ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ ୧୩ତାରିଖ ଗୁରୁବାର।ଶରଣଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୪/ ୩୧,ସୂର୍ଯ୍ୟାସ୍ତ- ଘ୬/୦/୧୫ ,ବୈଶାଖମାସ ,କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୧/୩୫ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ। ରାତ୍ରି ଘ୧/୩୫ମିପରେ ପୂର୍ବଦିଗରେ। ଅଗନ୍ତବ୍ୟପରେ ରିକ୍ତାତିଥି, ମାସାନ୍ତ ଓ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହିରାଶି ମାନଙ୍କର ଏବଂ ଦିବା ଘ୪/୫୪ମି ପରେ ମେଷ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ଏହିରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ଏବଂ ଦିବା ଘ୪/୫୪ମି ପରେ ସିଂହରାଶିର ଘାତଚନ୍ଦ୍ର।ତୁଳା ଓ କୁମ୍ଭରାଶିର ଘାତବାର।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ଭକ୍ଷଣ ନିଷେଧ।କାଳ ଓ ବାରବେଳା- ଦିବା ଘ୨/୫୬ମି ରୁ ସୂର୍ଯ୍ୟାସ୍ତ ଘ୬/୦ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧୧/୪୬ମି ରୁ ଘ୧/୯ମି ପର୍ଯ୍ୟନ୍ତ। ଅମୃତ- ରାତ୍ରି ଘ୧/୧୪ମି ରୁ ଘ୩/୩୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ପ୍ରାତଃ ରୁ ଦିବା ଘ୭/୧୦ମି ପର୍ଯ୍ୟନ୍ତ, ଘ୧୦/୨୨ମି ରୁ ଘ୧୨/୪୬ମି ପର୍ଯ୍ୟନ୍ତ ।
ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ।
ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ ଖୁସି ଲାଗି ଧ୍ୟାନ ଦେବାକୁ ହେବ। ଛାତ୍ରଙ୍କ ସମ୍ମୁଖରେ ସଂଶୟର ସ୍ଥିତି ରହିବ।
ମିଥୁନ- ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କିତ କୌଣସି ଭଲ ଖବର ପାଇପାରନ୍ତି।
କର୍କଟ-ବ୍ୟବସାୟରେ ଭଲ ଡିଲ୍ ହେବାର ସମ୍ଭାବନା ଅଛି। ବ୍ୟାଙ୍କରେ ଅର୍ଥ କାରବାର ସାବଧାନତାର ସହ କରିବା ଦରକାର। ଛାତ୍ରଙ୍କ ଲାଗି ଦିନଟି ଭଲ।
ସିଂହ-ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବିବାହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ।
କନ୍ୟା- ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟାଙ୍କ ବାଲାନ୍ସଯ ବୃଦ୍ଧି ହେବ। ଛାତ୍ର ନିଜର ମୁରବିଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ।
ତୁଳା-ପୂର୍ବ କଥା ମନେ ପଡ଼ିବା ଯୋଗୁଁ ମନ ପ୍ରଫୁଲ୍ଲିତ ହୋଇଯିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।
ବିଛା-ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କର ଅଧୁରା କାମରେ କେହି ସାହାଯ୍ୟ କରିବେ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ।
ଧନୁ-କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ କୌଣସି ବନ୍ଧୁ ଆସିବା ହେତୁ ମନ ପ୍ରସନ୍ନ ରହିବ। ଅଫିସରେ ନୂଆ ପ୍ରକଳ୍ପରେ କାମ କରିପାରନ୍ତି।
ମକର-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ଧ୍ୟା ସମୟ ଆନନ୍ଦଭରା ରହିବ।
କୁମ୍ଭ-ମସ୍ତିଷ୍କରେ ଘୂରିବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଚାକିରୀଜୀବୀଙ୍କୁ ଭଲ ସୁଯୋଗ ମିଳିପାରେ।
ମୀନ- ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ।
ନିତୀବାଣୀ-ଅତି ଆପଣାରଲୋକଙ୍କୁ ପାଖରେ ପାଇଲେ ସ୍ୱର୍ଗଟା ହାତମୁଠାରେ ପରିଲାଗେ କିନ୍ତୁ ଆପଣାର ଲୋକଟା ହୃଦୟରୁ ଟିକିଏ ଏଡେଇଦେଲେ ବଞ୍ଚିଥାଉଥାଉ ମଲାପରି ଲାଗେ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

- Advertisement -

Leave A Reply

Your email address will not be published.