ରାଶିଫଳ

0 187

୨୧-୧୨-୨୦୨୨(ବୁଧବାର)ଦେବତାଗଠନ, ନୌକାଗଠନ ବୀଜବପନ,ଦୀକ୍ଷାଗ୍ରହଣ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦିକ୍ଷାଗ୍ରହଣ । କର୍କଟରାଶିର ଘାତବାର ,ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ମାଛ ଭକ୍ଷଣ ନିଷେଧ ।
ମେଷ:-ମହତ୍ତ୍ବପୂର୍ଣ୍ଣ କାମ କରିବା ପାଇଁ ଶାରୀରିକ ଓ ମାନସିକ ରୂପେ ପ୍ରସ୍ତୁତ ରୁହନ୍ତୁ। ଅଚାନକ ଧନଲାଭ ହେବ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ।
ବୃଷ:-ଆପଣଙ୍କୁ ବଡ଼ ଭାଇ ଭଉଣୀଙ୍କର ସହଯୋଗ ମିଳିବ। ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।
ମିଥୁନ :-ଦିନଟି ବ୍ୟସ୍ତତା ଭରା ରହିବ। ବନ୍ଧୁ ସହିତ ବଚସା ହୋଇପାରେ। ବିରୋଧୀମାନେ ଆପଣଙ୍କ ଉପରେ ନଜର ରଖିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।
କର୍କଟ:-ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ। ମହତ୍ତ୍ବପୂର୍ଣ୍ଣ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ଜୀବନ ସୁଖକର ହେବ।
ସିଂହ:- ଆପଣଙ୍କ କାମର ନୂଆ ଯୋଜନା ଆକର୍ଷକ ହେବ। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର କାମ ଆରମ୍ଭ ପୂର୍ବରୁ ବଡ଼ଙ୍କ ସହିତ ବିଚାର ବିମର୍ଶ କରନ୍ତୁ।
କନ୍ୟା:-କୌଣସି କଥା ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ନିଜ କଳାର ସୌନ୍ଦର୍ଯ୍ୟବିଧାନ କରିବାରେ ମଉକା ମିଳିବ।
ତୁଳା:-ଆପଣଙ୍କ କଳାତ୍ମକ ଓ ରଚନାତ୍ମକ କ୍ଷମତାକୁ ବହୁତ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ।
ବିଛା:-ଆପଣ ବହୁତ ସକ୍ରିୟ ରହିବେ। ଲୋକେ ଆପଣଙ୍କ ଠାରୁ ପ୍ରେରଣା ନେବେ। ଛୋଟ ଭାଇ ଭଉଣୀଙ୍କ ଲେଖାପଢ଼ାରେ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ନେଇ ସଚେତ ରୁହନ୍ତୁ।
ଧନୁ:-ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ଖୁସିର ଭାଗୀଦାର ହେବେ। ଅଫିସରେ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେଉହେଉ ଅଧୁରା ରହିପାରେ। ପ୍ରେମ ଜୀବନ ଭଲ ରହିବ।
ମକର:-ନୂଆ କାମ ଉପରେ ବିଚାର କରିବା ଲାଗି ଭଲ ଦିନଟିଏ। ଟଙ୍କା ପଇସା ମାମଲାରେ ସ୍ଥିତି ମଜଭୁତ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ କାମ କରିବାର ମଉକା ମିଳିବ।
କୁମ୍ଭ:-ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ।
ମୀନ:-ବ୍ୟବସାୟୀ ଗୁରୁତ୍ବପୂର୍ଣ୍ଣ ଯୋଜନା ତିଆରି କରିବେ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମନାନ୍ତର ହେବ। ସ୍ବାସ୍ଥ୍ୟଲାଭ ପାଇଁ ଯୋଜନା କରିବେ।ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.