ଆଜିର ରାଶିଫଳ

0 229

ନାଗଚର୍ତୁଥୀ ,୨୦୨୨ ମସିହା ଅକ୍ଟୋବରମାସ ୨୮ତାରିଖ (ଶୁକ୍ରବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା,ସୁର୍ୟୋଦୟ ପ୍ରାତଃ ଘ୦୫/୫୦/୧୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୧/୫୯ ,ବିଛା, ଧନୁ ଓ ମୀନରାଶିର ଘାତବାର ,ତୃତୀୟାର ଏକୋଦିଷ୍ଟ ଓ ଚତୁର୍ଥର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଟଳ ଦିବା ଘ୧୦/୩୮ ଗତେ ମୂଳା ଭକ୍ଷଣ ନିଷେଧ ।
ମେଷ-ଆଜି ବୋଧହୁଏ ଆପଣଙ୍କୁ କୌଣସିମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେରଖନ୍ତୁ ଆପଣଙ୍କର ସବୁକଥାରେ ଏକ ସୀମାମଧ୍ୟ ରହିଛି ।
ବୃଷ-ଆଜିରଦିନଟି ଆପଣଙ୍କର ଜୋସରେ ଭରାରହିବ । ଆଜି ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକଦିନର ଦିନଚ଼ର୍ଯ୍ୟାରୁ ମୁକ୍ତିମିଳିବ । ଏବଂ ଆପଣ ନିଜକୁ ସତେଜ ଅନୁଭବକରିବେ ।
ମିଥୁନ-ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନକାମ କରୁଛନ୍ତି ।ଭଲଭାବରେ ବୁଝିବିଚ଼ାରି କାମକରନ୍ତୁ ଏବଂ ନିଜର ବିଚ଼ାରକୁ ସ୍ପଷ୍ଟଭାବରେ ଉପସ୍ଥାପନକରନ୍ତୁ । ବ୍ୟସ୍ତହୋଇ କୌଣସି ଭୂଲ୍କରନ୍ତୁନାହିଁ ।
କର୍କଟ-ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କପାଖରେ ଥିବା ଲୋକଉପରେ ସକାରାତ୍ମକ ପ୍ରଭାବପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେଆପେ ହୋଇଯିବ ।
ସିଂହ-ଆଜି ଆପଣଙ୍କରଦିନ ଶାନ୍ତିରେକଟିବ । ଦୁନିଆର ଅଶାନ୍ତି ବାତାବରଣ ଆପଣଙ୍କୁ ବ୍ୟସ୍ତ କରିପାରିବନାହିଁ । ଆଜି ଆପଣ ନିଜ ମସ୍ତିଷ୍କକୁ କିଛିସମୟ ବିଶ୍ରାମଦେଲେ ଭଲହେବ ।
କନ୍ୟା-ଆଜି ଦିନଟି ଆପଣଙ୍କପାଇଁ ଶୁଭଅଟେ ।ବହୁତମଜା କରନ୍ତୁ ଆଜି ଆପଣଙ୍କର ଭାବନା ସ୍ଥିରରହିବ ଏବଂ ଆପଣ ବହୁତ ଆନନ୍ଦ ଅନୁଭବକରିବେ । ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ଅଛି ,ତେଣୁ ଏହି ସମୟର ସଦୁପଯୋଗ କରନ୍ତୁ ।
ତୁଳା-ଖରାପସମୟରେ ଆଜି ଆପଣ ଗତିକରିବେ କିନ୍ତୁ ବ୍ୟସ୍ତ ହୁଅନ୍ତୁନାହିଁ । ଆପଣଙ୍କର ବିଜୟସୁନିଶ୍ଚିତ । ଆଜି ଯେତେ ସମସ୍ୟା ଆସିଲେ ସୁଧା ଆପଣ ସବୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି ।
ବିଛା-ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।
ଧନୁ-ଆଜି ଆପଣଙ୍କୁ ବୋଧହୁଏ ନିଜପରିବାର କିମ୍ବା ବ୍ୟବସାୟୀକକ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲହେବ ।
ମକର-ଆଜି ଆପଣ ବହୁତ ବଡ଼ସ୍ୱପ୍ନ ଦେଖିବେ ,ଆପଣଙ୍କଜୀବନରେ କଣ କରିବାକୁ ହେବ । ଆଜି ଆପଣ ସବୁକାର‌୍ୟ୍ୟର ତାଲିକା ପ୍ରସ୍ତୁତ କରନ୍ତୁ । ଏହି ଦିଗରେ କରାଯାଇଥିବା ପ୍ରୟାସ ବହୁତ ଲାଭ ଦାୟକ ହେବ ।
କୁମ୍ଭ-ଆଜି ଆପଣ କିଛି ନୂଆଲୋକଙ୍କୁ ଭେଟିବେ ଏବଂ ନିଜକାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼କରିପାରିବେ ଏହାଦ୍ୱାରା ଆପଣଙ୍କର ନୂଆବନ୍ଧୁ ସୃଷ୍ଟିହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆଦିଗ ଦେଖାଦେବ ।
ମୀନ-ଆଜି ଆପଣ ନିଜଜୀବନ ବିଷୟରେ ଗମ୍ଭୀରହୋଇଯିବେ । ଆପଣ ସବୁବେଳେ ନିଜକୁ ଅଡ଼ୁଆ ପରିସ୍ଥିତିରେ ଦେଖୁଛନ୍ତି, କିନ୍ତୁ ଆପଣ ଜାଣିପାରୁନାହାନ୍ତି ଆପଣ ଜୀବନରେ କଣ କରିବାକୁ ଚ଼ାହାନ୍ତି ।

ନୀତିବାଣୀକିଏ ତୁମର ପ୍ରଶଂସା କରୁ ବା ନିନ୍ଦା। ସେ ସବୁ ପ୍ରତି ଧ୍ୟାନ ନ ଦେଇ ନିଜ କର୍ମ ପ୍ରତି ଅଗ୍ରସର ହେବା ଶ୍ରେୟସ୍କର ଅଟେ
ବାସ୍ତୁଟିପ୍ପଣୀ-ଏହି ଦିଗକୁ ଭୁଲରେ ମଧ୍ୟ ପାଦ କରନ୍ତୁନାହିଁ , ନଚେତ ଖରାପସମୟ ଆରମ୍ଭ ହେବାକୁ ସମୟ ଲାଗିବନାହିଁ…
ଯଦି ଆପଣ କେବେ ଧ୍ୟାନଦେଇଛନ୍ତି , ତେବେ ଆପଣ ନିଶ୍ଚୟ ଦେଖିଥିବେଯେ କୌଣସିପରିବାରରେ ପିଲାମାନଙ୍କୁ ଶିଷ୍ଟାଚାର ସହିତ ଜଡିତ ଅନେକ ଜିନିଷ କୁହାଯାଏ। ପିଲାଦିନରୁ ହିଁ ଶିକ୍ଷା ଦିଆଯାଏ ଯେ ଗୁରୁଜନମାନଙ୍କର ସର୍ବଦା ସମ୍ମାନ କରିବା ଉଚିତ , କାହାଆଗରେ କିପରିଉଠିବା ଏବଂ ବସିବା ଇତ୍ୟାଦି ସବୁଜିନିଷ ସର୍ବଦା ସେମାନଙ୍କ ମୁଣ୍ଡ ଭିତରେ ଭର୍ତ୍ତି କରାଯାଏ ଏବଂ ସେମାନଙ୍କୁ ଭଲ ଶିକ୍ଷାଦିଆଯାଏ।
ହିନ୍ଦୁଧର୍ମରେ ପିଲାମାନଙ୍କୁ ଶିଷ୍ଟାଚାର ସହ ଜଡିତ ଅନେକକଥା କୁହାଯାଏ। ଅନେକଜିନିଷ ସହିତ ଏହାମଧ୍ୟ କୁହାଯାଏ ଯେ ଭଗବାନ , ଗୁରୁ , ଅଗ୍ନି ଇତ୍ୟାଦିଙ୍କୁ ସର୍ବଦା ସମ୍ମାନକରିବା ଉଚିତ ଏବଂ ଭୁଲରେମଧ୍ୟ ସେମାନଙ୍କଆଡକୁ ପାଦ ରଖିବା ଉଚିତନୁହେଁ। ଆଜିଆମେ ଆପଣଙ୍କୁ ଏହିପରି ସମାନଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହାଆଡକୁ ଆମକୁ ଭୁଲରେ ମଧ୍ୟ ପାଦ ନକରିବାକୁ ପରାମର୍ଶ ଦିଆଯାଏ।
କର୍ମପୁରାଣ ଅନୁଯାୟୀ ଏହା କୁହାଯାଏଯେ ଯଦି ଆମେ ଏପରିଭୁଲ କରିଥାଉ ତେବେ ଆମର ଖରାପସମୟ ଆରମ୍ଭ ହୋଇଯାଏ। ଶାସ୍ତ୍ରଅନୁଯାୟୀ କୁହାଯାଏଯେ ଶୋଇବାସମୟରେ କିମ୍ବା କୌଣସିପ୍ରକାରେ ଭଗବାନଙ୍କଆଡକୁ ପାଦ କରିବା ଉଚିତନୁହେଁ , କହିରଖୁଛୁଯେ ଏଭଳିକରିବାର ଅର୍ଥ ଭଗବାନଙ୍କର ଅପମାନକରିବା ବୋଲି ବିବେଚନା କରାଯାଏ।
ଶାସ୍ତ୍ରରେ କୁହାଯାଇଛିଯେ କୌଣସିବ୍ରାହ୍ମଣଙ୍କୁ କେବେ ମଧ୍ୟ ଅପମାନିତ କରାଯିବା ଉଚିତନୁହେଁ କିମ୍ବା ତାଙ୍କଆଡକୁ ପାଦ କରିବସିବା ଉଚିତନୁହେଁ। ଏହିପରି ଗାଈସମ୍ବନ୍ଧରେ ମଧ୍ୟ ବିଶ୍ୱାସ କରାଯାଇଛି। ଗାଈକୁ ହିନ୍ଦୁଧର୍ମରେ ଈଶ୍ୱରଙ୍କ ମାନ୍ୟତା ଦିଆଯାଏ ଏବଂ ଗାଈକୁ ପୂଜା ମଧ୍ୟ କରାଯାଏ। ତେଣୁ ଗାଈଆଡକୁ ପାଦ କରିବା ଭଗବାନଙ୍କ ପ୍ରତି ଅପମାନ ବୋଲି ବିବେଚନା କରାଯାଏ।
ଜୀବନ୍ତ ଭଗବାନଭାବରେ ସୂର୍ଯ୍ୟଙ୍କୁପୂଜା କରାଯାଏ ଏବଂ କୌଣସି ପୂଜାପାଠ ପୂର୍ବରୁ ସୂର୍ଯ୍ୟଭଗବାନଙ୍କୁ ମଧ୍ୟ ପୂଜା କରାଯାଏ। ତେଣୁ ସୂର୍ଯ୍ୟଙ୍କ ଆଡ଼କୁ କେବେ ମଧ୍ୟ ପାଦକରିବା ଉଚିତନୁହେଁ। ଆହୁରିମଧ୍ୟ କହିରଖୁଛୁ ଯେ ଚନ୍ଦ୍ରଙ୍କୁ ମଧ୍ୟ ଭଗବାନଙ୍କ ମାନ୍ୟତା ଦିଆଯାଇଛି। ଚନ୍ଦ୍ରଙ୍କୁ ବନସ୍ପତିଙ୍କର ସ୍ୱାମୀଭାବରେ ବିବେଚନା କରାଯାଏ। ତେଣୁ ଚନ୍ଦ୍ର ଆଡକୁ କେବେ ମଧ୍ୟ ପାଦକରିବା ଉଚିତନୁହେଁ।
ଗୁରୁଯାହାଙ୍କୁ ଶାସ୍ତ୍ରଅନୁଯାୟୀ ଭଗବାନଙ୍କଠାରୁ ମଧ୍ୟ ଉଚ୍ଚତମ ମାନ୍ୟତା ଦିଆଯାଇଛି। ଗୁରୁ ହିଁ ଆମକୁ ଜୀବନର ସମସ୍ତ ଶିକ୍ଷା ଏବଂ ରୀତିନୀତି ବୁଝାଇବା ସହିତ ମାର୍ଗଦର୍ଶନ କରିଥାନ୍ତି , ସେଥିପାଇଁ ଭୁଲରେ ମଧ୍ୟ ତାଙ୍କୁ ପାଦ ଦେଖାଇବା ଉଚିତ ନୁହେଁ। ଏହାକୁ ସବୁଠାରୁ ବଡ ପାପ ଭାବରେ ବିବେଚନା କରାଯାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.