ସାମ୍ବାଦିକଙ୍କ ସଚ୍ଚୋଟତା

ଫେରାଇଲେ ସୁନାଚୁଡି,ଟଙ୍କାବ୍ୟାଗ୍

0 152

ବାରଙ୍ଗ,୨୦ା୧୨(ଏସଏସନିଉଜ) ବାରଙ୍ଗଅଂଚଳର”ସମାଜ’ ସାମ୍ବାଦିକ ଜଣେ ମହିଳା ବଙ୍ଗୀୟ ପର‌୍ୟ୍ୟଟକଙ୍କୁ ହଜିଯାଇଥିବା ଭ୍ୟାନିଟ ବ୍ୟାଗ ଫେରାର ସାଧୁତାର ପରିଚୟ ଦେଇଛନ୍ତି। କଲିକତା ବାବୁଘାଟ ଅଳଞ୍ଚର ସୁନଦା ଚାଟାର୍ଜୀ ଓ ତାଙ୍କ ସ୍ବାମୀ ଜି.ଚାଟାର୍ଜୀ ପରିବାର ସଦସ୍ୟଙ୍କ ସହିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ମଙ୍ଗଳବାରଦିନ ବୁଲିବାକୁ ଆସିଥିଲେ।ବୁଲାବୁଲି କରି ଘରକୁ ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟଛକ ଠାରେ ଥିବା ପିଙ୍କି ହୋଟେଲରେ ମଧ୍ୟାନ୍ନ ଭୋଜନ କରିଥିଲେ।ପରେ ମହିଳା ଜଣକ ହୋଟେଲ ପାଖରେ ଥିବା ଏକ ସ୍କୁଟି ଗାଡି ସିଟ୍ ଉପରେ ଭ୍ୟାନିଟ୍ ବ୍ୟାଗ ରଖି ଅନ୍ୟ ମାନଙ୍କୁ ଆଇସକ୍ରିମ ଖାଇବାକୁ ଦେଇଥିଲେ।ତାପରେ ସେଠାରୁ ଭ୍ୟାନିଟ ବ୍ୟାଗ ଛାଡି ପଳାଇଥିଲେ।ଉକ୍ତ ଭ୍ୟାନିଟ ବ୍ୟାଗରେ ୩୯ହଜାର ଟଙ୍କାର ହଳେ ସୁନାଚୁଡି( ସୁନାଦୋକାନ ରସିଦ),୭ହଜାର ଟଙ୍କା ସହ ଏକ ଶାଲ ଓ ଆଧାର କାର୍ଡ ରହିଥିଲା।ନନ୍ଦନକାନନ ଖବର ସଂଗ୍ରହ କରିବାକୁ ଯାଇଥିବା ସମାଜ ସାମ୍ବାଦିକ ଜଗନ୍ନାଥ ଭଞ ହୋଟେଲ ଆଗରେ ସ୍କୁଟି ଗାଡି ରଖି ପିଙ୍କି ହୋଟେଲକୁ ଖାଇବାକୁ ଯାଇଥିଲେ।ଖାଇସାରି ଗାଡି ପାଖକୁ ଆସିଲା ବେଳକୁ ତାଙ୍କ ଗାଡି ଉପରେ ଏକ ନୀଳ ରଙ୍ଗର ଭ୍ୟାନିଟ ବ୍ୟାଗ ରହିଥିବା ଦେଖି ହୋଟେଲ ମାଲିକ ଜଗବନ୍ଧୁ ସାବତଙ୍କ ଜାମା ଦେଇଥିଲେ।ପରେ ସାମ୍ବାଦିକ ଶ୍ରୀ ଭଞ ଘଟଣା ସମ୍ପର୍କରେ ନନ୍ଦନକାନନ ସୁରକ୍ଷା ବନାଞ୍ଚଳ(ରେଞର)ଅଧିକାରୀ ଜି ଏଫ୍ ଖାନଙ୍କୁ ସୂଚନା ଦେଇଥିଲେ।ତାଙ୍କ ସହଯୋଗରେ ହୋଟେଲ ମାଲିକ ଓ ନନ୍ଦନକାନନ କର୍ମଚାରୀଙ୍କ ଉପସ୍ଥିତିରେ ଭ୍ୟାନିଟ ବ୍ୟାଗକୁ ସୁନଦାଙ୍କୁ ଫେରାଇ ଦିଆଯାଇଛି।ଶ୍ରୀମତୀ ଚାଟାର୍ଜୀ ଓ ତାଙ୍କ ପରିବାର ସଦସ୍ୟ ଏଭଳି ମହାନତା ପାଇଁ ସାମ୍ବାଦିକ ଜଗନ୍ନାଥଙ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.