ହାର୍ଡୱାରଷ୍ଟୋରରେ ଦୋକାନୀଙ୍କ ଆତ୍ମହତ୍ୟା!

0 251

ବାରଙ୍ଗ,୩/୧୨(ଏସଏସନିଉଜ): ପୁରୁଣା ବାରଙ୍ଗସ୍ଥିତ ଏକ ହାର୍ଡୱାରଷ୍ଟୋରରେ ଦୋକାନୀ ଆତ୍ମହତ୍ୟା କରିଥିବାର ଜଣାପଡିଛି।ମୃତକ ହେଉଛନ୍ତି ବାରଙ୍ଗଥାନା ଶ୍ରୀବନ୍ତପୁରଗ୍ରାମର ଅଜିତ ପ୍ରଧାନ(୩୫)।ଶନିବାର ଅପରାହ୍ନରେ ଯୁବକ ଜଣକ ଦୋକାନ ଭିତରପଟୁ ସଟର ବନ୍ଦକରି ଫ୍ୟାନରେ ନିଜ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି।ଦିନରେ ଘରକୁ ଖାଇବାକୁ ନ ଆସିବାରୁ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ପରିବାର ଲୋକେ ଦୋକାନ ପାଖରେ ଆସି ପହଞ୍ଚିଥିଲେ।ତାଙ୍କ ମୋବାଇଲକୁ କଲ କରିବାରୁ ଦୋକାନ ଭିତରୁ ତାଙ୍କର ମୋବାଇଲ ରିଙ୍ଗ ହେଉଥିବା ପରିବାର ଲୋକେ ଶୁଣିବାକୁ ପାଇଥିଲେ।ଦୋକାନର ସଟର ବନ୍ଦ ଥିବାରୁ ସନ୍ଦେହ ହେବାରୁ ପରିବାର ଲୋକେ ସ୍କାଏ ଲାଇଟ ପଟେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।ସେ ଏକ ଗାମୁଛାରେ ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ପରିବାର ଲୋକେ ଅନ୍ୟ ଏକ ଚାବିରେ ଦୋକାନ ଖୋଲି ଯୁବକଙ୍କୁ ଅଚେତ ଅବସ୍ଥାରେ ଘରକୁ ନେଇ ଆସିଥିଲେ।ଦୀର୍ଘ ୨ ଘଣ୍ଟା ପରେ ଖବର ପାଇ ପୋଲିସ ମୃତ ଯୁବକଙ୍କ ଘରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିବା ବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ମୃତକଙ୍କ ଭାଇ ମନୋଜ ପ୍ରଧାନଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୧୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଗତ ୬ମାସ ପୂର୍ବେ ଯୁବକଙ୍କ ନିକଟସ୍ଥ ବିଦ୍ୟାଧରପୁର ଗ୍ରାମରେ ବିବାହ ହୋଇଥିଲା।ତେବେ ଯୁବକ ଜଣକ ଆତ୍ମହତ୍ୟା ଭଳି କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନାଧିକାରୀ ଆକାଶ ଚନ୍ଦ୍ର ରଣା ସୂଚନା ଦେଇଛନ୍ତି। (ଗୈାତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.