ଆଜିର ରାଶିଫଳ

0 190

୧୭-୩-୨୦୨୩(ଶୁକ୍ରବାର) ଦିବା ଘ୧୦।୪୫ ଗତେ ମକର କୁମ୍ଭ ମୀନ ମେଷ କର୍କଟ ତୁଳା ବିଛା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନରାଶିମାନଙ୍କର ଘାତବାର ।ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ଏକାଦଶୀର ପାର୍ବଣଶ୍ରାଦ୍ଧ । କଳମ ଶାଗ ଦିବା ଘ୨।୦ ଗତେ ଶିମ୍ବ ଭକ୍ଷଣ ନିଷେଧ । ତୃଣ କାଷ୍ଠ ଛେଦନ ନିଷେଧ । (ଅମୃତବେଳା) – ଦିବା ଘ୭।୩୨ ମଧ୍ୟେ ଘ୮।୨୦ ଗତେ ଘ୧୦।୪୪ ମଧ୍ୟେ ଘ୧।୮ ଗତେ ଘ୨।୪୪ ମଧ୍ୟେ ଘ୪।୨୦ ଗତେ ଘ୫।୫୩ ମଧ୍ୟେ ରାତ୍ରି ଘ୭।୨୯ ଗତେ ଘ୯।୫ ମଧ୍ୟେ ଘ୩।୩୦ ଗତେ ଘ୪।୧୮ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୧୦।୪୧ ଗତେ ଘ୧୧।୨୯ ମଧ୍ୟେ ଘ୪।୧୭ ଗତେ ଘ୫।୫୩ ମଧ୍ୟେ ।
ମେଷ:-ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।
ବୃଷ:-ଧ୍ୟାନ ଲକ୍ଷ୍ୟସ୍ଥଳ ଆଡ଼କୁ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ରହିଛି।
ମିଥୁନ:-ଚାକିରି ବୃତ୍ତିରେ ପରସ୍ଥିତି ଉତ୍ତମ ରହିବ। ଜୀବନସାଥୀଙ୍କୁ କୌଣସି ଉପହାର ଦେବା ପାଇଁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ ହେବ।
କର୍କଟ:-ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗିବେ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ।
ସିଂହ:-ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି। କୌଣସି ଭଲ କଂପାନିରେ ଚାକିରିରେ ସୁଯୋଗ ଆସିବ।
କନ୍ୟା:-ଅଫିସରେ ନିଜର ମତ ରଖିବାର ସଫଳ ହେବେ। ବ୍ୟବସାୟରେ ଲାଭ ପାଇବେ। କୌଣସି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ପୂର୍ବରୁ ତାଙ୍କ ବ୍ୟବହାରକୁ ବୁଝନ୍ତୁ।
ତୁଳା:-ଆପଣଙ୍କର ବୃଦ୍ଧି ପାଉଥିବା ଶକ୍ତି ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ଜରୁରୀ କାମରେ ସଫଳତା ପାଇବେ। ପରିବାରରେ ଖୁସିର ଆଗମନ ହେବ।
ବିଛା:-ଘରେ କୌଣସି ମାଙ୍ଗଳିକକାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କାରବାରରେ ଉନ୍ନତିର ସୁଯୋଗ ପାଇବେ।
ଧନୁ:-ଅଫିସରେ ନୂଆ କାମ ମିଳିବ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରିୟତମଙ୍କ ସହିତ ବାହାରେ ରାତ୍ରିଭୋଜନ କରିବେ।
ମକର:-କାରବାର ବୃଦ୍ଧି ଲାଗି ପରିବାର ଲୋକଙ୍କ ଠାରୁ ପରାମର୍ଶ ମିଳିବ। ସାମାଜିକକାର୍ଯ୍ୟରେ ବ୍ୟସ୍ତ ରହିବେ। ସାବଧାନତାର ସହ ଯାନବାହାନ ଚଳାନ୍ତୁ।
କୁମ୍ଭ:-ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ
ମୀନ:-କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ। ମହିଳାଙ୍କ ଲାଗି ଦିନଟି ଭଲ।

ଘରକୁ ଆପଣଙ୍କ ଜୀବନରେ ମାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମିଳିଥାଏ ଏହିସବୁ ସଂକେତ
ଯେଭଳି ଆମେ କିଛିଟା ଖରାପ ଘଟିବାପୂର୍ବରୁ ଲକ୍ଷ୍ମୀଙ୍କସଂକେତ ପାଇଥାଉ, ସେହିଭଳି ଭଲସମୟ ଆସିବାପୂର୍ବରୁ ମଧ୍ୟ କିଛିଟା ସଂକେତ ମିଳିଥାଏ । ଧନରଦେବୀ ମାଲକ୍ଷ୍ମୀଙ୍କ କୃପା ପ୍ରାୟ ସମସ୍ତେ ଲାଭକରିବାକୁ ଚାହିଁଥାଆନ୍ତି । ତେଣୁ ଶାସ୍ତ୍ରଅନୁସାରେ ମାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମିଳିଥାଏ କିଛିଟା ବିଶେଷସଂକେତ । ମାନ୍ୟତା ଅନୁସାରେ କୁହାଯାଇଛି ଯେ ମାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ଆମକୁ କିଛିଟା ବିଶେଷ ସଂକେତ ଲାଭ ହୋଇଥାଏ ।ସ୍ଵପ୍ଣଶାସ୍ତ୍ରକୁ ହିନ୍ଦୁଧର୍ମରେ ମାଲକ୍ଷ୍ମୀଙ୍କ ଆଗମନସହିତ ତୁଳନା କରାଯାଇଛି । ତେଣୁ ସ୍ବପ୍ନଶାସ୍ତ୍ରରେ ଯଦି ଆପଣଙ୍କୁ ସ୍ୱପ୍ନରେ ନାଲିଫୁଲ, ହଳଦିଆଫୁଲ କିମ୍ବା ଅନେକଗୁଡିଏଫୁଲ ଦେଖିବାକୁ ମିଳୁଛି ତେବେ ଏହା ଧନଲାଭର ଆଗମନ ହୋଇଥାଏ । କାହିଁକି ନା ଫୁଲକୁ ଗୋଟିଏ ଶୁଭ ଜିନିଷ ସହିତ ତୁଳନା କରାଯାଇଥାଏ । ଯାହା ପବିତ୍ରତାର ପ୍ରତୀକ ଅଟେ ।
-ସ୍ୱପ୍ନରେ ସ୍ଵର୍ଣପଦାର୍ଥ ଦେଖୁଛନ୍ତି ତେବେ ଏହା ଲକ୍ଷ୍ମୀଙ୍କ ଆଗମନର ପ୍ରତୀକ ଅଟେ । ନଚେତ ଏହା ଜୀବନରେ କିଛିଟା ଶୁଭସଂକେତ ନେଇଆସିଥାଏ ବୋଲି ଜାଣିବେ । ଏହି ସଂକେତ ଆପଣଙ୍କକାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିଥାଏ ।

-ନୃତ୍ୟ ଗୋଟିଏ ଭାବାତ୍ମକ ଓ ପବିତ୍ରକାର୍ଯ୍ୟ ଅଟେ । ଏହାକୁ ନିଶ୍ଚିତଭାବରେ ଭାବନାସହିତ ଯୋଡାଯାଇ ଦେଖାଯାଇଥାଏ । ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ବପ୍ନରେ ନୃତ୍ୟାଙ୍ଗନାମାନଙ୍କୁ ଦେଖୁଛନ୍ତି ତେବେ ଏହାଆପଣଙ୍କୁ ଅଚାନକଭାବରେ ଧନଲାଭର ସୁଯୋଗ ଦେଇଥାଏ ।
-ଜ୍ୟୋତିଷଶାସ୍ତ୍ର ଅନୁସାରେ ସ୍ୱପ୍ନରେ ମୂଷାଦେଖିବା ଗଣେଶଙ୍କ ସହିତ ମାଲକ୍ଷ୍ମୀଙ୍କ ଆଗମନର କାରଣ ହୋଇଥାଏ । ତେଣୁ ସ୍ୱପ୍ନରେ ଗଣେଶ ଦେଖିବା ଶୁଭ ଅଟେ ।
-ଏହାଛଡ଼ ଯଦି ଆପଣ ସ୍ୱପ୍ନରେ ପ୍ରବଳଜୋରେ ବର୍ଷା ହେଉଥିବାର ଦେଖିବେ ତେବେ ଏହା ଜୀବନରେ ଧନଲାଭର ଆଗମନ ଅଟେ ଓ ଏହା ନୂଆ ଫସଲ ଉତ୍ପାଦନର ମଧ୍ୟ ସୂଚନା ଦେଇଥାଏ ।
-ଯଦି ଆପଣ ସ୍ୱପ୍ନରେ ଉଡୁଥିବା ପେଚାକୁ ଦେଖିବେ ତେବେ ଏହା ଶୁଭସଂକେତ ଅଟେ ବୋଲି ଜାଣିବେ । ଏହାଦ୍ୱାରା ଆପଣଙ୍କ ଜୀବନ ରେ ଭଲସମୟର ଆଗମନ ହେବ । ପେଚା ମାଲକ୍ଷ୍ମୀଙ୍କ ବାହନ ଅଟେ ଓ ଏହା ଧନର ଆଗମନ ବା କୌଣସିକାର୍ଯ୍ୟରେ ସଫଳତା ନେଇ ଆସିଥାଏ ।
-ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି କୌଣସି ଭଗବାନଙ୍କ ମନ୍ଦିର, କିମ୍ବା ଦେବଦେବୀଙ୍କ ପୂଜା ତେବେ ଏହା ଶୁଭସଂକେତ ଅଟେ । ଏହାଦ୍ୱାରା ଲକ୍ଷ୍ମୀକୃପା ଲାଭ ହୋଇଥାଏା!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.