ଆଜିର ରାଶିଫଳ

0 213

୨୦୨୩ ମସିହା ଜାନୁୟାରୀ ମାସ ୦୯ ତାରିଖ (ସୋମବାର) ମାଘ ମାସ – କୃଷ୍ଣପକ୍ଷ,ତିଥି- ଦ୍ଵିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୫୩,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୧୯/୨୬,ମିଥୁନ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ବୋଇତି କଖାରୁଦିବା ଘ୯/୪୧ ଗତେ ପୋଟଳ ଭକ୍ଷଣ ନିଷେଧ।
ମେଷ-ଆଜି ଆପଣଙ୍କଦିନ ମିଶ୍ରିତ ଫଳଦାୟୀ ରହିବ। ଖର୍ଚ୍ଚର ଚିନ୍ତାରେମନ ଅଶାନ୍ତି ରହିପାରେ କିନ୍ତୁ ସବୁଠିକ ହୋଇଯିବ। ବାଣୀଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ଅଫିସର ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭହେବ। ଆର୍ଥିକ ଦୃଷ୍ଟିକୋଣ ରେ ଦିନ ମଧ୍ୟମ ଫଳଦାୟୀ ଅଟେ। କୌଣସି ପ୍ରକାରର ସଙ୍କଟରେ ନପଡ଼ନ୍ତୁ ।ସେଥିପାଇଁ ଦେଖିଚାହିଁ କାର୍ୟ୍ୟ କରିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀ ମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି। ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା ହୋଇପାରେ।
ବୃଷ- ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ। ଉତ୍ସାହ ଗୁଣ କୌଣସି ମଧ୍ୟ କାର୍ୟ୍ୟକୁ ଭଲଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ୟ୍ୟ ପ୍ରତି ଏକାଗ୍ରହେବା ସରଳ ରହିବ। ଧନଲାଭର ସମ୍ଭାବନା ଅଛି। ଆପଣଙ୍କ ଭାବନାତ୍ମକ ଚିନ୍ତାଯୋଗୁଁ ଆପଣ ଆଜି ଅସୁସ୍ଥତା ଅନୁଭବ କରିପାରନ୍ତି। ନୂଆକାର୍ୟ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ। ବାଣୀ ଏବଂ ବଚନ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ। ଖାଇବା ପିଇବା ଉପରେ ଧ୍ୟାନ ରଖିବେ। ବ୍ୟବସାୟ କ୍ଷେତ୍ରରେ ବିଘ୍ନ ଉପସ୍ଥିତ ହୋଇପାରେ। ଉଚ୍ଚ ଅଧିକାରୀମାନଙ୍କ ସହିତ ଘର୍ଷଣର ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିବା ସହିତ ଶତ୍ରୁମାନଙ୍କ ସହିତ ବାଦ-ବିବାଦ କିମ୍ବା ଉଗ୍ରଚର୍ଚ୍ଚା ନହେଉ ,ଏହାର ଧ୍ୟାନ ରଖିବେ। କାର୍ୟ୍ୟରେ ସଫଳତାପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ ଏଥିପାଇଁ ଧୈର୍ୟ୍ୟର ସହକାରେ କାର୍ୟ୍ୟ କରନ୍ତୁ।
ମିଥୁନ-ଆଜି ଆପଣଙ୍କଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲି ଯିବାର ଦିନ ଅଟେ। ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ମଜି ରହିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ। ମଧ୍ୟାହ୍ନପରେ ଆପଣ କିଛି ଅଧିକଭାବୁକ ହେବେ। ଏହା ମନରବ୍ୟଥା ବୃଦ୍ଧି କରିପାରେ। ପ୍ରଭୁଙ୍କର ଭକ୍ତି ଏବଂ ଯୌଗିକ ଧ୍ୟାନରେ ମନକୁ ଶାନ୍ତିପ୍ରାପ୍ତି ହେବ।
କର୍କଟ-ଆପଣଙ୍କ ଦିନ ଆନନ୍ଦ ଏବଂ ଉଲ୍ଲାସରେ କଟିବ। ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କ ଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହରଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ର ବାତାବରଣ ଅନୁକୂଳ ରହିବ। ମାଘରୁ ଗୃହିଣୀମାନଙ୍କୁ ଭଲ ଖବର ମିଳିବ। ପାରିବାରିକ ବାତାବରଣ ମଧ୍ୟ ଅନୁକୂଳ ରହିବ। ଶତ୍ରୁମାନଙ୍କୁ ମଧ୍ୟ ଅଧିକ ଲାଭପ୍ରାପ୍ତି ହେବନାହିଁ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବୌଦ୍ଧିକ ଚର୍ଚ୍ଚାରେ ନିଜର ତାର୍କିକବିଚାରକୁ ପ୍ରଦାନ କରିବା ପାଇଁ ସମୟ ଅନୁକୂଳ ଅଟେ। ସାମାଜିକରୂପରେ ସମ୍ମାନପ୍ରାପ୍ତି ହେବ। ଭାଗିଦାରୀରେ ମଧ୍ୟ ଲାଭ ହେବ।
ସିଂହ- ଆପଣଙ୍କ ଆତ୍ମ ବିଶ୍ଵାସରେ ପ୍ରତ୍ୟେକକାର୍ୟ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ। ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିରଦିନ ଅନୁକୂଳ ଅଟେ। ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। କିନ୍ତୁ ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ମାନସିକ ରୂପରେ ପ୍ରସନ୍ନ ଏବଂ ଫୁର୍ତ୍ତିର ଅନୁଭବ ହେବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ସହକର୍ମିମାନଙ୍କର ସହଯୋଗ ମିଳିବାପରେ କାମ କରିବାରେ ଆନନ୍ଦ ଆସିବ। ପ୍ରତିଦ୍ୱନ୍ଦ୍ୱୀ ମାନଙ୍କୁ ପରାସ୍ତ ହେବାକୁ ପଡ଼ିବ।
କନ୍ୟା-ଆଜିରଦିନ ବହୁତ ଶୁଭ ଅଟେ। ଧାର୍ମିକକାର୍ୟ୍ୟ ଏବଂ ଯାତ୍ରାପାଇଁ ସମୟ ଅନୁକୂଳ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବଭାଇ-ଭଉଣୀମାନଙ୍କଠାରୁ ଆର୍ଥିକ ଲାଭ ହେବ। ଆଜି ଶାରୀରିକ ଫୁର୍ତ୍ତି ତଥା ମାନସିକ ଉଲ୍ଲାସ ଏବଂ ଚେତନା ଶକ୍ତିର ଅଭାବ ରହିବ। ସାମାଜିକ ରୂପରେ ଅପମାନ ନହେଉ, ଏହାର ଧ୍ୟାନ ରଖିବେ। ଧନହାନି ହେବାର ଆଶଂକାଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କାର୍ୟ୍ୟରେ ସଫଳତା ନମିଳିବା କାରଣରୁ ନିରାଶା ହୋଇପାରେ। ସ୍ଵାଦିଷ୍ଟଭୋଜନର ଆନନ୍ଦନେଇ ପାରିବେ ଏବଂ ନୂଆ ବସ୍ତ୍ରର କ୍ରୟ ମଧ୍ୟ କରିବେ। ବାହନ ସୁଖ ମିଳିବ।
ତୁଳା- ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇ ପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ନୂଆ କାର୍ୟ୍ୟର ଶୁଭାରମ୍ଭ କରିବା ପାଇଁ ଆଜିରଦିନ ଭଲଅଟେ। ପ୍ରିୟବ୍ୟକ୍ତିଙ୍କ ସହିତ ହୋଇଥିବା ଭେଟ ଆନନ୍ଦଦାୟୀ ରହିବ। ଭାଗ୍ୟବୃଦ୍ଧି ହେବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ। ପରନ୍ତୁ ମଧ୍ୟାହ୍ନପରେ ଆପଣଙ୍କମନରେ ଉଦାସ ରହିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। ମାତାଙ୍କର ସ୍ଵାସ୍ଥ୍ୟ ମଧ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ।
ବିଛା-ଆଜି ଆପଣ ସାମାନ୍ୟ ଦୈନିକ କାର୍ୟ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି। କୌଣସି ମନୋ ରଞ୍ଜନସ୍ଥଳ କିମ୍ବା ପର୍ୟ୍ୟଟନ ସ୍ଥଳକୁ ଯାତ୍ରାକରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ। ମିତ୍ର ତଥା ସ୍ଵଜନମାନଙ୍କ ସହିତ ବୁଲିବା ଆନନ୍ଦପ୍ରଦ ହୋଇପାରେ। ନିର୍ଦ୍ଧାରିତକାର୍ୟ୍ୟ ସମ୍ପନ୍ନ ନହେବା କାରଣରୁ ହତାସା ଅନୁଭବ କରିବେ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣକାର୍ୟ୍ୟ ଅଥବା ତାବିଷୟରେ ନିର୍ଣ୍ଣୟ ନେବା ପାଇଁ ଉପଦେଶ। ପରିଜନ ତଥା ଭାଇ- ଭଉଣୀ ମାନଙ୍କ ସହିତ ସମୟ ଆନନ୍ଦ ପୂର୍ବକ ସମୟ କଟାଇବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାଜିତ କରି ପାରିବେ। ଶାରୀରିକ ଏବଂ ମାନସିକରୂପରେ ଆଜି ସୁସ୍ଥ ରହିବେ। ଜୀବନରେ ଆଧ୍ୟାତ୍ମି କତାର ଅନୁଭୂତ ହେବ।
ଧନୁ- ଆଜିର ଦିନ ଆପଣଙ୍କ ପାଇଁ ହର୍ଷୋଲ୍ଲାସର ଦିନ ରହିବ। ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମି ମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକଲାଭ ହେବ। ଆଜିରଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ। କାର୍ୟ୍ୟସିଦ୍ଧି ଏବଂ ଲକ୍ଷ୍ମୀପ୍ରାପ୍ତିର ଯୋଗ ଅଛି। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଉତ୍ସାହୀ ତଥା ପ୍ରଫୁଲ୍ଲିତ ରହିବେ। ଏଥିପାଇଁ ପ୍ରତ୍ୟେକକାର୍ୟ୍ୟ କରିବାରେ ଆପଣଙ୍କୁ ଉତ୍ସାହ ମିଳିବ। ମଧ୍ୟାହ୍ନପରେ ଆପଣ କିଛି ଦ୍ଵିଧାରେ ରହିବେ। ଘରେ ତଥା ବ୍ୟବସାୟରେ କାର୍ୟ୍ୟଭାର ରହିବ। ଅଧିକ ଖର୍ଚ୍ଚ ହୋଇପାରେ।
ମକର- ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ। ବାଣୀ ଏବଂ ବଚନ କାରଣରୁ ଭ୍ରାନ୍ତି ନ ହେଉ, ଏହାର ଧ୍ୟାନ ରଖିବେ। କ୍ରୋଧର ମାତ୍ରା ବଢ଼ି ଯିବାରୁ କୌଣସି ବ୍ୟକ୍ତିଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବିବାଦ ନ ହେଉ ମନରେ ବ୍ୟଗ୍ରତା ରହିବ। ଏଥିପାଇଁ ଆଧ୍ୟାତ୍ମିକତାର ଆଶ୍ରୟ ନେଲେ ମନ ଶାନ୍ତ ହେବ। ମଧ୍ୟାହ୍ନ ପରେ ଫୁର୍ତ୍ତି ଏବଂ ଉଲ୍ଲାସ ଅନୁଭବ କରିବେ। ପାରିବାରିକ ବାତା ବରଣ ଆନନ୍ଦପ୍ରଦ ଏବଂ ଶାନ୍ତ ରହିବ।
କୁମ୍ଭ- ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ।ଆଜିର ଆୟୋ ଜିତ ପ୍ରତ୍ୟେକକାର୍ୟ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ୟ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ। ଆଜିରଦିନ ସବୁ କ୍ଷେତ୍ରରେ ଲାଭପ୍ରଦ ଅଟେ। ସାମାଜିକକ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ ଏବଂ ତା’ର ଫଳସ୍ଵରୁପ ମାନ ସମ୍ମାନ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି
ହେବ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି। ଏଥିପାଇଁ ଆବେଶପୂର୍ଣ୍ଣ ମନକୁ ନିୟନ୍ତ୍ରଣରେ ରଖିବେ। ଧନର ଅଧିକ ଖର୍ଚ୍ଚ ନହେଉ, ଏହାର ଧ୍ୟାନ ରଖିବେ। ଜୀବନସାଥୀଙ୍କ ସହିତ ତାଳମେଳର ଅଭାବ ରହିବ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ।
ମୀନ-ଆବଶ୍ୟକ ନିର୍ଣ୍ଣୟ ଗୁଡ଼ିକପାଇଁ ଆଜିରଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ୟ୍ୟ ସଫଳତାରେ ସରଳତା ହେବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଆଜିରଦିନ ସବୁ ପ୍ରକାରରେ ଆପଣଙ୍କ ପାଇଁ ଲାଭଦାୟୀ ଅଟେ। କୌଣସି ପରୋପକାର କାର୍ୟ୍ୟ ଆପଣଙ୍କ ଦ୍ଵାରା ହେବ। ବ୍ୟାପାରରେ ଉଚିତ ଆୟୋଜନଦ୍ଵାରା ବ୍ୟାପାର ବୃଦ୍ଧି କରିପାରିବେ। ଉଚ୍ଚଅଧିକାରୀଗଣ ଆପଣଙ୍କ କାର୍ୟ୍ୟର ପ୍ରଶଂସା ଆନନ୍ଦପୂର୍ବକ କରିବେ। ପିତା ଏବଂ ବଡ଼ଙ୍କର ଆଶୀର୍ବାଦ ଏବଂ ତାଙ୍କଠାରୁ ଲାଭ ମଧ୍ୟ ମିଳିବ। ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି।

ନୀତିବାଣୀ-ମଣିଷକୁ ବୁଝିବା ଓ ଚିହ୍ନିବାପାଇଁ ସମୟଲାଗେ।ହେଲେ କିଛିଲୋକ ବୁଝି ଚିହ୍ନି ମଧ୍ୟ ଅବୁଝା ରହିଯାଆନ୍ତି,କାରଣ ସେମାନଙ୍କପାଇଁ ସମ୍ପର୍କ ବଡ ହେଇଥାଏ।
ବାସ୍ତୁଟିପ୍ପଣୀ-ବାସ୍ତୁ ଅନୁଯାୟୀ ସଜାଡନ୍ତୁ ଆଲମିରା ! ସକରାତ୍ମକ ଉର୍ଜା ପ୍ରବାହିତ ହେବାସହ ଅଶାନ୍ତିରୁ ମିଳିଥାଏ ମୁକ୍ତି…
କୁହାଯାଏଯେ ଯଦି ଗୋଟିଏ ଘରେ ବାସ୍ତୁଦୋଷ ରହିଥାଏ ତେବେ ସେହିଘରର କଦାପି ଉନ୍ନତି ହୋଇନଥାଏ । ତେଣୁ ଯେବେବି ଘରତିଆରି ହେଉଛି କିମ୍ବା କୌଣସିକାର୍ୟ୍ୟ କରୁଛନ୍ତି ତେବେ ବାସ୍ତୁଅନୁସାରେ କରିବା ନିହାତି ଆବଶ୍ୟକ ।ଯାହାଦ୍ୱାରା ଘରେ ଓ ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ ।
ଘରେ ସାଧାରଣତଃ ସମସ୍ତଙ୍କର ଆଲମିରା ରହିଥାଏ । ହେଲେ ଏହାକୁନେଇ ମଧ୍ୟ ବାସ୍ତୁ ବିବୃତି ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ସର୍ବଦା ଆଲମିରାକୁ ଦକ୍ଷିଣ- ପଶ୍ଚିମଦିଗରେ ରଖନ୍ତୁ । ଏଭଳି କରିବା ଫଳରେ ଘରକୁ ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ । ଘରେ ଅଶାନ୍ତିରୁ ମୁକ୍ତି ମିଳିଥାଏ ।ସେହିଭଳି ସବୁବେଳେ ଆଲମିରାକୁ ସଜାଡି ରଖନ୍ତୁ । ପୋଷାକକୁ ସଜାଡି ରଖିବା ଫଳରେ ଏହାର ଭଲ ପ୍ରଭାବ ଘରର ପରିବେଶ ଉପରେ ମଧ୍ୟ ପଡିଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଆଲମିରାର ଫ୍ରଣ୍ଟ ଡୋରରେ ମିରର ଲଗାଇବାରୁ ବଞ୍ଚିତ ରୁହନ୍ତୁ ।ଏପରି କରିବାଫଳରେ ନକରାତ୍ମକଉର୍ଜା ଘରେ ପ୍ରବାହିତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଶୋଇବା ଘରେ ମଧ୍ୟ ମିରର ରଖନ୍ତୁନାହିଁ, ଏହା ବାସ୍ତୁଅନୁଯାୟୀ ଭଲ ହୋଇନଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ।
!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.