ଆଜିର ରାଶିଫଳ

0 241

ମୋକ୍ଷଦାଏକାଦଶୀ ,୨୦୨୨ ମସିହା ଡିସେମ୍ବର ମାସ ୦୩ ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୯/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୧୪ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ଧନୁ ରାଶି ର ଘାତଚନ୍ଦ୍ର ,ଏକାଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,କଳମ ଶାଗ , ପୋଇ ଶାଗ ଭକ୍ଷଣ ନିଷେଧ ।
ମେଷ-ଧନାଧିପତିଙ୍କ ଚତୁଃଗ୍ରହ ଯୋଗ କାରଣରୁ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ହେତୁ ମାନସିକ ସ୍ତରରେ ଅସୁଖୀ ରହିବେ।
ବୃଷ-ରବିଙ୍କ ଦୁର୍ବଳତା କାରଣରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ମୌଳିକ ଚିନ୍ତାଧାରାକୁ ଆଧାର କରି ଖୁବ୍ ଆଶାବାଦୀ ହେବେ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

ମିଥୁନ- ବ୍ୟୟାଧିପ କୋଣଭାବସ୍ଥ ଯୋଗୁ ଆଜି ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡିବ। କିନ୍ତୁ ଗୃହ ସମସ୍ୟାର ସମାଧାନ, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିର ରହିପାରନ୍ତି । ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ।
କର୍କଟ-ରାଶିରେ ଚନ୍ଦ୍ରଙ୍କ ହେତୁ ମାନସିକ ଅସ୍ଥିରତା ଅବ୍ୟାହତ ରହିବାରୁ କୌଣସି କାମ ସହଜରେ ହେବନାହିଁ। ବିଦେଶରେ ରହୁଥିବା ବ୍ୟକ୍ତିମାନେ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ସାଙ୍ଗକୁ ଆଶା ପୂରଣ ହୋଇଯିବ।
ସିଂହ-ପରିବାର ସ୍ଥାନରେ ଏକାଧିକ ଗ୍ରହ ଯୋଗୁ ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଋଣଭାରରେ ଅତିଷ୍ଠ ଓ ଅନ୍ୟକୁ ସରଳ ବିଶ୍ୱାସ କରି ଠକି ଯାଇ ପାରନ୍ତି। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଲେ ସଫଳତା ମିଳିବ । ଆକସ୍ମିକ ଆବଶ୍ୟକତା ପରିପ୍ରେକ୍ଷୀରେ ହଠାତ୍ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
କନ୍ୟା-ସପ୍ତମସ୍ଥ ବୃହସ୍ପତିଜନିତ ଆଜିର ପ୍ରତ୍ୟୁଷ ଯାତ୍ରା ନିଶ୍ଚିତ ଫଳପ୍ରଦ ହେବ। ଧୈର‌୍ୟ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ସଫଳତା ପାଇବେ। ପୂର୍ବଶତ୍ରୁତାରୁ ମାନସିକ ବ୍ୟଥା ଅନୁଭବ କରିବେ। ଆଶା କରୁଥିବା ଦିଗରୁ ହାତକୁ ଦି ପଇସା ଆସିବ। ହସ୍ତା ନକ୍ଷତ୍ରର ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ତୁଳା-ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ । ବ୍ୟବସାୟିକ କ୍ଷେତ୍ରରୁ ଲାଭ କମ୍ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ପରିବାରର ଅର୍ଥନୈତିକ କ୍ଷେତ୍ରରେ କିଛିଟା ସମସ୍ୟା ଭିତରେ ଚଳିବାକୁ ବାଧ୍ୟ ହେବେ।

ବିଛା-ବିବାଦରେ ପଶିଲେ ଅଯଥା ମାନସିକ ଅଶାନ୍ତିକୁ ବଢ଼ାଇବା ବ୍ୟତୀତ କିଛି ଲାଭ ହେବନି। ବିଶ୍ୱସ୍ତ ସୂତ୍ରରୁ ଆଶା କରୁଥିବା ଖବର ପାଇ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଶନି ଓ ବୁଧଙ୍କ କାରଣରୁ ସ୍ନାୟବିକ ଦୁର୍ବଳତା ଦେଖାଦେବା ଯୋଗୁ ଆଳସ୍ୟ ଅନୁଭବ କରିବେ। ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ।
ଧନୁ-ଆଜି ଆପଣ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ମଙ୍ଗଳ ନୀଚାରୋହୀ ହେତୁ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ତଥାପି ଆପଣ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ନିଜସ୍ବ ଚିନ୍ତାଧାରାକୁ ଆଧାର କରି ଖୁବ୍ ଆଶାବାଦୀ ହେବେ।
ମକର-ଆଜି ଚେଷ୍ଟା କରୁଥିବା କାର୍ଯ୍ୟରେ ଅବଶ୍ୟ ସଫଳତା ପାଇବେ। ପାଖ ପଡ଼ୋଶୀଙ୍କ ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାକୁ ଭାବିଚିନ୍ତି କରିବା ଭଲ ହେବ। ପରିବାର ସଦସ୍ୟଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନ ପରେ ପାଇବେ।
କୁମ୍ଭ-ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ଘରକୁ ଆସିଥିବା ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ନିର୍ମାଣ, ଶେୟାରବଜାର, ଜମିଜମା କାରବାର ତଥା ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଶଂସିତ ହେବେ।
ମୀନ-ମାନସିକ ଅସୁସ୍ଥତା ଯୋଗୁ କୌଣସି କାମରେ ମନ ଲାଗିବନାହିଁ। ଅଫିସର କାମ ଚାପ ବୃଦ୍ଧି ପାଇଲେ ହେଁ ସହଯୋଗଭିତ୍ତିରେ ଆଗେଇ ନେବେ। ପିଲାଦିନର ସାଙ୍ଗକୁ ପାଖରେ ପାଇ ଆତ୍ମହରା ହେବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଯେଉଁ କଥାକୁ ବଡ଼ ସମସ୍ୟା ବୋଲି ମଣୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ।
ନିତୀବାଣୀ-ନିଜକୁ ଏମିତି ଗଢି ଦିଅ ଯେ ତୁମକୁ ପାଇଥିବା ଲୋକ ତୁମ ବନ୍ଧୁତାକୁ ନେଇ ଗର୍ବ କରୁ ଏବଂ ଆମକୁ ହରେଇ ଥିବା ଲୋକ ଅନୁତାପ କରୁ ।

ବାସ୍ତୁଟିପ୍ପଣୀ-ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ: ଜାଣନ୍ତୁ କେଉଁ ସ୍ବପ୍ନ ଶୁଭ ଓ ଅଶୁଭ…
ସ୍ବପ୍ନଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। କିଛି ସ୍ବପ୍ନ ଶୁଭ ହୋଇଥିବା ବେଳେ ଆଉ କିଛିକୁ ଅଶୁଭ ବୋଲି ବିବେଚନା କରାଯାଏ। ତେବେ ସ୍ବପ୍ନର ଶୁଭ ସଙ୍କେତ ଗୁଡ଼ିକ ହେଲାଟ୍ଟ
ଗର୍ଭବତୀମହିଳା ଯଦି ସ୍ବପ୍ନରେ ସାପ ଦେଖନ୍ତି, ତାହେଲେ ପୁତ୍ରପ୍ରାପ୍ତିର ସୌଭାଗ୍ୟପ୍ରାପ୍ତ ହୋଇଥାଏ।
ପୁରୁଷଙ୍କୁ ଲଣ୍ଡାହେଉଥିବାର ଯଦି ସ୍ବପ୍ନରେ ଦେଖନ୍ତି ତାହେଲେ ଏହା ଅତ୍ୟନ୍ତଶୁଭ ହୋଇଥାଏ। ଏହା ଅର୍ଥପ୍ରାପ୍ତି ସୂଚନା ଦେଇଥାଏ।
ସ୍ୱପ୍ନରେ ପୂଜାପାଠହେଉଥିବାର ଦେଖିଲେ, ବିଭିନ୍ନଯୋଜନାରୁ ସୁଫଳମିଳିବାର ସମ୍ଭାବନାଥାଏ।
ସ୍ୱପ୍ନରେ ପଗଡ଼ିଦେଖିବା ଅର୍ଥ ମାନସମ୍ମାନ ବୃଦ୍ଧି ହୋଇଥାଏ।
ଗୋଟିଏ ଗାଈ କିମ୍ବା ବାଛୁରୀସ୍ୱପ୍ନରେ ଦେଖିଲେ, ଖୁବଶୀଘ୍ର ଭଲ ଓ ଶୁଭଖବର ମିଳିଥାଏ।
ରଙ୍ଗିନ ଫୁଲ କିମ୍ବା ମନୋହର ପ୍ରାକୃତିକ ଦୃଶ୍ୟଦେଖିଲେ, ଏହା ଭାଗ୍ୟ ବୃଦ୍ଧିର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ନିଜ ମୃତ୍ୟୁକୁ ଦେଖିବା ଅର୍ଥ ଗୁରୁତର ରୋଗରୁ ମୁକ୍ତି ପାଇବା।
ସ୍ୱପ୍ନରେ ଅର୍ଥ ମିଳୁଥିବାର ଦେଖିଲେ, କିଛି ଭଲ ଘଟଣାଘଟିବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ କ୍ଷୀରଦେଖିବା ଅତ୍ୟନ୍ତ ଶୁଭବୋଲି ବିବେଚନାକରାଯାଏ। ଏହିପରିସ୍ୱପ୍ନ ସୁଖ ଏବଂ ସମୃଦ୍ଧତା ବଢ଼ାଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.