ଓଲଟିଲା କୋଇଲାବୋଝେଇ ଗାଡି

0 276

ବାରଙ୍ଗ,୨୦ା୧୨(ଏସଏସନିଉଜ)ସୋମବାର ବିଳମ୍ଭିତ ରାତିରେ ବାରଙ୍ଗଥାନା ଅଧିନସ୍ଥ ପାଟପୁରଗାଁ ମୁଣ୍ଡରେ ଦୁର୍ଘଟଣାଘଟି ଓଆର-୧୯ଏଫ-୩୬୯୭ନଂ ୪୦୭କୋଇଲାବୋଝେଇଗାଡିଟି ଓଲଟିପଡି କ୍ୟାବିନ ଓ ବଡି ଅଲଗାହୋଇଯାଇଛି । ଗାଡିଚାଳକ ଗୁରୁତରଆହତ ହୋଇଥିବାବେଳେ ଦ୍ରୁତଗତିରେ ଆଠଗଡରୁ ଗୋଡିସାହି ଫାଣ୍ଡିଦେଇ କୋଇଲାନେଇ ବାରଙ୍ଗ ଇଟାଭାଟିକୁ ଆସୁଥିବାବେଳେ ଭାରସମ୍ୟହରାଇ ଗାଡିଟି ରାସ୍ତାପାଶ୍ୱର୍ରେ ଥିବା ଇଲେକ୍ଟ୍ରିଖୁଂଟରେ ମାଡ ହୋଇଯାଇଥିଲା ।ଯାହାଫଳରେ ଗାଡଟି ଓଲଟିପଡି ବଡି ଓ କ୍ୟାବିନ ଦୁଇଟାଯାକ ସମ୍ପୁର୍ଣ ଅଲଗାହୋଇଯାଇଥିଲା । ଗୁରୁତରଆହତ ଅବସ୍ଥାରେ ଗାଡିଚାଳକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିସ୍ାପାଇଁ କଟକବଡମେଡିକାଲକୁ ପଠାଇଛନ୍ତି ।ଅନ୍ୟପଟେ ଗାଡିଟି ଓଲଟିପଡିବାପରେ କୋଇଲାସବୁ ତଳେ ପଡିଯାଇଥିବାବେଳେ ଗାଡିମାଲିକ ରାତାରାତି ଓଲଟିଥିବାଗାଡିକୁ ଉଠାଇବା ସହ କୋଇଲାସବୁ ଅନ୍ୟଏକ ଗାଡିରେ ଉଠାଇନେଇଥିଲା । ମଙ୍ଗଳବାର ସକାଳେ ସ୍ଥାନୀୟଗ୍ରାମର କିଛିଲୋକ ଆସି ତଳେ ପଡିଥିବାଅଳ୍ପକିଛି କୋଇଲାକୁ ଗୋଟାଇଥିଲେ ।ଖବରପାଇ ବାରଙ୍ଗଥାନା ପୋଲିସ ଘଟଣାସ୍ଥଳରେ ପହଁଚିବାବେଳକୁ ଓଲଟିଥିବାଗାଡି ସେଠାରେ ନଥିବାର ଦେଖିବାକୁ ପାଇଥିଲା । ତେବେ ଆସିଥିବା ଏହି କୋଇଲାସବୁ ଚୋରାରେ ଆସୁଥିବାର ଚର୍ଚ୍ଚା ଯୋରଧରିଛି ।

Leave A Reply

Your email address will not be published.