ଆଜିର ରାଶିଫଳ

0 281

ଶ୍ରୀକୃଷ୍ଣଙ୍କର ସରଦ୍ରାସାଧିବାସ, ଭାଗବତସପ୍ତାହ ପାଠଆରମ୍ଭ ଓ ସୁଦଶାବ୍ରତ ଆରମ୍ଭ ୨୦୨୨ ମସିହା ନଭେମ୍ବର ମାସ ୦୩ ତାରିଖ (ଗୁରୁବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ଦଶମୀ ରାତ୍ରି ଘ୭/୪୭ ପର୍ଯ୍ୟନ୍ତତଦନ୍ତେ ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୨/୩୨ ,ସୂର୍ଯ୍ୟାସ୍ତ  ସନ୍ଧ୍ୟା ଘ୦୫/୦୮/୩୨ ,ତୁଳା ଓ କୁମ୍ଭରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,କଳମ ଶାଗ ରାତ୍ରି ଘ୭/୪୭ ଗତେ ଶିମ୍ବ ଭକ୍ଷଣ ନିଷେଧ ।
ମେଷ-ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବାଲାଗି ଦିନଟିଭଲ। ଆପଣଙ୍କ ଉପରେ ଲୋକଙ୍କ ଭରସା ବଢ଼ିବ। ଆପଣଙ୍କ ବ୍ୟବସାୟ କାୟା ବିସ୍ତାର କରିବ।
ବୃଷ-ଅଫିସ କାମରେ ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁନାହିଁ। ଜରୁରୀକାମରେ ଅନ୍ୟ ସହରକୁ ଯାଇପାରନ୍ତି। ପାରିବାରିକଜୀବନ ସୁଖକର ହେବ।
ମିଥୁନ-ଗୃହିଣୀମାନେ ରୋଷେଇଘରେ କାମ କରିବାବେଳେ ସାବଧାନରୁହନ୍ତୁ। ଉଚ୍ଚପଦବି ପାଇବାର ଇଚ୍ଛା ବଢ଼ିବ। ଅଭିନୟକ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।
କର୍କଟ-ଭବିଷ୍ୟତର ଯୋଜନା ତିଆରିଲାଗି ଭଲଦିନଟିଏ। ଜୀବନରେ ଲାଗିରହିଥିବା ସବୁକଷ୍ଟର ନିବାରଣ ହେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ।
ସିଂହ-କୌଣସିକାମରେ ପଡ଼ୋଶୀଙ୍କର ସହଯୋଗ ପାଇବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ସଫଳତା ମାର୍ଗରେ ଲାଗିରହିଥିବା ସବୁ ବାଧା ଦୂରହେବ।
କନ୍ୟା-ବିଚାରାଧୀନମକଦ୍ଦମାର ସମାଧାନ ବାହାରିବ। ବ୍ୟବସାୟରେ ଆପଣଙ୍କର ଖୁବ୍ ଉନ୍ନତିହେବ। ଆପଣଙ୍କର ସ୍ୱଭାବ ଅନ୍ୟମାନଙ୍କୁ ଆକୃଷ୍ଟକରିବ।
ତୁଳା-ଆପଣଙ୍କୁ ନୂଆସୁଯୋଗ ମିଳିବ, ଯାହା ଆର୍ଥିକଲାଭ ଦେବ। ଜୀବନସାଥୀଙ୍କ ସହ ଲାଗିରହିଥିବା ମନୋମାଳିନ୍ୟ ଦୂରହେବ। ଶିକ୍ଷାର୍ଥୀଙ୍କର ପାଠରେ ମନଲାଗିବ।
ବିଛା-ଆପଣଙ୍କରମନ ଆଧ୍ୟାତ୍ମିକଦିଗରେ ଲାଗିରହିବ। ଚାରିପାଖରେ ହେଉଥିବା ଗତିବିଧିଉପରେ ଦୃଷ୍ଟି ରଖନ୍ତୁ। କୌଣସି ବନ୍ଧୁ ସହ ଅଚାନକ ସାକ୍ଷାତହେବ।
ଧନୁ-କାମରେ ସାବଧାନତା ଅବଲମ୍ବନକରନ୍ତୁ। ବିରୋଧୀ କ୍ଷତିକରିବାକୁ ଚେଷ୍ଟାକରିବେ। ପରିବାର ଲୋକଙ୍କର ପରାମର୍ଶ ନେବେ। ସ୍ୱାସ୍ଥ୍ୟପ୍ରତି ସଚେତ ରୁହନ୍ତୁ।
ମକର-ସାମାଜିକପ୍ରତିଷ୍ଠା ବୃଦ୍ଧିପାଇବ। ମାନସିକପ୍ରସନ୍ନତା ବଜାୟରହିବ। ଟଙ୍କା ନେବାଦେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଶତ୍ରୁଙ୍କୁ ପରାସ୍ତ କରିବେ।
କୁମ୍ଭ-ଡାକ୍ତର ନୂଆଚିକିତ୍ସାଳୟ ଆରମ୍ଭକରିପାରନ୍ତି। ବ୍ୟବସାୟରେ ସକାରାତ୍ମକଫଳ ପାଇବେ। ଶିକ୍ଷାର୍ଥୀ ଏକାନ୍ତ ସ୍ଥାନରେ ଅଧ୍ୟୟନକରନ୍ତୁ।
ମୀନ-ସରକାରୀଅଧିକାରୀଙ୍କ ସହଯୋଗପାଇବେ। ଆପଣଙ୍କରଚନାକୁ ଲୋକେ ପ୍ରଶଂସାକରିବେ। ସ୍ୱାଦିଷ୍ଠଖାଦ୍ୟ ଭୋଜନ କରିବେ।

ନିତୀବାଣୀ-କଷ୍ଟ ମଣିଷକୁ ପରିବର୍ତ୍ତନକରେ,କଷ୍ଟ ମଣିଷକୁ ଶକ୍ତିଶାଳୀକରେ। ପ୍ରତେକକଷ୍ଟର ଅଭିଜ୍ଞାତା ଆମପାଇଁ ଏକ ନୂତନଶିକ୍ଷା ଅଟେ।
ବାସ୍ତୁଟିପ୍ପଣୀ-ଘରେ ସବୁବେଳେ ଅଶାନ୍ତି ଲାଗିରହୁଛି କି ? ଏଭଳିକିଛି ବାସ୍ତୁଦୋଷ ପାଇଁ ହୋଇଥାଏ ଏହି ଅସୁବିଧା, ସମୟପୂର୍ବରୁ ଏଭଳି କରନ୍ତୁ ସମାଧାନ-
ଅନେକସମୟରେ ଦେଖାଯାଏ, କିଛି ବାସ୍ତୁଦୋଷ ଥିଲେ ଘରେ ସର୍ବଦା କଳହଲାଗିବା ସହ ଅଭାବ ଦେଖାଦେଇଥାଏ। ଏପରିସ୍ଥଳେ କାଚଗିନାରେ କିଛିଲୁଣ ନେଇ ଗାଧୁଆଘରେ ରଖିଦେଲେ କ୍ରମେ ବାସ୍ତୁଦୋଷ ଆପେଆପେ ସମାଧାନ ହୋଇଯାଏବୋଲି ବିଶ୍ୱାସ ରହିଛି।
ଘରେ ରାହୁଦୋଷ ଥିଲେ ମୟୂରପୁଚ୍ଛକୁ ଘରରପୂର୍ବ ତଥା ଉତ୍ତରଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
ଘରରମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରରକବାଟ ଉପରେ ଘଣ୍ଟା ଲଗାନ୍ତୁନାହିଁ। ଏମିତି କରିବାଦ୍ୱାରା ଘରେ ସର୍ବଦା ଝଗଡ଼ା ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
କାଉଟିଏପାଣି ପାତ୍ରରୁ ପାଣିପିଉଥିବାର ଅବା ଖାଦ୍ୟଧରି ଉଡ଼ିଯାଉଥିବାରଦୃଶ୍ୟ ଶୁଭ ସୂଚନା ଦେଇଥାଏ। ତେଣୁ ପ୍ରତ୍ୟେକେ ନିଜନିଜ ଘରସମ୍ମୁଖରେ ପକ୍ଷୀଙ୍କ ପିଇବାପାଇଁ ପାଣିପାତ୍ର ରଖିବା ଦରକାର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।
ପ୍ରଭୁହନୁମାନଙ୍କର ପ୍ରତିମାକୁ ଘରରମୁଖ୍ୟଦ୍ୱାର ନିକଟରେ ସ୍ଥାପନାକଲେ, ଘରମଧ୍ୟକୁ କୌଣସି ନକରାତ୍ମକ ଉର୍ଜ୍ଜା ପ୍ରବେଶ କରିନଥାଏ। ପ୍ରଭୁସଙ୍କଟମୋଚନ ଘରପ୍ରତି ଆସୁଥିବା ବିପଦକୁ ଖଣ୍ଡନକରି ଦିଅନ୍ତି ବୋଲି ବିଶ୍ୱାସରହିଛି।ଆଜିର ଦିନଟି ମଙ୍ଗଳମୟ ହେଉା
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.