ଆଜିର ରାଶିଫଳ

0 183

୨୦୨୩ ମସିହା ମାର୍ଚ୍ଚ ମାସ ୨୭ ତାରିଖ ସୋମବାର।ବାସନ୍ତିକ ମୃଣ୍ମୟୀ ଦେବୀଙ୍କର ବିଲ୍ବବରଣ ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୮/୫୦ ,ସୂର୍ଯ୍ୟାସ୍ତ- ଘ୫/୫୫/୪୬ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଚ଼ନ୍ଦ୍ର ବାସ ,ତିଥି- ଷଷ୍ଠୀ ଅପରାହ୍ନ ଘ୫/୧୩ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ। ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଅପରାହ୍ନ ଘ୫/୧୩ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟ ତିଥି ଓ ମଙ୍ଗଳଯୁକ୍ତ ଦୋଷ ହେତୁ ଅପରାହ୍ନ ଘ୫/୧୩ମି ପରେ ରାତ୍ରି ଘ୪/୫୭ମି ମଧ୍ୟେ ଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମ ଦିଗ ଓ ନୈର୍ଋତ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି-ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୪/୫୭ମି ପରେ ମେଷ, ବୃଷ, ମିଥୁନ, ସିଂହ, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର-ବିଛାରାଶିର ରାତ୍ରି ଘ୪/୫୭ମି ପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର-ମିଥୁନ ରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଅପରାହ୍ନ ଘ୫/୧୩ମି ପରେ ତାଳଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୧୫ମି ରୁ ଘ୮/୪୭ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରିଘ୧୦/୨୧ମି ରୁ ଘ୧୧/୪୯ମି ପର୍ଯ୍ୟନ୍ତ।ଶୁଭବେଳା-ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୨୩ମି ମଧ୍ୟେ, ଘ୧୦/୩୫ମି ରୁ ଘ୧୨/୫୯ମି ମଧ୍ୟେ, ସନ୍ଧ୍ୟା ଘ୬/୪୫ମି ରୁ ରାତ୍ରି ଘ୯/୯ମି ମଧ୍ୟେ, ଘ୧୧/୩୩ମି ରୁ ଘ୨/୪୫ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ଦିବା ଘ୩/୨୩ମି ରୁ ଘ୪/୪୯ ପର୍ଯ୍ୟନ୍ତ।
ମେଷ-ଦିନଟି ଆପଣଙ୍କଲାଗି ଉତ୍ତମରହିବ। ଆପଣଙ୍କଯୋଜନାକୁ କାର୍ଯ୍ୟରୂପ ଦେବାଲାଗି କ୍ରମାଗତ ପ୍ରୟାସକରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗରହିଛି। ବିଦେଶ ଯିବାଲୋକ ଶୁଭଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।
ବୃଷ-ଜୀବନରେ କିଛି କରିବାପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନହେବ। ନେତାଙ୍କ ମାଧ୍ୟମରେ ଲାଭପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂରହେବ। ପାରିବାରିକଜୀବନ ଶାନ୍ତିମୟହେବ।
ମିଥୁନ-ଆଜିକିଛି ନୂଆଅନୁଭବ କରିବେ। ପଇସାଯେମିତି ଆସିବ; ସେମିତି ଖର୍ଚ୍ଚହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ-ଦିନଟି ଆପଣଙ୍କଲାଗି ସବୁଦୃଷ୍ଟିରୁ ଭଲ। ଆପଣଙ୍କଜୀବନରେ କିଛି ନୂଆପରିବର୍ତ୍ତନ ଆସିବ। ବିଦେଶରେ ଚାକିରିପାଇଁ ପ୍ରୟାସକରୁଥିବା ବ୍ୟକ୍ତିଙ୍କୁ ଶୁଭସ˚କେତ ମିଳିପାରେ। ହୋଟେଲବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସିଂହ-ମାଆଦୁର୍ଗାଙ୍କ କୃପାଦୃଷ୍ଟି ଆପଣଙ୍କଉପରେ ରହିଛି। ସଫଳତାରଶିଖର ଆଡ଼କୁ ଅଗ୍ରସରହେବେ। ଆୟବୃଦ୍ଧି ହେବ। ବନ୍ଧୁ ବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ।
କନ୍ୟା-ନିଜରମିଷ୍ଟ ବ୍ୟବହାରରେ ସବୁକାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବଦେବେ। ନୂଆନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା-ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣଭୂମିକା ନିର୍ବାହକରିବେ। ଆପଣଙ୍କୁକେହି ବନ୍ଧୁତାରହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀ ମାନେ ବଡ଼ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା-ଊର୍ଜାରସ୍ତର ଉଚ୍ଚାରହିବ।କୌଣସିକାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ। ରାଜନୀତିକ୍ଷେତ୍ରରେ ଥିବାବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।
ଧନୁ-ଆର୍ଥିକଲାଭ ପାଇଁ ଭଲଦିନଟିଏ। କୌଣସିକାମରୁ ଯଥେଷ୍ଟଲାଭ ପାଇବେ। ମହିଳାମାନେ ଜରୁରୀଜିନିଷପତ୍ର କିଣିବାଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କସହିତ ହସଖୁସିରେ ସମୟ କଟିବ।
ମକର-ପରିବାରରେ ଏକତା ଓ ପ୍ରେମବଢ଼ିବ। ସ୍ଥଗିତଥିବା କାମ ପୂରା ରିବାରେ ସହଯୋଗୀଙ୍କ ସହଯୋଗମିଳିବ। ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।
କୁମ୍ଭ-ପିତାଙ୍କ କହିବାମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବାବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ମୀନ-ଆଧାତ୍ମିକଭାବନାରେ ସମୟବିତିବ। ବିଭିନ୍ନକ୍ଷେତ୍ରରେ ଜ୍ଞାନଅର୍ଜନ କରିବାକୁ ପ୍ରୟାସକରିବେ। କଳାସାହିତ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।
ନିତୀବାଣୀ-ସମୟ, ସମ୍ପର୍କ , ସାଙ୍ଗ ଆଉ ସ୍ବାସ୍ଥ୍ୟର Rate ଲେଖାନଥାଏ, କିନ୍ତୁ ହରାଇବାପରେ ଏସବୁର Value ଜଣା ପଡ଼ିଥାଏ ।
ବାସ୍ତୁଟିପ୍ପଣୀ-ଜାଣିଛନ୍ତି କି ପୂଜାରେ କାହିଁକି ବ୍ୟବହାରହୁଏ ଗୋଗୁଳଧୂପ, ଜାଣନ୍ତୁ ଏହାର ଚମତ୍କାରିତାଗୁଣ ବିଷୟରେ…
ପ୍ରତ୍ୟେକ ହିନ୍ଦୁପରିବାରରେ ଦୈନନ୍ଦିନପୂଜାରେ ବିଭିନ୍ନପ୍ରକାରରସାମଗ୍ରୀ ବ୍ୟବହୃତହୁଏ । ଏହାସହିତ ଅନେକପ୍ରକାରର ସୁଗନ୍ଧିତ ଧୂପ-ଦୀପ ମଧ୍ୟ ଜଳାଯାଏ । କିନ୍ତୁ ଏସବୁଭିତରେ ଗୋଗୁଳଧୂପର ଅଧିକ ମହତ୍ୱରହିଛି । ଗୋଗୁଳଧୂପ କେବଳ ବାୟୁମଣ୍ଡଳକୁ ସୁଗନ୍ଧିତ କରେନାହିଁ, ବରଂ ଏହାର ବହୁ ଔଷଧୀୟଗୁଣ ମଧ୍ୟରହିଛି । ତେବେ ଆସନ୍ତୁ ଜାଣିବା

ଚାପରୁ ମୁକ୍ତି ପ୍ରଦାନକରେ:-ଗୋଗୁଳଧୂପ ଜଳାଇବାର ଅନେକଲାଭ ଅଛି । ସେଥିମଧ୍ୟରୁ ଗୋଟିଏହେଉଛି ଏହା ପରିବାରରେ ସୃଷ୍ଟି ହେଉଥିବା ଟେନସନକୁ ହ୍ରାସ କରିଥାଏ । ଏହା ମଧ୍ୟ ସ୍ୱାମୀ ଏବଂ ସ୍ତ୍ରୀମଧ୍ୟରେ ସୃଷ୍ଟି ହେଉଥିବା ବିଭେଦକୁ ଦୂରକରିଥାଏ ।
ନକାରାତ୍ମକତାକୁ ଦୂରରେ ରଖିଥାଏ:-ଘରେ ଗୋଗୁଳଧୂପ ଜାଳିବାଦ୍ୱାରା ସମସ୍ତ ନକାରାତ୍ମକଶକ୍ତି ଦୂରେଇରହିଥାଏ । ଜ୍ୟୋତିଷ ଶାସ୍ତ୍ରରେ ପ୍ରତିକାରସ୍ୱରୂପ କୁହାଯାଇଛିଯେ, ଘରେ ଗୋଗୁଳଧୂପ ୭ଦିନପର୍ଯ୍ୟନ୍ତ ଲଗାଇବାଦ୍ୱାରା ସମସ୍ତ ନକାରାତ୍ମକଶକ୍ତି ପଳାଇଯାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ।
ଅନେକପ୍ରକାରର ତ୍ରୁଟିରୁ ମୁକ୍ତିପାଇବେ:-ଅନେକଥର ରାଶିଫଳରଯେ କୌଣସି ଗ୍ରହହେତୁ ବସ୍ତୁଦୋଷ ଉତ୍ପନ୍ନହୁଏ । ଯେଉଁ କାରଣରୁ ଅନେକପ୍ରକାରର ବିଫଳତା ଘଟେ । ଏହି ପରିସ୍ଥିତିରେ ଗୋଗୁଳଧୂପର କିଛି ପ୍ରୟୋଗ କରିବାଦ୍ୱାରା ଅନେକ ପ୍ରକାରର ସମସ୍ୟାର ସମାଧାନ ହେବ ।
ରୋଗରୁ ରକ୍ଷା କରେ:-ଗୋଗୁଳ କେବଳ ଜ୍ୟୋତିଷଗୁଣରେ ପରିପୂର୍ଣ୍ଣନୁହେଁ ବରଂ ଏହାର ଔଷଧୀୟଗୁଣ ମଧ୍ୟଅଛି, ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ । ବର୍ଷାଋତୁରେ ଏହାକୁ ବ୍ୟବହାରକରିବା ଦ୍ୱାରା ଅନେକପ୍ରକାରର କ୍ଷତିକାରକଜୀବାଣୁ ବିସ୍ତାର ହୁଏନାହିଁ ଏବଂ ବାୟୁରେଥିବା ଜୀବାଣୁ ମଧ୍ୟ ଏହାଦ୍ୱାରା ନଷ୍ଟ ହୋଇଯାଏ । ମାନସିକଥକାପଣ ଦୂରକରିବାରେ ଏହା ମଧ୍ୟ ଉପଯୋଗୀ ।

‼ମା କାତ୍ୟାୟନୀ
ମାଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ୬ଷ୍ଠଦିବସ। ଆରମ୍ଭ ହୋଇଯାଇଛି ପାର୍ବଣରଋତୁ ।ଧରାବତରଣ କରିସାରିଛନ୍ତି ମାଦୁର୍ଗତିନାଶିନୀଦୁର୍ଗା।ପୃଥିବୀର ସବୁଶକ୍ତିଅପେକ୍ଷା ମାତୃଶକ୍ତିଶ୍ରେଷ୍ଠ । ମାଦୁର୍ଗା ଏହି ମାତୃଶକ୍ତିରପ୍ରତୀକ ।ଜଗତଜନନୀ ମାଆଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।ବିଶ୍ୱର କଲ୍ୟାଣମୟୀସେ ।ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା,ତୃଷ୍ଣା,ଶ୍ରଦ୍ଧା,ଲକ୍ଷ୍ମୀ,ଦୟା, ଭ୍ରାନ୍ତିରୂପରେ ସେ ସଂସ୍ଥିତା। ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର୬ଷ୍ଠଦିବସ । କାତ୍ୟାୟନୀରୂପରେ ମାଆ ଆଜି ଆରାଧିତା ହେବେ ।
କାତ୍ୟାୟନୀ:-ନବରାତ୍ର ଷଷ୍ଠଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟହୋଇ ଦେବୀ ତାଙ୍କର କନ୍ୟାରୂପରେ ଜନ୍ମ ହୋଇଥିଲୋ ସେହି ଅନୁଯାୟୀ ଦେବୀଙ୍କନାମ କାତ୍ୟାୟନୀ। ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀକାତ୍ୟାୟନୀଙ୍କୁ ଆରାଧନା କରିଥିଲେ ।ଆଜିର ଦିନଟି ମଙ୍ଗଳମୟ ହେଉା !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!ଜୟମାଦୁର୍ଗା!!

Leave A Reply

Your email address will not be published.