ସାନଭାଇ ମୃତ,ବଡଭାଇ ଗୁରୁତର

0 163

ମେଣ୍ଢାଶାଳ.,୩/୧୨(ଏସଏସନିଉଜ)ଗତକାଲି ରାତିରେ ପିତାପଲ୍ଲୀଚନ୍ଦକାରାସ୍ତାର ଗିରିଙ୍ଗାପୁଟ ଗାଁନିକଟରେ ବାଇକ ଓ ଡାଲାଅଟୋ ମୁହାଁମୁହିଁ ଧକ୍କାରେ ଗିରିଙ୍ଗାପୁଟ ଗାଁର ଅଶୋକବେହେରାଙ୍କର ମୃତ୍ୟୁଘଟିଥିବାବେଳେ ବଡଭାଇ ଦିଲିପ ମୃତ୍ୟୁସହ ସଂଗ୍ରାମ କରୁଥିବାର ଜଣାପଡିଛି ।
ପ୍ରକାସ ଯେ,ଶୁକ୍ରବାରରାତିରେ ଓଡି୩୩ୟୁ-୯୬୯୦ନଂ ହିରୋହେଣ୍ଡାରେ ଦୁଇଭାଇ ଅଶୋକ ଓ ଦିଲିପ ଚନ୍ଦକାପଟରୁ ଘରକୁ ଫେରୁଥିଲେ ।ଏହିସମୟରେ ପିତାପଲ୍ଲୀ ଆଡୁ ଆସୁଥିବା ଓଡି୦୨-ବିଏନଏ-୭୭୩୯ନଂ ଦ୍ରୁତଗାମୀ ଡାଲାଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଦୁଇଭାଇ ଗୁରୁତର ଆହତ ହେବା ସହ ଅଚେତ ହୋଇପଡିଥିଲେ । ଗ୍ରାମବାସୀ ଆହତଦୁଇଭାଇଙ୍କୁ ଉଦ୍ଧାର କରି ଚିକିସ୍‌ପାଇଁ ଘରୋଇଡାକ୍ତରଖାନାକୁ ନେଇଯାଇଥିଲେ ।ଖବରପାଇ ମେଣ୍ଢାଶାଳଫାଣ୍ଡି ପୋଲିସ ଆସି ଦୁର୍ଘଟଣାଗ୍ରସ୍ଥ ଗାଡିଦୁଇଟିକୁ ଜବତ କରିଥିଲେ ।ଶନିବାରଦିନ ବ୍ୟବଛେଦପରେ ମୃତଦେହକୁ ପୋଲିସ ପରିବାରକୁ ହସ୍ତାନ୍ତର କରିଥିବାବେଳେ ଦୁର୍ଘଟଣା ଘଟାଇଥିବା ଅଟୋଚାଳକ ଫେରାର ହୋଇଯାଇଥିବାର ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.