ଆଜିର ରାଶିଫଳ

0 207

ସର୍ବସମ୍ମତ ଦେବୋତଥାପନ (ବଡ଼) ଏକାଦଶୀ, ଭୀଷ୍ମପଞ୍ଚକ ବ୍ରତ ଆରମ୍ଭ ଓ ଶ୍ରୀ ମନ୍ଦିରରେ ଲଷ୍ମୀ ନାରାୟଣ ବେଶ,୨୦୨୨ ମସିହା ନଭେମ୍ବର ମାସ ୦୪ ତାରିଖ (ଶୁକ୍ରବାର)କାର୍ତିକ ମାସ-ଶୁକ୍ଳପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୩/୦୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୮/୦୩ ,ବିଛା, ଧନୁ ଓ ମୀନରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଶିମ୍ବ ସନ୍ଧ୍ୟା ଘ୬/୨୯ ଗତେ ପୋଇ ଭକ୍ଷଣ ନିଷେଧ ।
ମେଷ-କାମ ହାସଲ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ । ପରିବାର ସହ ଦର୍ଶନୀୟସ୍ଥାନ ଭ୍ରମଣ ହେତୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ପରିବାରପାଇଁ ପରିସ୍ଥିତି ବଶତଃ ଧାରକରଜ କରି କାମ ଚଳାଇନେବେ ।
ବୃଷ-କର୍ମକ୍ଷେତ୍ରରେ ଟେନସନ୍ କିଛିମାତ୍ରାରେ କମିଯିବ । ସାମାଜିକସ୍ତରରେ ଦୁଃସାହସିକ ପଦକ୍ଷେପନେଇ ସମସ୍ୟାକୁ ସୁଧାରି ନେବେ । ଦୂରସ୍ଥାନରେ ବନ୍ଧୁଙ୍କପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ରହେବ ।
ମିଥୁନ-ଆକସ୍ମିକଭାବରେ ଅଭାବ ପୂରଣଦିଗରେ ବନ୍ଧୁଙ୍କସାହାର୍ଯ୍ୟକାମକୁଆସିବ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସମ୍ମୁଖରେ ନିଜରମନକଥା ପ୍ରକାଶ କରିପାରିବେନାହିଁ । ପାରିବାରିକଦିଗରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ ।
କର୍କଟ-ଅବସ୍ଥାରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତରହିବ । ରାସ୍ତାରେ ଅପରିଚିତବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧିପାଇବ । ଆବଶ୍ୟକତା ଅନୁଯାୟୀ ଆଜି ପରିବାରପାଇଁ ମନଲାଖି ଜିନିଷଗୁଡାଏ କିଣିବେ ।
ସିଂହ-ଅଧିକାଂଶସମୟ ଗୁରୁଜନଙ୍କସ୍ୱାସ୍ଥ୍ୟ ସକାଶେ ଚିନ୍ତିତରହିବେ । ବନ୍ଧୁଙ୍କୁ ବହୁତକଥା କହିବାକୁ ଇଚ୍ଛାଥିଲେ ମଧ୍ୟ କିଛି କହିପାରିବେନାହିଁ । କୌଣସି ନୂତନକାର୍ଯ୍ୟରେ ହାତଦେବାକୁ ସ୍ଥିରକରିବେ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ ।
କନ୍ୟା-ଆକସ୍ମିକଭାବରେ ମିଥ୍ୟାଗୁଜବ ମାନସିକସ୍ଥିତିକୁ ଦୋହଲାଇ ଦେବ । ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିବେ ।ନିର୍ମାଣାଧୀନକାର୍ଯ୍ୟ ଶେଷପର୍ଯ୍ୟାୟରେ ପହଂଚିବାର ସମ୍ଭାବନାରହିଛି । ବହୁତଦିନର ବକେୟାଅର୍ଥ ଆଦାୟ କରିବାରେ ସକ୍ଷମହେବେ
ତୁଳା-ଯେଉଁ କାମପାଇଁ ଚେଷ୍ଟାକରୁଛନ୍ତି ସେଥିରେ ବିଳମ୍ବରେ ସଫଳତାପାଇବେ । ଆକସ୍ମିକ ଆଗନ୍ତୁକବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡା ଲାଗିପାରେ । ଚାକିରିରେ ସମ୍ମାନଲାଭ ଓ ପଦମର୍ଯ୍ୟଦାବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣହେବ ।
ବିଛା-ଯାତ୍ରାରେ ଯାନ୍ତ୍ରିକତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରୁ ଫେରିବାରେ ବିଳମ୍ବଘଟିବ । ଭଡାଟିଆମାନଙ୍କ ସହ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ପାରସ୍ପରିକ ବୁଝାମଣାହେତୁ ପରିବାରରେ ସୁଖଶାନ୍ତି ବୃଦ୍ଧିପାଇବ ।
ଧନୁ-ଆପଣଙ୍କ ପ୍ରତ୍ୟେକକାର୍ଯ୍ୟସକାଶେ ପାରିବାରିକସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତକରିବ । ବନ୍ଧୁଗହଣରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷାପାଇବେ । ଯେକୌଣସି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ
ମକର-ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇରହିବା ଭଲ । କଥାକହିବା ସମୟରେ ସଂଯମତା ରକ୍ଷାନକଲେ ବିବାଦଗ୍ରସ୍ଥ ହୋଇପଡିବେ । ପରିବାର ସହ ଆକସ୍ମିକଭାବରେ ସୁଖଭ୍ରମଣ ଯୋଗରହିଛି । ଠିକଣାଜାଗାରେ ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇପଡିବେ ।
କୁମ୍ଭ-ସହମତି ଭିତ୍ତିରେ କାମକଲେ ସମସ୍ୟାର ସରଳସମାଧାନ ହେବ । ବନ୍ଧୁମାନଙ୍କ ସହାୟତାରେ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡିହୋଇଯିବ । ପରିବାରରେ ପିଲାମାନଙ୍କ ପଢାସମସ୍ୟାନେଇ ମନ ଭାରାକ୍ରାନ୍ତ ରହିପାରେ । ପାଖରେ ଥିବା ଲିକଟିର କାର୍ଯ୍ୟ କଳାପ ସନ୍ଦେହଜନକ ହୋଇପାରେ ।
ମୀନ-କର୍ମକ୍ଷେତ୍ରରେ ନକାରତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରିବନାହିଁ । ବିଶେଷଭାବରେ ଆଜି ରାଜନୀତିରେ, ସଂଗଠନରେ, ସଭାସମିତିରେ ଆଶା ଜନକ ଫଳ ପାଇବେ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ ।

ନିତୀବାଣୀ-ବେଇମାନ କେବେବି ଅନୁତାପ କରେନାହିଁ, ସ୍ଵାର୍ଥପର କେବେବି କୃତଜ୍ଞତା ଜଣାଏନାହିଁ, ସୁବିଧାବାଦୀ କେବେ ବି କାହାର ଆପଣାର ହୁଏନାହିଁ।
ବାସ୍ତୁଟିପ୍ପଣୀ-ସୂର୍ଯ୍ୟାସ୍ତପରେ ଏହିସବୁ କାର୍ଯ୍ୟଭୁଲରେ କରନ୍ତୁ ନାହିଁ, ନହେଲେ ଘରକୁ ମାଡିଆସିବ ବିପଦ
ଆମଜୀବନରେ ବୟସ୍କ ଓ ଗୁରୁଜନମାନଙ୍କର ଖୁବ ଗୁରୁତ୍ଵରହିଥାଏ । ଗୁରୁଜନମାନଙ୍କବାଣୀ ଜୀବନକୁ ସଠିକ ଦିଗ୍ ଦର୍ଶନ କରାଇଥାଏ । ହିନ୍ଦୁଧର୍ମରେ ଆମେ ଜାଣିଛୁଯେ କିଛିଟା କାର୍ଯ୍ୟକୁ ସନ୍ଧ୍ୟାସମୟରେ ବା ସୂର୍ଯ୍ୟାସ୍ତପରେ କରିବା ଠିକ୍ ନୁହେଁ । ଯାହାଦ୍ଵାରା ଜୀବନରେ ବିଭିନ୍ନସମସ୍ୟା ଦେଖାଦେଇଥାଏ ।
ନଖକାଟିବା:-ସୂର୍ଯ୍ୟାସ୍ତପରେ କଦାପି ନଖକାଟିବା ଠିକନୁହେଁ।ଏହାଦ୍ୱରା ଆର୍ଥିକଅନାଟନ ଦେଖା ଦେଇଥାଏ । ଏହାଦ୍ୱରା ଘରକୁ ନକାରାତ୍ମକଶକ୍ତିର ଆଗମନ ମଧ୍ୟ ହୋଇଥାଏ ।
ଗଛକୁ ଛୁଇଁବା ଉଚିତନୁହେଁ:- ହିନ୍ଦୁଶାସ୍ତ୍ର ଅନୁସାରେ ସନ୍ଧ୍ୟାସମୟରେ ବା ସୂର୍ଯ୍ୟାସ୍ତପରେ ଗଛଛୁଇଁବା ଉଚିତନୁହେଁ । କୁହାଯାଏଯେ ଏହିସମୟରେ ଗଛ ଶୋଇଥାଆନ୍ତି ଓ ପାଣିଦେବା ଅଶୁଭଅଟେ ।
ଭୋଜନ ଅଘୋଡା ରଖିବା ଉଚିତ୍ ନୁହେଁ :- ଯଦି ଆପଣ ରାତ୍ରିଭୋଜନ ପାଇଁ ଖାଦ୍ୟ ପ୍ରସ୍ତୁତକରିଛନ୍ତି ତେବେ ତାହାକୁ ଅଘୋଡ଼ା ରଖନ୍ତୁ ନାହିଁ । ଏହା ଶାସ୍ତ୍ର ଅନୁସାରେ ଠିକ୍ ନୁହେଁ
ସନ୍ଧ୍ୟା ସମୟରେ ଝାଡୁ କରିବା କିମ୍ବା ଘର ପୋଛିବା ଠିକ୍ ନୁହେଁ:- ବାସ୍ତୁ ଅନୁସାରେ ସନ୍ଧ୍ୟା ପରେ ଝାଡୁ ପୋଛା କରିବା ଦ୍ୱାରା ପିଲାଙ୍କ ସ୍ବାସ୍ଥ୍ୟ ହାନି ହୋଇଥାଏ ଓ ପରିବାର ପ୍ରତି ବିପଦ ଆସିଥାଏ ।
ଲୁଗାଧୋଇବା ଉଚିତ ନୁହେଁ:- ସନ୍ଧ୍ୟାସମୟରେ କିମ୍ବା ସୂର୍ଯ୍ୟାସ୍ତପରେ ଲୁଗାପଟା ଧୋଇବା ଠିକ୍ ନୁହେଁ । ଏହାଦ୍ୱାରା ଘରମୂରବୀ ରୋଗଗ୍ରସ୍ତ ହୋଇଥାଆନ୍ତି ଓ ଧନାହାନି ହୋଇଥାଏ ।
ରାହୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣନଭେମ୍ବର ତା୮ରିଖ କାର୍ତ୍ତିକପୂର୍ଣିମା ମଙ୍ଗଳବାର(୮ ।୧୧।୨୦୨୨)
ଗ୍ରହଣସ୍ପର୍ଶ -ଦିବା ଘ୨।୩୯ ।୧୪ ସେକେଣ୍ଡ ସମୟେ। (ଚନ୍ଦ୍ରୋଦୟ ହୋଇ ନଥିବାରୁ ଅଦୃଶ୍ୟ) ଐଶାନ୍ୟେ ବ୍ୟାପି ପୂର୍ବେ।
ଗ୍ରହଣ ମଧ୍ୟ-ଦିବା ଘ୪।୨୯।୧୨ସେକେଣ୍ଡ ସମୟେ।(ସର୍ବାଧିକ ଗ୍ରାସ- ଚନ୍ଦ୍ରୋଦୟ ହୋଇ ନଥିବାରୁ ଅଦୃଶ୍ୟ)।
ପୁରୀଠାରେ:-ଗ୍ରସ୍ତୋଦୟଗ୍ରହଣ ସଂଧ୍ୟାଘ୫।୬।୨୯ସେକେଣ୍ଡରେ ଦୃଶ୍ୟ।ଗ୍ରହଣସର୍ବମୋକ୍ଷ-ସଂଧ୍ୟାଘ୬।୧୯।୫ସେକେଣ୍ଡ ସମୟେ ବାୟବ୍ୟ ବ୍ୟାପି ପଶ୍ଚିମେ।ଗ୍ରହଣ ଆଦ୍ୟନ୍ତକାଳ-ଘ୩।୩୯।୫୧ ସେକେଣ୍ଡ।
ପୁରୀଠାରେ ଗ୍ରହଣଦୃଶ୍ୟକାଳ-ଘ୧।୧୨। ୩୬ସେକେଣ୍ଡ ସମୟ ଅର୍ଥାତ୍ ଗ୍ରହଣସ୍ପର୍ଶ-ଦିବାଘ୨/୩୯ମିନିଟ୍ ସମୟେ (ଚନ୍ଦ୍ରଉଦୟ ହୋଇନଥିବାରୁ ଅଦୃଶ୍ୟ) ଗ୍ରହଣମଧ୍ୟ-ଦିବା ଘ୪।୨୯ ମିନିଟ୍ ସମୟେ ଗ୍ରହଣଦୃଶ୍ୟ-ସଂଧ୍ୟା ଘ୫।୬।୨୯ ସେକେଣ୍ଡ ସମୟେ ଏବଂ ଗ୍ରହଣମୋକ୍ଷ-ସଂଧ୍ୟା ଘ୬।୧୯ ମିନିଟ୍ ସମୟେ ହେବ ।
ଚନ୍ଦ୍ରଗ୍ରହଣ ଯୋଗୁ ଗ୍ରହଣସ୍ପର୍ଶର ୯ଘଣ୍ଟା ପୂର୍ବରୁ ଅର୍ଥାତ୍ ତା୮।୧୧।୨୦୨୨ମଙ୍ଗଳବାର ପ୍ରାତଃଘ୫।୩୯ଠାରୁ ପାକତ୍ୟାଗ ଅନ୍ନଭୋଜନାଦି ଓ ଦେବନୀତି ନିଷେଧହେବ । ପ୍ରତ୍ୟେକ ଗୃହୀ ଏ ନିୟମମାନି ନଭେମ୍ବର ତା୮ରିଖ ମଙ୍ଗଳବାର ପ୍ରାତଃଘ୫।୩୯ ମଧ୍ୟ ପାକକର୍ମାଦି ଓ ଅନ୍ନଭୋଜନ ଏବଂ ଦେବନୀତି କରିବେ । ତାପରଠାରୁ ଅର୍ଥାତ୍ ପ୍ରାତଃଘ୫।୩୯ଠାରୁ ମଙ୍ଗଳବାରସଂଧ୍ୟା ଘ୬।୧୯ମଧ୍ୟେ କୌଣସିପ୍ରକାର ଅନ୍ନଭୋଜନାଦି କରିବାନିଷେଧ । କିନ୍ତୁ ବାଳକ ବୃଦ୍ଧ ରୋଗୀଙ୍କପକ୍ଷେ ନିୟମ ଲଙ୍ଘନୀୟ । କୌଣସି ଗର୍ଭିଣୀ ଉକ୍ତ ସମୟରେ ଗ୍ରହଣକୁ ନଦେଖି କୋଳରେ ଏକ ନଡ଼ିଆରଖି ଘରଭିତରେ ରହି ଶ୍ରୀବିଷ୍ଣୁଙ୍କର ଦ୍ବାଦଶଅକ୍ଷରମନ୍ତ୍ର ଜପ କରିବା ଉଚିତ୍ । ସଂଧ୍ୟାଘ୬।୧୯ମିନିଟ୍ ପରେ ସ୍ନାନାଦିଅନ୍ତେ ଦେବପୂଜା ପାକକର୍ମ ଓ ଭୋଜନ କରଣୀୟ ।ଦୈନନ୍ଦିନ ଦେବପୂଜା ଏ ସମୟପରେ କରଣୀୟ ।ଉକ୍ତଦିନ ଶ୍ରାଦ୍ଧ ପଡ଼ିଲେ ଆମ ଓ ହେମାଦି ଦ୍ରବ୍ୟ ଦ୍ୱାରାଶ୍ରାଦ୍ଧ (ପାକାଦି ବିନା ଦ୍ରବ୍ୟରେ ପିଣ୍ଡଦାନ) କରଣୀୟ
ଗ୍ରହଣଦର୍ଶନେ ଚନ୍ଦ୍ରଶୁଦ୍ଧି – ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ଓ ମୀନରାଶିଙ୍କପକ୍ଷେ ଗ୍ରହଣଦର୍ଶନେ ଶୁଭପ୍ରଦ ।
ଗ୍ରହଣଦର୍ଶନେ ନକ୍ଷତ୍ରଶୁଦ୍ଧି- ଅଶ୍ୱିନୀ କୃତ୍ତକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ବାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ରନକ୍ଷତ୍ରଙ୍କ ପକ୍ଷେ ଗ୍ରହଣଦର୍ଶନେ ଶୁଭପ୍ରଦ ।
ଗ୍ରହଣସ୍ପର୍ଶସମୟେ ସ୍ନାନମନ୍ତ୍ର – ସ୍ଵସ୍ଥାନ ଗମ୍ୟତା ରାହୋ ତ୍ୟଜତାଂ ଚନ୍ଦ୍ରସଂଗମଃ,କର୍ମ ଚାଣ୍ଡାଳ ଯୋନେସ୍ଥ ମମ ପାପ କ୍ଷୟଂ କୁରୁ ।
ଅର୍ଘ୍ୟଦାନ ମନ୍ତ୍ର ଯଥା- ଶଶ ଲାଞ୍ଛନ ଭୂଚନ୍ଦ୍ର ସିଂହିକେୟରିପୋପ୍ରଭୋ ଅର୍ଘ୍ୟ ଦଦାମି ଦେବେଶ ରାହୁ ଗ୍ରହ ବିମୋଚନାତ୍ ।
ମୁକ୍ତ୍ତୈ। ସ୍ନାନ ମନ୍ତ୍ର– ଯଥା ପଦୋ ବିମୁକ୍ତସି ରାହୋଗ୍ରହ ସଂକଟାତ୍,ତଥାତ୍ବଂ ରୋହିଣୀକାନ୍ତ ଆପଦୋମା ବିମୋଚୟ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.