚାର ଦାଗ ମଧ୍ୟ ଦୂର କରିଥାଏ। ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ। ଜାଣନ୍ତୁ..
ଗୋଲାପଫେସ୍‌‌ ପ୍ୟାକ୍‌‌-ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି ଗୋଲାପ ଫୁଲର ପାଖୁଡାକୁ ପେଶି ଦିଅନ୍ତୁ। ଏଥିରେ ମହୁ ମିଶାଇ ଉଭୟକୁ ଭଲ ଭାବେ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ଏହା ଭଲରେ ଶୁଖିବା ପରେ ମୁହଁ ଧୋଇ ଦିଅନ୍ତୁ।
ଦହିଫେସ୍‌‌ ପ୍ୟାକ୍‌‌ –ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୨ ରୁ ୩ ଚାମଚ ଦହି ନିଅନ୍ତୁ। ଏଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଭଲ ଭାବେ ମିଶାଇବା ପରେ ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ।
ମୁଲତାନୀମାଟି ଫେସ୍‌‌ ପ୍ୟାକ୍‌‌ –ଏକ ପାତ୍ରରେ ମୁଲତାନୀ ମାଟି,ଏଲୋବେରା ଜେଲ୍‌‌ ଓ ଦହି ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ଶୁଖିବା ଯାଏଁ ରଖନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ।
ବେସନଫେସ୍‌‌ ପ୍ୟାକ୍‌‌ –ଏକ ପାତ୍ରରେ ବେସନ,ସାମାନ୍ୟ ହଳଦୀ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ଶୁଖିବା ପରେ ଧୋଇ ଦିଅନ୍ତୁ।
ଚନ୍ଦନ ଫେସ୍‌‌ ପ୍ୟାକ୍‌‌ –ଏକ ପାତ୍ରରେ ଚନ୍ଦନ ଗୁଣ୍ଡ,ଗୋଲାପ ଜଳ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହି ଫେସ୍‌‌ ପ୍ୟାକ୍‌‌ର ବ୍ୟବହାର କରିପାରିବେ।

Leave A Reply

Your email address will not be published.