ଆଜିର ରାଶିଫଳ

0 242

୨୦୨୨ ମସିହା ନଭେମ୍ବର ମାସ୧୨ ତାରିଖ (ଶନିବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ,ନକ୍ଷତ୍ର-ମୃଗଶିରା.ସୁର୍ୟୋଦୟ ପ୍ରାତଃ ଘ୦୫/୫୭/୦୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୪୭ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ରାତ୍ରି ଘ୧୦/୯ ଗତେ ବେଲ ଭକ୍ଷଣ ନିଷେଧ ।
ମେଷ-ସ୍ଥିରସ୍ଵଭାବ ଏବଂ ଉତ୍ତମ କଥାପାଇଁ କାଯ୍ୟରେ ଆଗକୁବଢିବେ। ଅତିରିକ୍ତଆୟର ସମ୍ଭାବନା ସହିତ ନିଜ ଆତ୍ମବଳପାଇଁ ଦ୍ଵିଗୁଣା ଲାଭବାନହେବେ। କିଛି ଖବରପାଇ ମାନସିକ ଶାନ୍ତିମିଳିବ।
ବୃଷ-କର୍ମ ବା ବ୍ୟବସାୟପାଇଁ ଦୂରଯାତ୍ରା ଯୋଗରହିଛି। ସନ୍ତାନଙ୍କପାଇଁ ଥିବା ଚିନ୍ତାରୁ ମୁକ୍ତିମିଳିବ। ନୂତନବନ୍ଧୁ ମିଳିବେ। ପରିଶ୍ରମକଲେ କାଯ୍ୟ ସିଦ୍ଧିହେବ ଓ ବ୍ୟବସାୟ ବଢିବ।
ମିଥୁନ-ନୂଆଲକ୍ଷ ନିର୍ଦ୍ଧାରଣକରି ତାହାକୁ ପାଇବାପାଇଁ ଚେଷ୍ଟାକରିବେ। ପ୍ରଭାବଶାଳୀବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଭିବିଷ୍ୟତପାଇଁ ସଞ୍ଚୟ କରିବାକୁ ଯୋଜନା କରିବେ।
କର୍କଟ-ଜମିବାଡ଼ି, ଯାନବାହାନ କିଣାବିକା କରିପାରନ୍ତି। କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣକାର୍ଯ୍ୟ ହାତକୁନେବେ। ପୈତୃକ ସମ୍ପତ୍ତିପାଇଁ ଚାଲିଥିବା ସମସ୍ୟାର ସମାଧାନହେବ। ବିବାହ କିମ୍ବା କିଛି ମାଙ୍ଗଳିକକାର୍ଯ୍ୟପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ।
ସିଂହ-ପରୋପକାର କିମ୍ବା ସମାଜସେବାକାର୍ଯ୍ୟରେ ମନବଳିବ। ଗୃହ ଏବଂ ଜମିବାଡ଼ିସମସ୍ୟାର ସମାଧାନ ପାଇ ମାନସିକ ଶାନ୍ତିମିଳିବ। ନିଜକାମ ଓ ପ୍ରଶଂସାପାଇଁ ଉଚ୍ଚପଦ ମିଳିବାର ସମ୍ଭାବନା ଅଛି।
କନ୍ୟା-କମକ୍ଷେତ୍ରରେ ଯାତ୍ରା କିମ୍ବା ସ୍ଥାନାନ୍ତର ଯୋଗରହିଛି। ପାରିବାରିକସମ୍ପର୍କ ସୁଦୃଢହେବ। କ୍ରୋଧିତହେଲେ କାର୍ଯ୍ୟରେ ବିଫଳତା ମିଳିବ। ନୂଆ ଚାକିର କିମ୍ବା ବ୍ୟବସାୟପାଇଁ ଦିନଟି ଅତ୍ୟନ୍ତ ଶୁଭଅଟେ।
ତୁଳା-ପ୍ରେମ ଓ ବୈବାହିକଜୀବନରେ ସମ୍ପର୍କ ନିବିଡହେବ। ଆଧ୍ୟାତ୍ମିକକାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟରେ ନୂଆ ଅର୍ଡର ମିଳିବାର ସମ୍ଭାବନାଅଛି। ବିଦ୍ୟାର୍ଥୀଙ୍କପାଇଁ ଦିନଟି ଅତ୍ୟନ୍ତ ଶୁଭରହିବ।
ବିଛା-ଶତୃମାନେ ପରାସ୍ତ ହେବେ। ଅଚାନକ ଧନ ପ୍ରାପ୍ତିର ସୂଚନା ମିଳିବ। ଜୀବନଶୈଳୀ ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣି ଅଧିକ ଲାଭବାନ ହେବେ।
ଧନୁ-ଗୁରୁଜନଙ୍କ ଆଶୀର୍ବାଦପାଇଁ ସମସ୍ତକାର୍ଯ୍ୟରେ ସୁଫଳମିଳିବ। ଅଧିକ ପରିଶ୍ରମପାଇଁ ଅଧିକରୋଜଗାର କରିବେ। ଆଜିଦିନରେ ଭଲ ଚାକିର, ଯଶ, ମାନସମ୍ମାନ ଆଦି ମିଳିବାର ସମ୍ଭାବନାଅଛି।
ମକର-ବିଦ୍ୟାର୍ଥୀଙ୍କପାଇଁ ଶୁଭଖବର ମିଳିବ। ଚାକିରୀକ୍ଷେତ୍ରରେ ପରିଶ୍ରମ ଓ ଉତ୍ତମ କଥାବାର୍ତ୍ତାପାଇଁ ସ୍ଥିତି ବଦଳିବ। ଲାଗିରହିଥିବା ପାରିବାରିକକଳହ ଦୂରହେବ। ଦୂରଯାତ୍ରାକଲେ ଆତ୍ମବିଶ୍ଵାସ ବୃଦ୍ଧିପାଇବ।
କୁମ୍ଭ-ପଡୋଶୀଙ୍କସହ କଳହ ଦୂରହୋଇ ସୁସମ୍ପର୍କ ସ୍ଥାପନହେବ। ଧାର୍ମିକକାର୍ଯ୍ୟରେ ଅର୍ଥବ୍ୟୟ କରିପାରନ୍ତି। ବ୍ୟବସାୟରେ ନୂଆକାମ କିମ୍ବା ଅର୍ଡର ମିଳିବାର ସମ୍ଭାବନାଅଛି। ସମସ୍ତକାର୍ଯ୍ୟ ଶାନ୍ତିପୂର୍ବକ ସମ୍ପର୍ଣ୍ଣ ହେବ।
ମୀନ-ଶୁଭଖବର ପାଇ ମାନସିକ ଶାନ୍ତିମିଳିବ। ସାହାଯ୍ୟପାଇ ଆର୍ଥିକସ୍ଥିତିରେ ସୁଧାର ଆସିବ। ଶତୃମାନଙ୍କ ପରାଜୟ ହେବ। ଘରକୁ ନୂଆ ବନ୍ଧୁବାନ୍ଧବ ଆସିପାରନ୍ତି। ମାତାପିତାଙ୍କ ଆଶୀର୍ବାଦରେ ଉର୍ନତି କରିବୋ

ନିତୀବାଣୀ-ବେଳେବେଳେ ଏମିତି କିଛିକଥା ମନକୁଆସେ ଯେ ଯାହାବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ପ୍ରକୃତ କଥା ଏହାଯେ ବିତିଯାଇଥିବାକଥା ହିଁ ମଣିଷକୁ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।
ବାସ୍ତୁଟିପ୍ପଣୀ-ଭୂଲରେ ମଧ୍ୟ ଘରର ଏହି ଦିଗରେ ଲଗାନ୍ତୁନାହିଁ ଘଣ୍ଟା,ମାଡିଆସିବ ସମସ୍ୟା?
ସମୟ କେବେବି କାହାପାଇଁ ଅପେକ୍ଷା କରେନାହିଁ ସେହି କାରଣପାଇଁ ଆମକୁ ସମୟର ସଠିଖ୍ ଉପଯୋଗ କରିବା ଉଚିତ୍ , ସେମିତିରେ ବାସ୍ତୁଶାସ୍ତ୍ରଅନୁସାରେ ଏମିତିବି କିଛି ଜିନିଷରହିଛି ଜାହାକୁ ଆଣି ଘରେ ସଠିକ୍ ସ୍ଥାନରେ ରଖିବା ଜରୁରୀ ଅଟେ । ସେହିଥିପାଇଁ ଆମେ ଆଜି ଆପଣମାନଙ୍କୁ ଘରେ କେଉଁସ୍ଥାନରେ ଘଣ୍ଟା,କ୍ୟାଲେଣ୍ଡର ଆଉ ଦର୍ପଣକୁ ରଖିଲେ ଆମମାନଙ୍କର ଉନ୍ନତି ହୋଇଥାଏ ସେହିବିଷୟରେ ସୂଚନା ଦେବୁ ।ତେବେ ପ୍ରଥମେହେଲା ଘଡି ଯାହାକୁ ଆମେମାନେ ବହୁତ ସମୟରେ ସମୟକୁ ନେଇ ଆଗ କିମ୍ବା ପଛକରନ୍ତି । ହେଲେ ଘଡିକୁ ସବୁବେଳେ ନିୟମିତ ସମୟ ଅନୁସାରେ ସେଟ୍ କରିରଖିବା ଉଚିତ୍ ।ଯଦି ଆବଶ୍ୟକ ତେବେ ଘଡିର କଣ୍ଟାକୁ ଆପଣମାନେ ଦୁଇତିନି ମିନିଟ୍ ଆଗୁଆ ରଖନ୍ତୁ ।
ଭୂଲରେବି କେବେ ଘଡିକୁ ପଛୁଆ ରଖନ୍ତୁନାହିଁ , ଏମିତି କରିଲେ ଆମରକାମ ପଛୁଆ ହୋଇଥାଏ ଏବଂ ଆମେମାନେ ପ୍ରଗତିକରିବା ବଦଳରେ ଅବଗତିକରେ , ବହୁତ ସମୟରେ ଆମେମାନେ ନିଜର ପୁରୁଣାକ୍ୟାଲେଣ୍ଡର କୁ ନୂଆକ୍ୟାଲେଣ୍ଡର ତଳେ ରଖିଦିଅନ୍ତି ହେଲେ ଆପଣମାନଙ୍କୁ କହିଦେବୁ କି ଏହାକରିବା ବାସ୍ତୁଶାସ୍ତ୍ର ଦୃଷ୍ଟିରୁ ଅଶୁଭ ଅଟେ , ଘରମଧ୍ୟରେ ଆପଣମାନେ କେବେ ବି ପୁରୁଣାକ୍ୟାଲେଣ୍ଡର ରଖନ୍ତୁନାହିଁ ଏହା ଆପଣମାନଙ୍କ ଜିବନରେ ପ୍ରଭାବ ପକେଇଥାଏ ସେହିଥିପାଇଁ ପୁରୁଣାକ୍ୟାଲେଣ୍ଡରକୁ ଘରୁ ବାହାରକରିବା ଉଚିତ୍।
ବାସ୍ତୁଶାସ୍ତ୍ରରେ ଦର୍ପଣବିଷୟରେ ବି କୁହାଯାଇଛି ଘରେଟଙ୍କାର ବାକ୍ସ ରଖିଛନ୍ତି ତେବେ ତାହାସାମ୍ନାରେ ଆପଣମାନେ ଯଦି ଦର୍ପଣ ବା କାଚବସ୍ତୁ ରଖିଲେ ଆପଣମାନଙ୍କ ଧନ ବୃଦ୍ଧିହୋଇଥାଏ , ସେହିପରି ଆପଣମାନଙ୍କ ଘରର ସାମ୍ନାକବାଟ ପାଖରେ ଯଦି ଦର୍ପଣଲଗାନ୍ତି ତେବେ ଆପଣମାନଙ୍କଧନ ବୃଦ୍ଧିହୁଏ ।
ଆଜିର ଦିନଟି ମଙ୍ଗଳହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

Leave A Reply

Your email address will not be published.